Advertisment

ଅଣ୍ଡା ଫଟଉ ଫଟଉ ବାହାରୁଛି କୁକୁଡା ଛୁଆ

ଆପଣଙ୍କ ଅନେକ ସମୟରେ ଆମ୍‌ଲେଟ୍ ତିଆରି କରିଥିବେ। କିନ୍ତୁ ଅଣ୍ଡା ଫଟେଇବା ବେଳେ ଏଥିରେ କେବେ କୁକୁଡା ଛୁଆ ବାହରିଛି କି? କିନ୍ତୁ ଏବେ ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଅଦ୍ୟତନ ହୋଇଛି
Chicks comes out of egg while making omelette

Chicks comes out of egg while making omelette

Advertisment

ଆମ୍‌ଲେଟ୍ ଖାଇବାକୁ କିଏ ବା ପସନ୍ଦ ନ କରନ୍ତି। ସାଧାରଣତଃ ଲୋକମାନେ ଆମ୍‌ଲେଟ୍‌କୁ ଜଳଖିଆ ଭାବେ ଖାଇଥାନ୍ତି। କିନ୍ତୁ, ଅଣ୍ଡା ଆମିଷ ଖାଦ୍ୟ ହୋଇଥିବାରୁ ଅନେକ ଲୋକଙ୍କ ଘରେ ଏହାକୁ ଖିଆଯାଏ ନାହିଁ କି ପୂରା ଯାଏ ନାହିଁ। କିନ୍ତୁ ଯେଉଁମାନେ ଖାଆନ୍ତି ସେମାନେ ଘରେ ତିଆରି କରି ହେଉ କି ବାହାରେ ଖାଇଥାନ୍ତି। ଏମିତିରେ ତ ଆମଲେଟ୍ ତିଆରି କରିବା ମଧ୍ୟ ବହୁତ ସହଜ। ଅନେକ ଏହାକୁ ଘରେ ହିଁ ତିଆରି କରି ଖାଇଥାନ୍ତି। କିନ୍ତୁ, ଆପଣଙ୍କ ସହିତ ଏମିତି କେବେ ହେଇଛି କି ଆମଲେଟ୍ ତିଆରି କରିବା ପାଇଁ ଅଣ୍ଡା ଭାଙ୍ଗୁଥିବେ ଆଉ ସେଥିରୁ ହଠାତ ଏକ କୁକୁଡା ଛୁଆ ବାହାରି ପଡିବ।

Advertisment

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏଭଳି କିଛି ଦେଖିବାକୁ ମିଳୁଛି। ଭିଡିଓରେ ଏହା ଦେଖାଯାଉଛି ଜଣେ ଠେଲାବାଲା ଆମ୍‌ଲେଟ୍ ତିଆରି କରିବା ପାଇଁ ଯେତେଥର ଅଣ୍ଡା ଫଟଉଛନ୍ତି ସେଥିରୁ ଗୋଟେ ଗୋଟେ କୁକୁଡା ଛୁଆ ବାହାରି ଆସୁଛି। ଏହାକୁ ଦେଖିବା ପରେବି କେହି ବିଶ୍ୱାସ କରିପାରିବେ ନାହିଁ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଏହି ଠେଲାବାଲା ଚୁଲାରେ ତାୱା ବସେଇଛନ୍ତି ଆଉ ଆମ୍‌ଲେଟ୍ ତିଆରି କରୁଛନ୍ତି। ତାୱାରେ ଗୋଟିଏ ଅଣ୍ଡା ଫଟେଇ ଢାଳିଛନ୍ତି। କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ଅଣ୍ଡା ଫଟାନ୍ତି ସେଥିରୁ ଗୋଟିଏ କୁକୁଡ଼ା ଛୁଆ ବାହାରି ତାୱା ଉପରେ ପଡିଯାଏ। ସେ ଏହାକୁ ଉଠେଇ ପାଖରେ ଥିବା ଜଣେ ଲୋକର ହାତରେ ଧରେଇ ଦିଅନ୍ତି। ଏହା ପରେ ସେ ଦ୍ୱିତୀୟ ଅଣ୍ଡା ଫଟାନ୍ତି ତ ସେଥିରୁ ମଧ୍ୟ ଆଉ ଗୋଟେ କୁକୁଡା ଛୁଆ ବାହାରି ତାୱା ଉପରେ ପଡିଯାଏ। ଏମିତି ସେ ୩ଟି ଅଣ୍ଡାକୁ ଫଟେଇ ସେଥିରୁ ଛୁଆ ବାହାର କରି ଦେଖାନ୍ତି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ଦେଖାଯାଏ।

Advertisment

ଏହି ଭିଡିଓ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଯେ ଏହା କିପରି ସମ୍ଭବ। ଅନେକ ଲୋକ ଏପରିକି ଠେଲାବାଲାକୁ ଯାଦୁଗର ବୋଲି ମଧ୍ୟ କହିଛନ୍ତି। ଲୋକମାନେ କୁହନ୍ତି ଯେ ଏହା କେବେ ହୋଇ ନ ପାରେ। ଅନେକ ଲୋକ ଏହି ଭିଡିଓକୁ ମଧ୍ୟ ବିଶ୍ୱାସ କରୁ ନାହାନ୍ତି। ଲୋକମାନେ ମଧ୍ୟ ଭିଡିଓରେ ଅନେକ ନକ୍ରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ପ୍ରଥମେ ଯାଦୁକର ଥିଲା କି? ଅନ୍ୟ ଜଣେ ଲେଖିଛନ୍ତି ଯେ ଏହା କଦାପି ହୋଇପାରିବ ନାହିଁ। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୨ ଲକ୍ଷ ୫୦ ହଜାରରୁ ଅଧିକ ଲାଇକ୍ ମିଳିସାରିଥିଲା।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ