Advertisment

ଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ଆଜି ବି ତିନି ଟଙ୍କାରେ ମିଳୁଛି ଖାଇବା। ଏହି କଥା ଶୁଣିଲେ ଅବିଶ୍ୱାସ ଲାଗିପାରେ। କିନ୍ତୁ କୋଲକାତା ସହରରେ ଏମିତି କିଛି ହୋଟେଲ୍ ଅଛି ଯେଉଁଠି ଶସ୍ତାରେ ମିଳୁଛି ଖାଇବା। ଆଜିବି ଆପଣ ଭାତ ଓ ଝୋଳ ୩ ଟଙ୍କାରେ ଖାଇପାରିବେ। ଏହା କେବଳ ଗୋଟିଏ କି ଦୁ‍ଇଟି ହୋଟେଲରେ ନୁହେଁ ସହରର ଅନେକ ହୋଟେଲରେ ଏମିଟି ଶସ୍ତା ଖାଇବା ମିଳେ। ଏହିସବୁ ହୋଟେଲକୁ ପାଇସ୍ ହୋଟେଲ୍ ବୋଲି କୁହାଯାଏ।

Cheap hotel : You can eat in just 03 rupee

Cheap hotel : You can eat in just 03 rupee

Advertisment

କୋଲକାତା : ଆଜି ବି ତିନି ଟଙ୍କାରେ ମିଳୁଛି ଖାଇବା। ଏହି କଥା ଶୁଣିଲେ ଅବିଶ୍ୱାସ ଲାଗିପାରେ। କିନ୍ତୁ କୋଲକାତା ସହରରେ ଏମିତି କିଛି ହୋଟେଲ୍ ଅଛି ଯେଉଁଠି ଶସ୍ତାରେ ମିଳୁଛି ଖାଇବା। ଆଜିବି ଆପଣ ଭାତ ଓ ଝୋଳ ୩ ଟଙ୍କାରେ ଖାଇପାରିବେ। ଏହା କେବଳ ଗୋଟିଏ କି ଦୁ‍ଇଟି ହୋଟେଲରେ ନୁହେଁ ସହରର ଅନେକ ହୋଟେଲରେ ଏମିଟି ଶସ୍ତା ଖାଇବା ମିଳେ। ଏହିସବୁ ହୋଟେଲକୁ ପାଇସ୍ ହୋଟେଲ୍ ବୋଲି କୁହାଯାଏ। ଶସ୍ତା ଖାଇବା ମିଳୁଥିବାରୁ ଏଭଳି ନାମକରଣ କରାଯାଇଛି। ତେବେ ହୋଟେଲଗୁଡିକ ଆଜିକାଲିର ନୁହେଁ। କିଛି ହୋଟେଲ୍ ୧୦୦ ବର୍ଷର ହୋଇଥିବା ବେଳେ ଆଉ କିଛି ହୋଟେଲ୍ ୬୦ ରୁ ୭୦ ବର୍ଷର ପୁରୁଣା।

Advertisment
Cheap hotel : You can eat in just 03 rupeeଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ଏହି ହୋଟେଲଗୁଡିକୁ ଭାତେର୍ ବା ରାଇସ୍ ହୋଟେଲ୍ ମଧ୍ୟ କୁହାଯାଏ। କିଛି ଲୋକେ ଏହାକୁ ହିନ୍ଦୁ ହୋଟେଲ୍ ମଧ୍ୟ କୁହନ୍ତି। ଆପଣ ଯଦି କେବେ କୋଲକାତା ଯାଆନ୍ତି ତେବେ ଏହି ହୋଟେଲକୁ ଯିବାକୁ ଭୁଲିବେ ନାହିଁ। ଏହି ଖାଦ୍ୟ କେବଳ ଶସ୍ତା ନୁହେଁ, ଏଥିରୁ ଆପଣ କୋଲକାତାର ପାରମ୍ପରିକ୍ ଖାଦ୍ୟର ସ୍ୱାଦ ମଧ୍ୟ ପାଇବେ। ତେବେ ଏହା ମଧ୍ୟ ସତ ଯେ କିଛି ହୋଟେଲରେ ଏହି ଖାଦ୍ୟ ମାତ୍ର ୩ ଟଙ୍କାରେ ମିଳୁଥିବା ବେଳେ ଅନ୍ୟ କେତେକ ହୋଟେଲବାଲା ଟିକେ ଅଧିକ ନେଉଛନ୍ତି। କିନ୍ତୁ ଏହା ସହରର ଅନ୍ୟ ହୋଟେଲଗୁଡିକ ତୁଳନାରେ ବହୁତ ଶସ୍ତା।

Advertisment

ଏହା ଛଡା ଏହି ସବୁ ହୋଟେଲରେ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ମଧ୍ୟ ମିଳେ। ଯାହାର ଦାମ ଅଲଗା। କିନ୍ତୁ ଆପଣ ଅନେକ ପାଇସ ହୋଟେଲରେ ୩ ରୁ ୨୫ ଟଙ୍କା ଦେଇ ମନ ଶାନ୍ତି କରି ଖାଦ୍ୟ ଖାଇପାରିବେ। ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସମୟରେ ଏହି ହୋଟେଲଗୁଡିକରେ ବହୁତ ଭିଡ ଦେଖାଯାଏ। ଅନେକ ହୋଟେଲରେ ତଳେ କଦଳୀ ପତ୍ର ଓ କଟୋରୀରେ ଖାଦ୍ୟ ପରିବେଷଣ କରାଯାଉଥିବାବେଳେ କିଛି ହୋଟେଲରେ ମଧ୍ୟ ଚେୟାର ଟେବୁଲ ପଡିଥିବା ଦେଖାଯାଏ।

Cheap hotel : You can eat in just 03 rupeeଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ଭେଜ୍ ଥାଳି ଶସ୍ତା ହୋଇଥିବା ବେଳେ ନନ୍ ଭେଜ୍ ଥାଳି କିଛି ମାତ୍ରାରେ ମହଙ୍ଗା ହୋଇଥାଏ। ଏଗୁଡ଼ିକ ହେଉଛି ପାରମ୍ପରିକ ବଙ୍ଗାଳୀ ଖାଦ୍ୟ, ଯେଉଁଥିରେ ସୋରିଷ ତେଲ ଏବଂ ସୋରିଷର ବହୁଳ ମାତ୍ରା ବ୍ୟବହୃତ ହୁଏ। କୁହାଯାଏ ଯେ ଆପଣ କୋଲକାତା ସହରରେ କେବେ ଭୋକିଲା ରହିପାରିବେ ନାହିଁ। ଏହି ସହର ପ୍ରକୃତରେ କାହାକୁ ଭୋକିଲା ହେବାକୁ ଦିଏ ନାହିଁ। ଯଦି ଆପଣଙ୍କ ପାଖରେ ଅଧିକ ଟଙ୍କା ନ ଥାଏ ତେବେ ଆପଣ ରାଇସ୍ ହୋଟେଲରେ ଶସ୍ତା, ଭଲ ଏବଂ ପେଟ ଭରି ଖାଦ୍ୟ ଖାଇପାରିବେ।

Advertisment
Cheap hotel : You can eat in just 03 rupeeଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ବର୍ତ୍ତମାନ ଆପଣ ନିଶ୍ଚିତ ଭାବୁଥିବେ ଯେ ଏଗୁଡିକୁ କୋଲକାତାର ପାଇସ୍ ହୋଟେଲ କାହିଁକି କୁହାଯାଏ? ଏହି ନାମ ପଇସାରୁ ଉତ୍ପନ୍ନ ହୋଇଛି, ଯାହାକି ଭାରତୀୟ ମୁଦ୍ରାର ସବୁଠାରୁ ଛୋଟ ଏକକ । ବ୍ରିଟିଶ ଯୁଗରେ ଏହି ହୋଟେଲଗୁଡ଼ିକ ଏଠାରେ ଆରମ୍ଭ ହୋଇଥିଲା। କଲିକତା ସେତେବେଳେ ଦେଶର ରାଜଧାନୀ ଥିଲା। ବ୍ରିଟିଶମାନେ ଏଠାରେ ବସି ବ୍ରିଟିଶ ରାଜର କାମ କରୁଥିଲେ। ବ୍ରିଟିଶ ରାଜରେ ପୈସେକୁ ପାଇସ୍ କୁହାଯାଉଥିଲା।

Special Story Cheap Hotel 3 Rupees Per Meal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ