Advertisment

ବୋମା ଖାଇ ଗୁରୁତର ଅବସ୍ଥାରେ ଗର୍ଭବତୀ ଗାଈ

ମଣିଷ ବାରମ୍ବାର ସାଜୁଛି ପଶୁମାନଙ୍କ ପାଇଁ କାଳ। କେଉଁଠି ବିଷ ପାଇଁ ତ ପୁଣି କେଉଁଠି ବୋମା ପାଇଁ ବିପଦର ସମ୍ମୁଖିନ ହେଉଛନ୍ତି ପଶୁଜନ୍ତୁ। ଏହି ଖବରଟି ପଢିଲେ ଆପଣଙ୍କ କୋହ ବି ବୋଲ ମାନିବନି।

COW Mouth's Blast in Kendupat

COW Mouth's Blast in Kendupat

Advertisment

ଖଲ୍ଲିକୋଟ ଥାନା କେନ୍ଦୁପାଟ ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଗର୍ଭବତୀ ଗାଈର ପାଟିରେ ବୋମା ଫୁଟିବାରୁ ସେ ଗୁରୁତର ହୋଇ ପଡିଛି। ବାରାହା ଶିକାର କରିବା ପାଇଁ ବିଲ ମଝିରେ ରଖାଯାଇଥିବା ବୋମା। କ’ଣ ଏକ ଖାଇବା ଥିବା ଭାବି ସେଠାରେ ବୁଲୁଥିବା ଗାଈଟି ଏହାକୁ ଖାଇଦେଇଥିଲା। ଅଚାନକ ବୋମାରେ ପାଟିରେ ବିସ୍ପୋରଣ ହୋଇଥିଲା। ଫଳରେ ଗାଈଟି ଗୁରୁତର ହୋଇପଡିଛି।

Advertisment

ଦୁଃଖର କଥା ହେଲା ଗାଈଟି ୩ ମାସର ଗର୍ଭବତୀ ଥିବା ମାଲିକ କହିଛନ୍ତି। କେନ୍ଦୁପାଟ ଗ୍ରାମରେ କିଛି ଦୁର୍ବୁତ ନିୟମିତ ଭାବେ ବାରାହା ଶିକାର କରିଥାନ୍ତି । ଏଥିପାଇଁ ସେମାନେ ବିଲ ମଝିରେ ବୋମା ରଖିଥାନ୍ତି। ଗତ ବର୍ଷକ ମଧ୍ୟରେ ଏହି ଭଳି ବାରାହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ୨ଟି ଗାଇ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ବେଳେ ପୁଣି ଏକ ଗାଈ ବାରାହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ଗୁରୁତର ହୋଇଛି।

ଏହି ଗାଈଟି କେନ୍ଦୁପାଟ ଗ୍ରାମର ଅଭିରାମ ଜେନାଙ୍କର। ଗାଈଟି ଚରିବାକୁ ଗାଁ ନିକଟସ୍ଥ କାଜୁ ଜଙ୍ଗଲକୁ ଯାଇଥିଲା। ଭୋକ ବିକଳରେ ବାରାହା ଶିକାର ପାଇଁ ରଖାଯାଇଥିବା ବୋମାଟିକୁ ଖାଇ ଦେଇଥିଲା। ଗାଇଟିର ପାଟିରେ ବିସ୍ପୋରଣ ଘଟି ମୁହଁର ତଳ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ପରେ ଗାଈଟି ନା କୌଣସି ଖାଦ୍ୟ ଖାଇ ପାରୁଛି ନା ପାଣି ପିଇ ପାରୁଛି। ସେ ଭୋକ ବିକଳରେ ଏଣେ ତେଣେ ବୁଲୁଛି ଯାହା ଅତ୍ୟନ୍ତ ହୃଦୟ ବିଦାରକ।

Advertisment

ତେବେ ଗାଈର ମାଲିକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗାଈର ଏଭଳି ଅବସ୍ଥା ଦେଖି ସେ ଦୁଃଖରେ ଭାଙ୍ଗିପଡିଛନ୍ତି। ଏତେ ବାଧିଛି ଯେ ୪ ଦିନ ପର୍ଯ୍ୟନ୍ତ ଘରେ ରୋଷେଇ ହେଇନି କି ଠିକ୍‌ସେ ଖିଆପିଆ ହୋଇ ନଥିବା ସେ କୁହନ୍ତି। ଏହି ବୋମା କେବଳ ପଶୁଯନ୍ତୁଙ୍କ ପାଇଁ ବିପଦ ନୁହେଁ, ଏହା ମଧ୍ୟ ମଣିଷଙ୍କ ପାଇଁ ଭୟ ସୃଷ୍ଟି କରୁଛି। ଲୋକେମାନେ ବାଟରେ ଯିବାବେଳେ ମଧ୍ୟ ଡରି ଡରି ଯାଉଛନ୍ତି, କାଳେ କୋଉଠି ବୋମା ଥିବ। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ ବୋଲି ସେମାନେ ଦାବି କରିଛନ୍ତି।

ଗାଁରେ ବାରମ୍ବାର ଏହି ଭଳି ଘଟଣା ଘଟୁଥିଲେ ବି ବନ ବିଭାଗ କି ସ୍ଥାନୀୟ ପ୍ରସାଶନ କୌଣସି ପଦେକ୍ଷପ ନେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ଖଲ୍ଲିକୋଟ ଅଂଚଳରେ ଦିନକୁ ଦିନ ବାରାହ ଶିକାର ଉଗ୍ର ହେଉଥିବା ଦେଖିବାକୁ ମିଳୁଛି। କେବେ ବାରାହା ମାଂସ ପାଇଁ ତ ଆଉ କେବେ ପସଲକୁ ବାରାହା ଦାଉରୁ ରକ୍ଷା କରିବା ପାଇଁ କେବେ ଇଲକ୍ଟ୍ରିକ୍‌ ଫାସ ତ ପୁଣି କେବେ ବୋମା ମାଧ୍ୟମରେ ଶିକାରୀ ଶିକାର ପାଇଁ ଜାଲ ବିଛାଉଛନ୍ତି। ଯାହା ଫଳରେ ଅନେକ ନିରିହ ଜୀବଜନ୍ତୁ ସହ ମଣିଶ ମଧ୍ୟ ପ୍ରାଣ ହରାଉଛନ୍ତି। ତେବେ କେବେ ବନ ବିଭାଗ ଏହାପ୍ରତି ଦୃଷ୍ଟି ଦବ କେବେ ନିରିହ ଗାଇ ଗୋରୁଙ୍କୁ ବାରାହା ଶିକାରୀ ହାବୁଡରୁ ରକ୍ଷା କରାଯିବ ତାହା ଦେଖିବାକୁ ବାକି ରହିଲା।

Advertisment

(ରିପୋର୍ଟ: ଖଲ୍ଲିକୋଟ୍‌ରୁ ଶିଲୁ ବିଶ୍ୱାଳ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ