Advertisment

ପତ୍ନୀ ରାଗି ବାପଘର ପଳେଇଲେ; ମନେଇବା ପାଇଁ ୩ ଦିନ ଛୁଟି ଦରଖାସ୍ତ

ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।

ଅଦ୍ୟତନ ହୋଇଛି
Clerk leave letter viral in Kanpur block

Clerk leave letter viral in Kanpur block

Advertisment

ଉତ୍ତରପ୍ରଦେଶର କାନପୁରରେ ଶିକ୍ଷା ବିଭାଗର କିରାଣୀଙ୍କ ଛୁଟି ପାଇଁ ଚିଠି ଭାଇରାଲ ହେବାରେ ଲାଗିଛି। ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ କିରାଣୀ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ବାପ ଘରୁ ଆଣିବା ପାଇଁ ତିନି ଦିନ ଛୁଟି ମାଗିଛନ୍ତି। ପତ୍ନୀଙ୍କ ସହ ପ୍ରେମକୁ ନେଇ ଯୁକ୍ତିତର୍କ ହୋଇଛି ବୋଲି କିରାଣୀ ଚିଠିରେ ଲେଖିଛନ୍ତି। ତାଙ୍କ ପତ୍ନୀ ପିଲାମାନଙ୍କୁ ନେଇ ବାପ ଘରକୁ ଚାଲି ଯାଇଛନ୍ତି। ସେ ତାଙ୍କ ପତ୍ନୀକୁ ଆଣିବାକୁ ଯିବେ ବୋଲି ଛୁଟି ମାଗିଛନ୍ତି।

Advertisment

ଶିକ୍ଷା ବିଭାଗର କିରାଣୀଙ୍କ ଭାଇରାଲ୍ ଚିଠି କାନପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର କିରାଣୀଙ୍କ ଚିଠି ଭାଇରାଲ୍‌ ହେବା ମାତ୍ରେ ଶିକ୍ଷା ବିଭାଗର ଅଧିକାରୀମାନେ ଏହାକୁ ବିଚାରକୁ ନେଇଥିଲେ। କ୍ଲର୍କ ଶାମଶାଦ ଅହମ୍ମଦଙ୍କୁ ତତ୍କାଳ ଆଧାରରେ ଛୁଟି ପ୍ରଦାନ କରାଯାଇଥିଲା। ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ମାତ୍ରେ ଲୋକମାନେ କିରାଣୀଙ୍କ ପ୍ରତି ସହାନୁଭୂତି ଦେଖାଇଥିଲେ।

କିରାଣୀ ଲେଖିଥିବା ଚିଠି:

ପ୍ରେମ୍‌ ନଗର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖିବାବେଳେ କିରାଣୀ ଜଣଙ୍କ ଲେଖିଛନ୍ତି ଯେ ପ୍ରେମକୁ ନେଇ ପତ୍ନୀଙ୍କ ସହ ଝଗଡା ହୋଇଗଲା। ଏହାପରେ ପତ୍ନୀ ରାଗିଗଲେ ଆଉ ବଡ଼ ଝିଅ ଏବଂ ଦୁଇ ପିଲାଙ୍କୁ ନେଇ ସେ ତାଙ୍କ ବାପ ଘରକୁ ଚାଲି ଗଲେ। ଯେଉଁଥିପାଇଁ ମୁଁ ମାନସିକ ସ୍ତରରେ ଆଘାତ ପାଇଛି। ତାଙ୍କୁ ଘରକୁ ଆଣିବା ପାଇଁ ତାଙ୍କ ଗାଁ ଯିବାକୁ ପଡିବ। ୪ ରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ତତ୍କାଳ ଛୁଟି ମଞ୍ଜୁର କରିବା ସହିତ ଷ୍ଟେସନ୍‌ ଛାଡିବାକୁ ଅନୁମତି ଦେବାକୁ ଆପଣଙ୍କୁ ଅନୁରୋଧ।

Advertisment
Clerk leave letter viral in Kanpur blockସ୍ତ୍ରୀକୁ ମନେଇବା ନେଇ ୩ ଦିନର ଛୁଟି ଦରଖାସ୍ତ

ଚିଠିରେ ସତ ଲେଖିଲେ:

କିରାଣୀ ଗତ କିଛି ଦିନ ଧରି ଛୁଟି ପାଇଁ ଚିନ୍ତିତ ଥିଲେ, କିନ୍ତୁ ସ୍କୁଲ୍‌ ଖୋଲିବା କାରଣରୁ ସେ ଛୁଟି ପାଇ ନଥିଲେ। ଯେତେବେଳେ କିରାଣୀ ଜଣଙ୍କ ଆଉ କୌଣସି ଉପାୟ ପାଇଲେ ନାହିଁ, ସେତେବେଳେ ସେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ପାଖରେ ସତ ମାନିଲେ ଆଉ ଚିଠି ଲେଖିଲେ। ଏହି କିରାଣୀଙ୍କ ଚିଠିଟି ଭାଇରାଲ ହେବା ମାତ୍ରେ ଛୁଟିକୁ ମଞ୍ଜୁର କରିଦିଆଗଲା।

Ajab Gajab Viral News Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ