ଯୋଡ଼ା ଥାନାରେ ଛତିଶଗଡ଼ ପୋଲିସ ହଟହଟା

କିଏ ପ୍ରେମ କଲା, ଆଉ କିଏ ହଟହଟା ହେଲା ?

ଯୋଡା ଥାନାରେ ଛତିଶଗଡ ପୋଲିସ ହଟହଟା

ଦଶମ ଶ୍ରେଣୀ ଛାତ୍ରର ପ୍ରେମ ପାଇଁ ଓଡ଼ିଶାରେ ଛତିଶଗଡ଼ ପୋଲିସ୍ ହଟହଟା । ଜଣେ ଅପହରଣକାରୀ ଅଭିଯୁକ୍ତକୁ ଧରିବାକୁ ଆସି କେନ୍ଦୁଝର ଜିଲ୍ଲା ଯୋଡା ଥାନାରେ ଛତିଶଗଡ ପୋଲିସ ହଟହଟା ହୋଇଛି । ଛତିଶଗଡ ପୋଲିସର ସୂଚନା ଅନୁଯାୟୀ, ଯୋଡ଼ା ଅଞ୍ଚଳର ଜଣେ ନାବାଳକ ଛତିଶଗଡରୁ ଜଣେ ନାବାଳିକାକୁ ଉଠାଇ ଆଣିଥିଲା ।

ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଛତିଶଗଡ଼ର ସୀତାପୁର ଥାନାରେ ଗତ ମାର୍ଚ୍ଚ ୨୮ରେ ଏତଲା ଦିଆଯାଇଥିଲା । ଛତିଶଗଡ଼ ପୋଲିସ ଯୋଡ଼ା ପୋଲିସ ସହାୟତାରେ ନାବାଳକ ଜଣକୁ ଥାନାକୁ ଆଣିଥିଲେ । ଏହି ସମୟରେ ନାବାଳକର ପରିବାର ସହ ସ୍ଥାନୀୟ ବସ୍ତି ବାସିନ୍ଦା ପ୍ରତିବାଦ କରିଥିଲେ ।

ପୋଲିସ ଗାଡି ଅଟକାଇ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରି ନାବାଳକ ଜଣକୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ନାବାଳକ ଜଣକ ଦଶମ ଛାତ୍ର ହୋଇଥିବାରୁ ଛତିଶଗଡ଼ ପୋଲିସ ତାକୁ ଧରିନେବା ପରେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ପରେ ଯୋଡା ଓ ଛତିଶଗଡ ପୋଲିସ ସେମାନଙ୍କ ସହ ଆଲୋଚନା ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।