Advertisment

ସାଙ୍ଗମାନଙ୍କ ଥଟ୍ଟା ତାମସା ସ୍କୁଲ ଛାତ୍ରଙ୍କୁ କରିଦେଲା ଲକ୍ଷପତି

ଅନେକ କ୍ଷେତ୍ରରେ ନୂଆ ନୂଆ ସ୍କୁଲ କିମ୍ବା କଲେଜ ଯାଉଥିବା ପିଲାଙ୍କ ପକ୍ଷରେ ଅନ୍ୟମାନଙ୍କ ସହ ମିଶିବା କଷ୍ଟକର ହୋଇପଡେ। ଅନେକ ସମୟରେ ଏମିତି ମଧ୍ୟ ହୋଇଥାଏ ପିଲାର ଚେହେରାକୁ ଦେଖି ଥଟ୍ଟା କରାଯାଇଥାଏ। ଏମିତି କିଛି ମଧ୍ୟ ହୋଇଥିଲା ଇଂଲଣ୍ଡର ଲିଙ୍କନଶିୟରରେ ରହୁଥିବା ଡ୍ୟାନ୍ ଜେମ୍ସ କ୍ଲାର୍କଙ୍କ ସହିତ। ସ୍କୁଲ୍ ସମୟକୁ ଯେତେବେଳେ ପିଲାମାନେ ଉପଭୋଗ କରିଥିଲେ, ଡ୍ୟାନ ତାକୁ ଭୟ କରୁଥିଲେ। ତେବେ ପରେ ତାଙ୍କ ସହ ହେଉଥିବା ଏହି ବ୍ୟବହାରକୁ ସେ ନିଜର ଶକ୍ତି କରିନେଲେ ଓ ହୋଇଗଲେ ଧନୀ।

Bullies forced  made the boy rich

ଡ୍ୟାନ୍ କେବଳ ତାଙ୍କ ମା’ଙ୍କ ସହିତ ରୁହନ୍ତି। ତାଙ୍କ ମା’ ସବୁବେଳେ ଚାହୁଁଥିଲେ ଯେ ତାଙ୍କ ପୁଅ ସ୍କୁଲରେ ସମସ୍ତଙ୍କ ସହିତ ମିଶୁ। କିନ୍ତୁ ଡ୍ୟାନ ଯେତେବେଳେ ସେକେଣ୍ଡାରୀ ସ୍କୁଲକୁ ଗଲେ ତାଙ୍କର ନୂଆ ସାଙ୍ଗ ହେବା ବଦଳରେ ଅନେକ ତାଙ୍କୁ ଚିଡଉଥିଲେ। ଏହି କାରଣରୁ ଦୁଇ ତିନୋଟି ସ୍କୁଲ ବଦଳ କଳା ପରେ ବି ଯେତେବେଳେ ତାଙ୍କ ପରିସ୍ଥିତିରେ ସୁଧାର ନ ଆସିଲା ତେବେ ଡ୍ୟାନ ସ୍କୁଲ ଛାଡିଦେଇଥିଲେ। ଏହା ପରେ ସେ ଭର୍ଚୁଆଲ୍ ୱାର୍ଲ୍ଡରେ ସାଙ୍ଗ କରିବାରେ ଲାଗି ପଡିଲେ। ତାଙ୍କର ଏହି ଅଭ୍ୟାସ ତାଙ୍କୁ ବର୍ତ୍ତମାନ ମାନସିକ ଶାନ୍ତି ଦେବା ସହ ଆର୍ଥିକ କ୍ଷେତ୍ରରେ ବି ବହୁତ ସଫଳତା ଦେଇଛି।

Advertisment

ଡ୍ୟାନ ଯେତେବେଳେ ପ୍ରାଇମେରୀ ସ୍କୁଲରେ ଥିଲେ ସବୁକିଛି ଠିକ୍‌ଠାକ୍ ଥିଲା। ସେକେଣ୍ଡାରୀରେ ଯେତେବେଳେ ସ୍କୁଲ ବଦଳ କଲେ ନୂଆ ସ୍କୁଲରେ ତାଙ୍କୁ ଖାପ ଖୁଆଇସାରେ ସମସ୍ୟା ହୋଇଥିଲା। ପିଲାମାନେ ତାଙ୍କର ଥଟ୍ଟା ମଜ୍ଜା କରିବା ସହିତ ତାଙ୍କୁ ଏକୁଟିଆ କରିଦେଉଥିଲେ। ଏନେଇ ତାଙ୍କ ମା’ କ୍ରିଷ୍ଟିନ୍ ସ୍କୁଲ ପରିବର୍ତ୍ତନ କରିଥିଲେ। ସେ ଭାବିଥିଲେ ତାଙ୍କୁ ଭଲ ସାଙ୍ଗ ମିଳିଯିବେ। କିନ୍ତୁ ସେଭଳି କିଛି ହେଲାନି। ତାଙ୍କ ଚେହେରାଙ୍କୁ ନେଇ ଥଟ୍ଟା କରାଯିବା ଓ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦିଆଯିବା ବଢିଚାଲିଲା। ଫଳରେ ତାଙ୍କୁ ସ୍କୁଲ ଯିବା ବନ୍ଦ କରିଦିଆଗଲା। ଫଳରେ ତାଙ୍କ ପଢାପଢିରେ ଅସୁବିଧା ଦେଖାଦେଲା। କିନ୍ତୁ ତାଙ୍କ ଜୀବନରେ ସେତେବେଳେ ପରିବର୍ତ୍ତନ ଆସିଲା ଯେତେବେଳେ ତାଙ୍କ ମାଆ ତାଙ୍କୁ ଆଇଫୋନ୍ ଦେଇଥିଲେ।

ପାଖରେ ଫୋନ୍ ପାଇ ସେ ଇନ୍‌ଷ୍ଟାଗ୍ରମରେ ନିଜର ଆକାଉଣ୍ଟ ଖୋଲିଲେ ଓ ନିଜ ଭଳି ସାଙ୍ଗ ଖୋଜି ଚାଲିଲେ। ସେ ଏଭଳି ଆପ୍ସ ବ୍ୟବହାର କଲେ ଯେଉଁଥିରେ ତାଙ୍କୁ ଟଙ୍କା ମିଳିବ, କାରଣ ଏଭଳି ଆକାଉଣ୍ଟରେ ଫଲୋର୍ସ ସଂଖ୍ୟା ଖୁବ୍ ଶୀଘ୍ର ବଢିଥାଏ। ତାଙ୍କର ମଧ୍ୟ ଫଲୋର୍ସ ସଂଖ୍ୟା ବଢିଚାଲିଲା। ତାଙ୍କୁ ଏକ ଚଶମାର ପ୍ରମୋଶନ ନେଇ ବିଜ୍ଞାପନ ମଧ୍ୟ ମିଳିଲା। ତାଙ୍କୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ବିଜ୍ଞାପନ ମିଳୁଛି। ଫଳରେ ସେ ସୋସିଆଲ ମିଡିଆ ଦ୍ୱାରା ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ସେ କୁହନ୍ତି ଯେ ଯଦି ତାଙ୍କ ସହିତ ଏଭଳି ମଜ୍ଜା ହୋଇ ନ ଥାନ୍ତା ସେ ଏଭଳି ଆଗକୁ ଯାଇପାରି ନ ଥାନ୍ତେ।

Advertisment
Special Story Rich Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ