Talented Girl
କଟକ(ରିପୋର୍ଟର- ବିଶ୍ୱଜିତ୍ ଆଚାର୍ଯ୍ୟ): ରାତି ଅଧରେ ସେ ଗଳ୍ପ ଲେଖନ୍ତି । ଚିତ୍ର, ଚରିତ୍ରଙ୍କୁ ଜୀବନଦାନ ଦେଇ ଆରମ୍ଭ କରନ୍ତି ଏକ ଭିନ୍ନ ଯାତ୍ରା । ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ ।
ପ୍ରତିଭା ପାଇଁ ସେ ସମ୍ମାନିତ ଓ ପୁରସ୍କୃତ । ଡିଜିଟାଲ ସାହିତ୍ୟ ମଞ୍ଚରେ ନିଜ ସୃଜନଶୀଳତାରେ ଦେଖାଇଛନ୍ତି ପାରଦର୍ଶିତା । ତାଙ୍କ ପାଖରେ ରହିଛି ଅନେକ ଉପହାର, ଯାହାକୁ ନେଇ ସେ ବେଶ୍ ଖୁସି ଜାହିର କରିଛନ୍ତି । କଟକରେ ରହୁଥିବା ଭଦ୍ରକ ଝିଅ ଜୟଶ୍ରୀ ସାହୁ ପ୍ରତିଲିପି ଡିଜିଟାଲ ସାହିତ୍ୟ ମଞ୍ଚର ସର୍ବଭାରତୀୟ ଲେଖକ ସମ୍ମାନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ୬୦ ଦିନରେ କ୍ରମାଗତ ଭାବେ ୬୦ ଟି କାହାଣୀ ଲେଖି ତୃତୀୟ ପର୍ଯ୍ୟାୟରେ ବିଜେତା ହୋଇଛନ୍ତି ବାଦାମବାଡ଼ି ଅଞ୍ଚଳରେ ରହୁଥିବା ଜୟଶ୍ରୀ ସାହୁ।
ଶୈଳବାଳା ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମବର୍ଷ ବିଜ୍ଞାନରେ ପାଠ ପଢ଼ୁଥିବା ଜୟଶ୍ରୀ ପାଠପଢା ସହ କାହାଣୀ ଲେଖିବା ପ୍ରତି ବେଶ ରୁଚି ରଖନ୍ତି । ଅନେକ ସମୟରେ ନିଜର କବିତା ଓ କାହାଣୀ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିଥାନ୍ତି । ଜୟଶ୍ରୀଙ୍କ ଏହି ସଫଳତାରେ ବେଶ୍ ଗର୍ବିତ ପରିବାର ସଦସ୍ୟ । ଝିଅର ଛୋଟ ବେଳୁ ଲେଖା ପ୍ରତି ଥିବା ରୁଚି ଆଜି ଜାତୀୟ ଦରବାର ରେ ସଫଳତା ଆଣିଥିବା ଯୋଗୁଁ ବେଶ ଗର୍ବିତ ଅନୁଭବ କରିଛନ୍ତି ବାପା ଓ ମା । କେବଳ ସାହିତ୍ୟ ପ୍ରତି ରୁଚି ରଖିଛନ୍ତି ତାହା ନୁହେଁ, ସେ ଭଲ ଚିତ୍ରାଙ୍କନ ମଧ୍ୟ କରି ପାରନ୍ତି, ଏପରିକି ସେ ଭଲ ବଂଶୀ ମଧ୍ୟ ବଜାଇ ପାରନ୍ତି ।
ନୂଆ ନୂଆ ସର୍ଜନା ପାଇଁ ଆର୍ଶୀବାଦ ସାବ୍ୟସ୍ତ ହୁଏ ପୁରସ୍କାର । ପ୍ରେରଣା ସାଙ୍ଗକୁ ପ୍ରୋତ୍ସାହିତ ମଧ୍ୟ କରିଥାଏ । ଏକ ଭିନ୍ନ ଯାତ୍ରାର ପଥିକ ହେବାକୁ ପାଠକଙ୍କ ନିକଟତର ହୋଇ ନୂଆ ଚିତ୍ର ଓ ଚରିତ୍ରଙ୍କ ସହ ପରିଚିତ କରାଇବାରେ ସାହାର୍ଯ୍ୟ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639554796.jpg)