Advertisment

ନିଜେ ବଲ୍‌ ହେଇ ଆସିଲା, ବ୍ୟାଟ୍ସମାନ୍‌କୁ ଆଉଟ୍ କଲା

ସୋସିଆଲ୍ ମିଡିଆରେ କ୍ରିକେଟ୍‌କୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଏହା ଏମିତି ଏକ କ୍ରିକେଟ୍ ଖେଳ ଯାହା ଆପଣ କେବେ ବି ଦେଖି ନ ଥିବେ।

Bowling will make you laugh

Bowling will make you laugh

Advertisment

କ୍ରିକେଟ୍ ସହିତ ଜଡିତ ଭିଡିଓଗୁଡିକ ସୋସିଆଲ୍ ମିଡିଆରେ ବାର ବାର ଦେଖାଯାଏ। କିନ୍ତୁ ସେଥିରୁ ଏମିତି କିଛି ଭିଡିଓ ଅଛି ଯାହା ଆପଣଙ୍କ ଶୁଖିଯାଇଥିବା ମୁହଁରେ ଏକ ଖୁସିର ମାହୋଲ୍ ନେଇଆସେ। ଏହି ଭିଡିଓଗୁଡିକ ଏତେ ଭଲ୍ ଲାଗେ ଯେ ଆଯାକୁ ଆପଣ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି।

Advertisment

ବର୍ତ୍ତମାନ କ୍ରିକେଟ୍‌କୁ ନେଇ ଏପତି ଏକ ମଜାଦାର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଏକ ଛୋଟ ବୋଲରଙ୍କ ବିପଜ୍ଜନକ ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କିଛି କ୍ଷଣ ପରେ ଆପଣ ପେଟକୁ ଧରି ହସିବାକୁ ବାଧ୍ୟ ହେବେ। ଥରୁଟିଏ ନଜର ପକେଇ ନିଅନ୍ତୁ ଏହି ଭିଡିଓ ଉପରେ ଯାହା ହଜାର ହଜାର ଲୋକଙ୍କ ହୃଦୟ ଜିତୁଛି।

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୫ ଜଣ ପିଲା କ୍ରିକେଟ୍ ଖେଳୁଥିବା ଆପଣ ଦେଖିପାରିବେ। ଜଣେ ପିଲା ବ୍ୟାଟିଂ କରୁଥିବାବେଳେ ଅନ୍ୟ ଜଣେ ବୋଲିଂ କରୁଛନ୍ତି। ଜଣେ ୱିକେଟ୍ କିପର ରହିଥିବାବେଳେ ଅନ୍ୟ ଜଣେ ସ୍ଲିପ୍ସରେ ଏବଂ ଆଉ ଜଣେ ସିଲି ପଏଣ୍ଟରେ ଫିଲ୍ଡିଂ କରୁଛନ୍ତି। ବ୍ୟାଟ୍ସମ୍ୟାନ୍ ଜଣକ ବୋଲରକୁ ଅପେକ୍ଷା କରିଛନ୍ତି। ଏଥର ବୋଲର୍‌ ତାଙ୍କୁ ଆଉଟ୍ କରିବା ନେଇ ଅତିରିକ୍ତ ପ୍ରୟାସ କରନ୍ତି।

Advertisment

ବୋଲର ରନ୍ ଅପ୍ ସହିତ ଆସୁଥିବାବେଳେ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ ଉଠାଇ ସର୍ଟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ଏହା ପରେ ଯାହା ଘଟେ ତାହା ହେଉଛି ଏହି ଭିଡିଓରେ ସବୁଠାରୁ ମଜାଳିଆ ବିଷୟ। ଦେଖିବାକୁ ଗଲେ ଏହା ଏକ ବାସ୍ତବ କ୍ରିକେଟ୍ ଖେଳ ନୁହେଁ। ଏହି ଭିଡିଓଟି କେବଳ ଲୋକଙ୍କୁ ମଜ୍ଜା ଦେବା ପାଇଁ ହିଁ ପ୍ରସ୍ତୁତ ହୋଇଛି।

ଭିଡିଓରେ ଆପଣ ଦେଖିବେ ଯେ ବୋଲର ପିଲାଟି ଦୌଡି ଦୌଡି ଆସି ୱିକେଟ୍ ଅତିକ୍ରମ କରେ ଆଉ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍ ଉପରେ ପାଦ ରଖି ସ୍ଲିପ୍ସରେ ଫିଲ୍ଡିଂ କରୁଥିବା ପିଲାଟି କୋଳକୁ ସିଧା ଡେଇଁପଡେ। ଏହିପରି ଭାବେ ସେ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିଅନ୍ ଯିବାକୁ ବାଧ୍ୟ କରେ।

Advertisment

ଆପଣ ଏପରି ମାରାତ୍ମକ ବୋଲିଂକୁ କ୍ୱଚିତ୍ ଦେଖିଥିବେ। ଏଥର ଆପଣ ନିଶ୍ଚିତ ଜାଣିଦେବେଣି ଯେ ଏହି ମଜାଦାର ଭିଡିଓ କାହିଁକୁ ଏତେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଜଣେ ଉପଭୋକ୍ତା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ୧୬ ସେକେଣ୍ଡର ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨ ହଜାର ୬ ଶହ ଥର ଦେଖାଯାଇଛି। ଲୋକମାନେ ଏହାକୁ ଦେଖି ନିଜେ ଉପଭୋଗ କରିବା ସହିତ ସାଙ୍ଗମାନଙ୍କ ସହ ମଧ୍ୟ ଶେୟାର କରିବାରେ ଲାଗିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ