Advertisment

Window Rail Horror: ରାତିସାରା ସ୍କୁଲ ଝରକା ରେଲିଂରେ କୁନିଝିଅ

ଗତକାଲି ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ସାରା ରାତି ବିଦ୍ୟାଳୟ ଶ୍ରେଣୀଗୃହର ଝରକା ଲୁହା ବାଡ଼ରେ ଲାଖି ରହିଥିଲେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ।

ଅଦ୍ୟତନ ହୋଇଛି
Girl Stuck in School Window Railing

Girl Stuck in School Window Railing

Advertisment

ବିଦ୍ୟାଳୟର ବନ୍ଦ ଶ୍ରେଣୀଗୃହରୁ ବାହାରିବାକୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀର ଆପ୍ରାଣ ସଂଘର୍ଷ । ନିଜର ସମସ୍ତ ବଳ ଲଗାଇ ଲୁହା ଝରକାର ରେଲିଂକୁ ସାମାନ୍ୟ ବଙ୍କା କରିବା ପରେ ଶରୀର ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ ବି ଅଟକି ଯାଇଥିଲା ମୁଣ୍ଡ । ଆଉ ସାରା ରାତି ଏମିତି ବିଦ୍ୟାଳୟ ଶ୍ରେଣୀଗୃହର ଝରକା ଲୁହା ବାଡ଼ରେ ଲାଖି ରହିଥିଲେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

Advertisment

ଏ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଚିନ୍ତାଜନକ ମଧ୍ୟ । ଗତକାଲି ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇନଥିଲେ । ଆଉ ଆଜି ସକାଳୁ ସ୍କୁଲ୍ ଗେଟ୍ ଖୋଲିବା ପରେ ଛାତ୍ରୀ ଜଣଙ୍କୁ ଏଭଳି ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ଝିଅଟି ବାହାରିବାକୁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେ ବି ମୁଣ୍ଡଟି ରେଲିଂ ଭିତରୁ ଆଉ ବାହାରି ପାରିନଥିଲା । ଫଳରେ ଛାତ୍ରୀ ଜଣକ ଏମିତି ଅବସ୍ଥାରେ ହିଁ ସାରା ରାତି ଝରକାରେ ଶୁଲି ରହିଥିଲେ ।

ଆଜି ସକାଳେ ହିଁ ସ୍କୁଲ୍ ଖୋଲିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣକ ଘରକୁ ଫେରିଛନ୍ତି । ସେ ଏବେ ସୁସ୍ଥ ଥିବା ଜଣାପଡିଛି । ସେପଟେ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Advertisment
Odisha Keonjhar Human Interest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ