Advertisment

ସ୍ମାର୍ଟ ସିଟିରେ ବାଟବଣା ସିଟି ବସ୍ ସେବା

ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ।

ଅଦ୍ୟତନ ହୋଇଛି
City Bus Service In Rourkela

City Bus Service In Rourkela

Advertisment

ରାଉରକେଲା: ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ। ୬ ବର୍ଷ ପୂର୍ବେ ୪୦ଟି ବସ୍ ବିଭିନ୍ନ ରୁଟ୍‌କୁ ଚଳାଚଳ କରୁଥିଲା। ହେଲେ ଏବେ ଅଧାରୁ ଅଧିକ ବସ୍‌ ଅଚଳ ହୋଇ ବସ୍‌ଷ୍ଟାଣ୍ଡରେ ପଡ଼ି ରହିଛି। ଏପରି ଲାଗୁଛି, ସତେ ଯେମିତି ସ୍ମାର୍ଟ ସିଟି ରାଉରକେଲାରେ ଟାଉନ୍ ବସ୍ ସେବା ବାଟବଣା ହୋଇଯାଇଛି।

Advertisment

ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ଅଚଳ ହୋଇ ପଡି ରହିଛି ପ୍ରାୟ ୧୫ଟି ବସ୍। କାହାର ଇଞ୍ଜିନ ବାହାରେ ପଡିଛି ତ ଆଉ କାହାର ଚକ ଖୋଲା ହୋଇ ରହିଛି। ବସ୍‌ ଭିତରେ କେଉଁଠି ସିଟ୍ ଗୁଡିକ ଫାଟି ଆଁ କଲାଣି ତ, ଆଉ କେଉଁଠି ଧୂଳିରେ ଭର୍ତ୍ତି। ୨୦୧୪-୨୦୧୫ ମସିହାରେ ସୁନ୍ଦରଗଡ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ-ସୁଟ୍ ନାଁରେ ଆରମ୍ଭ ହୋଇଥିଲା ସିଟି ବସ୍‌ ସେବା। ସେତେବେଳେ ସହରରେ ପ୍ରାୟ ୪୦ ଟି ବସ୍‌ ଚଳାଚଳ କରୁଥିଲା। କିନ୍ତୁ ଦୁଃଖର କଥା ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଓ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଆଜି ଏହି ସେବା ବନ୍ଦ ହେବାକୁ ବସିଛି। 

Advertisment

ସୁଟ୍ ବସ୍‌ ସେବା ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଗମନାଗମନରେ ସୁବିଧା ହେବ। ରାଉରକେଲାରୁ ଗୁରୁଣ୍ଡିଆ, ବୀରମିତ୍ରପୁର, ସୋରଡା, କଲୁଙ୍ଗା, ଚିତାପେଟି ଭଳି ବହୁ ସ୍ଥାନକୁ ବସ୍‌ ଚଳାଚଳ କରୁଥିଲା। ୮ଟି ରୁଟ୍‌ରେ ଲୋକେ ଏହି ସେବା ପାଉଥିଲେ। କିନ୍ତୁ ଆଜି ରକ୍ଷଣାବେକ୍ଷଣ ଅଭାବରୁ ଅଧାରୁ ଅଧିକ ବସ୍ ବସ୍‌ଷ୍ଟାଣ୍ଡରେ ଅଚଳ ହୋଇ ପଡ଼ି ରହିଛି। ରାଉରକେଲା ଏଡିଏମ୍‌ ଦିବ୍ୟଜ୍ୟୋତି ପରିଡା ହେଉଛନ୍ତି ସୁଟ୍ ବସ୍‌ ସେବାର ଚେୟାର ମେନ୍। କିନ୍ତୁ ଏନେଇ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷେ, ରାଉରକେଲା ବିଧାୟକ କହିଛନ୍ତି ଯେ, ଖୁବ ଶୀଘ୍ର କିପରି ବସ୍‌ ଚଳାଚଳ କରିବ, ସେନେଇ ବିଭାଗ ସହ ଆଲୋଚନା କରାଯିବ। 

Rourkela City Bus Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ