school election
ସଜା ହୋଇଛି ଭୋଟ୍ ବାକ୍ସ , ଚାଲିଛି ମତଦାନ । ସାଧାରଣ ଜନତା ନୁହନ୍ତି ଭୋଟ ଦେଉଛନ୍ତି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ । ପ୍ରଥମେ ନୋମିନେସନ, ତା’ ପରେ କ୍ୟାମ୍ପେନିଂ ଆଉ ଏହା ପରେ ଭୋଟ ଗ୍ରହଣ । ସମ୍ପୂର୍ଣ୍ଣ ସାଧାରଣ ନିର୍ବାଚନ ଢାଂଚାରେ ବିଦ୍ୟାଳୟରେ ହେଉଛି ନିର୍ବାଚନ ।
ଖାଲି ସେତିକି ନୁହେଁ, ବରଂ ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସାଧାରଣ ନିର୍ବାଚନ ପରି ଭୋଟ ଗ୍ରହଣ ସମୟରେ ଲାଇନ ବାନ୍ଧି ଆସି ପ୍ରଥମେ ନିଜ ସ୍କୁଲ ପରିଚୟ ପତ୍ର ଦେଖାଇବା ସହ ହାତରେ ଚିହ୍ନ ଲଗାଇ ଜଣେ ପରେ ଜଣେ କରୁଛନ୍ତି ମତଦାନ ।
ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି ଗ୍ରାମ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି । ଯେଉଁ ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଛି ନିର୍ବାଚନ । ଗଣଶିକ୍ଷା ବିଭାଗ ପାଠ୍ୟ ଖସଡା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଶିକ୍ଷାବର୍ଷରେ କ୍ୟାବିନେଟ ଗଠନ କରାଯାଇଥାଏ ।
ତେବେ ଏହି ଅବସରରେ ଚଳିତ ମାସର ଏହି ସପ୍ତାହକୁ କ୍ୟାବିନେଟ ଗଠନ ପାଇଁ ସ୍ଥିର କରା ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ଓ ଉତ୍ସାହକୁ ଦେଖି ଭିନ୍ନ ଏକ ଢଙ୍ଗରେ କ୍ୟାବିନେଟ ଗଠନ ପାଇଁ ପ୍ରୟାସ କରିଥିଲେ ଝାରବନ୍ଧ ବ୍ଲକର କ୍ଲସ୍ଟର ହେଡ ଦିବସ କୁମାର ସାହୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682066467.jpg)