ସରକାରଙ୍କ ଶିଳ୍ପାୟନ କସରତ : ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଆଜି ଇନଭେଷ୍ଟର୍ସ ମିଟ୍

କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୧୬ଟି ଦେଶର ଆମ୍ବାସଡାର ଓ ହାଇକମିଶନରଙ୍କ ଆଲୋଚନା କାର୍ଯ୍ୟକ୍ରମ

ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର କସରତ । ଆଜି ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହେଉଛି ଇନଭେଷ୍ଟରର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଉଦଘାଟନ କରିବେ । ଏଥିରେ ୧୬ଟି ଦେଶର ଆମ୍ବାସଡାର୍ ଓ ହାଇ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବରରେ ଆୟୋଜନ ହେବାକୁ ଥିବା ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ପୂର୍ବରୁ ଏଭଳି ଇନଭେଷ୍ଟର୍ସ ମିଟ୍ କରାଯାଉଛି ।

ଏହା ପୂର୍ବରୁ ଦୁବାଇରେ ଇନଭେଷ୍ଟର୍ସ ମିଟ୍ ଓ ଅହମ୍ମଦାବାଦରେ ରୋଡ୍ ସୋ କରିଥିଲାଶିଳ୍ପ ବିଭାଗ । ୨୦୧୬ ଓ ୨୦୧୮ରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସେଭଳି କିଛି ଫାଇଦା ମିଳିନାହିଁ । ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି ।

ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ତାସହିତ ୭ ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା । ହେଲେ ମୋଟ୍ ୨୮୬ଟି ପ୍ରସ୍ତାବ ମଧ୍ୟରୁ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ମାଧ୍ୟମରେ ୧୬୪ଟିକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ୫, ୬୭୪କୋଟିର ମାତ୍ର ୧୬ଟି ପ୍ରସ୍ତାବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି, ହେଲେ ମାତ୍ର ୫, ୮୭୮ ଜଣଙ୍କୁ ନିଯୁକ୍ତି ମିଳିଛି ।