ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ : ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଘର ଭିତରୁ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।

ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା !

News Summary

ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା !

ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ପୋଲିସ

ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା ! ଭୁବନେଶ୍ୱର ସ୍ଥିତ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଖଣ୍ଡଗିରି ପୋଲିସ ଉଦ୍ଧାର କରିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଖୋଳତାଡ ଚାଲିଛି ।

ବାସନ୍ତୀ ବିବାହିତ । ତାଙ୍କ ସ୍ୱାମୀ ବି ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର୍ ଅଛନ୍ତି । ୨୦୧୨ରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ପୁଅର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ ବାସନ୍ତୀ । ତାସହ ସ୍ୱାମୀ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ବାସନ୍ତୀଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏସବୁ ଦିଗକୁ ନେଇ ପଡ଼ୋଶୀ ଓ ଅନ୍ୟ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ୍ ।