Advertisment

୫୦ ଟଙ୍କାର ମୋବାଇଲ ଆସେସୋରିଜ୍ କିଣିଲେ ୪ଟା ଲେମ୍ବୁ ଫ୍ରି

ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।

ଅଦ୍ୟତନ ହୋଇଛି
Buy mobile and accessories get free lemon and petrol

Buy mobile and accessories get free lemon and petrol

Advertisment

ଦେଶରେ ପେଟ୍ରୋଲ ଓ ଲେମ୍ବୁ ଦର ବୃଦ୍ଧି ଲୋକଙ୍କ ବଜେଟ୍‌ ଉପରେ ପ୍ରଭାବ ପକେଇଛି। ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଟ କରି ପକେଇଛି। ଏଭଳି ପରିସ୍ଥିତିରେ, ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାରାଣାସୀର ଏକ ମୋବାଇଲ୍ ଶୋ’ରୁମ୍‌ରେ ଏକ ନିଆରା ଅଫର ଆସିଛି।

Advertisment

ଏହି ଅଫର ଅନୁଯାୟୀ, ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଏହି ଅଫରର ପୋଷ୍ଟର୍‌ ମଧ୍ୟ ଦୋକାନ ବାହାରେ ରଖାଯାଇଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଦୋକାନ ଓ ଅଫରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଲେମ୍ବୁ ଓ ପେଟ୍ରୋଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଥିବା ବେଳେ ବର୍ତ୍ତମାନ ଏହାର ଅଫର ମଧ୍ୟ ବଜାରରେ ଆରମ୍ଭ ହୋଇଛି। ବାରାଣାସୀର ଏକ ମୋବାଇଲ୍ ଦୋକାନରେ ଏପରି ଏକ ଅଫର ଦେଖିବାକୁ ମିଳିଛି। ଦୋକାନ ମାଲିକ ବାହାରେ ଏକ ପୋଷ୍ଟର ମାରିଥିବା ବେଳେ ଏଥିରେ ଲେଖା ଅଛି ଯେ ଯଦି କେହି ତାଙ୍କ ଦୋକାନରୁ ୧୦ ହଜାର ମୂଲ୍ୟର ମୋବାଇଲ୍ ନିଏ, ତେବେ ତାଙ୍କୁ ମାଗଣାରେ ୧ ଲିଟର ପେଟ୍ରୋଲ ଦିଆଯିବ। ଏହା ବ୍ୟତୀତ ଦୋକାନ ମାଲିକ ୟଶ ଜୟସୱାଲ କହିଛନ୍ତି ଯେ ଯଦି କେହି ୫୦ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ୍ ଆସେସୋରିଜ୍ ନିଅନ୍ତି, ତେବେ ତାଙ୍କୁ ୨-୪ ଟି ଲେମ୍ବୁ ଦିଆଯିବ।

Advertisment

ତେବେ ଏହି ଅଫରକୁ ନେଇ ୟଶ ଜୟସୱାଲ କହିଛନ୍ତି ଯେ ଦରଦାମ୍ ବୃଦ୍ଧି ଯୋଗୁଁ ବଜାର ମାନ୍ଦା ପଡିଯାଇଛି। ଏଭଳି ପରିସ୍ଥିତିରେ ବିକ୍ରିବଟା ବଢେଇବା ନେଇ କିଛି ଭିନ୍ନ କରିବାର ଥିଲା। ତେଣୁ ଏହାକୁ ଆଖିରେ ରଖି ଗ୍ରାହକମାନଙ୍କୁ ଲେମ୍ବୁ ଅଫର୍ ଦେବା ଆରମ୍ଭ କରିଥିବା ସେ କହିଛନ୍ତି। ସେ କୁହନ୍ତି ଯେ ଗ୍ରାହକଙ୍କୁ ଏହି ଅଫର ବହୁତ ପସନ୍ଦ ଆସିଛି ଓ ଏହି ଅଫର୍ ଯୋଗୁଁ ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ବଢିବାରେ ଲାଗିଛି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ