Advertisment

ରୋଗ ପୋକ ଯୋଗୁଁ ଫସଲ ନଷ୍ଟ; ଏବେ ଋଣ କିପରି ଶୁଝିବ ଚଷା ପୁଅ ?

ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Cuttack Farmers In Distress After Standing Crop In Over Hectares Of Land Damaged By Pests

Cuttack Farmers In Distress After Standing Crop In Over Hectares Of Land Damaged By Pests

Advertisment

ରୋଗ ପୋକ ଯୋଗୁଁ ରବି ଚାଷ ନଷ୍ଟ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଏବେ ଚାଷୀ କଣ କରିବେ ସେନେଇ ଚିନ୍ତାରେ ରହିଛନ୍ତି ।

Advertisment

ଅଦିନିଆ ବର୍ଷାରେ ଧାନ ଚାଷ କ୍ଷତି ହେବାପରେ ଭରଣା ପାଇଁ ଚାଷୀ ରବି ଫସଲ ଭାବେ ମୁଗ ଓ ବିରି ବୁଣିଥିଲେ । ହେଲେ ସାହେବି ରୋଗ ସଂକ୍ରମଣ ଯୋଗୁଁ ଏବେ ସବୁ ଗଛ ହଳଦିଆ ପଡ଼ିବା ସହ ଫସଲ ଆଦୌ ହୋଇନି । ବେଳ ଥାଉଁ ଥାଉଁ କୃଷି ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଆଜି ଏଭଳି ଦୁର୍ଦ୍ଦଶା ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଧାନ ଚାଷର କ୍ଷତି ଭରଣା କରିବା ପାଇଁ ଚାଷୀ ରବି ଋତୁ ଚାଷ ଲାଗି ଅଣ୍ଟାବିଡ଼ିଥିଲେ । କ୍ଷେତରେ ବିରି ଓ ମୁଗ ବୁଣିବା ସହ ସ୍ୱଳ୍ପ ଜଳରେ ବି ଭଳ ଫସଲ ହେବ ବୋଲି ଆଶା ଥିଲା । ହେଲେ ସାହେବି ରୋଗ ସଂକ୍ରମଣ ଯୋଗୁଁ ସବୁ ଆଶା, ଆଶାରେ ରହିଯାଇଛି । ରବି ଋତୁ ଚାଷ ବେଳେ ସାହେବି ରୋଗ ମହାମାରୀ ସଂକ୍ରମକ ବ୍ୟାପିବ ବୋଲି ଚାଷୀଙ୍କ ଧାରଣା ନଥିଲା ତେବେ କୃଷି ବିଭାଗ ଏହି ରୋଗ ସଂପର୍କରେ ଜାଣିଥିଲେ ବି ଚାଷୀଙ୍କୁ ଏହାର ଉପଚାର ବିଷୟରେ କିଛି କହିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

Advertisment

ଏନେଇ ନିଶ୍ଚିନ୍ତ କୋଇଲି ବ୍ଲକ କୃଷି ଅଧିକାରୀ କହିଛନ୍ତି, ଚାଷୀଙ୍କ କ୍ଷତି ହୋଇଛି । କ୍ଷୟ କ୍ଷତିର ଆକଳନ କରି ଖୁବଶୀଘ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ଜଣାଇ ଦିଆଯିବ ।

Cuttack Farmer Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ