Advertisment

ଭଙ୍ଗା ଡଙ୍ଗାରେ ମହିଳାଙ୍କ ଜୀବନ ବଂଚାଇଲେ ନାଉରିଆ

ଭୋର ପ୍ରାୟ ୪ ଟା । ଅନ୍ଦାର ରାତିକୁ ଘନ କୁହୁଡି । ଚାରିଆଡେ ଶୁନଶାନ ଥିବା ବେଳେ ଖରସ୍ରୋତା ନଦୀର ଗଭୀର ଜଳରେ ଜଣେ ମହିଳା ବୁଡି ଯାଉଥିଲେ। ବଂଚିବା ଲାଗି ବିକଳରେ ଡାକ ଛାଡୁଥିଲେ ମୋତେ ବଂଚାଅ ବଂଚାଅ

Boat Man

Boat Man

Advertisment

କଥାରେ ଅଛି ରଖେ ହରି ତ ମାରେ କିଏ? ଆଉ ଏହି କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜହଳ ଗ୍ରାମରେ । କାଳ ସରିବା ପୁର୍ବରୁ ୭୨ ବର୍ଷର ବୃଦ୍ଧା ରୁପଲତାଙ୍କ ଲାଗି ଆସିଥିଲା କାଳରାତ୍ରି । ଶୌଚ ହେବା ଲାଗି ଆସି ଖରସ୍ରୋତା ନଦୀର ପ୍ରଖର ସ୍ରୋତରେ ବୁଡି ଯାଇ ବଂଚାଅ ବଂଚାଅ କହୁଥିବା ମହିଳାଙ୍କୁ ଉଦ୍ଧାର କରିଛନ୍ତି ଜଣେ ନାଉରିଆ ଭାଇ । ନିଜ ଜୀବନକୁ ପାଣି ଛଡାଇ ରାତିର ଅନ୍ଧକାର ସାଙ୍ଗକୁ ଘନ କୁହୁଡିରେ ଏଇ ଭଙ୍ଗା ଡଙ୍ଗାରେ ଗଭୀର ପାଣିରୁ ରୁପଲତାଙ୍କୁ ଦେବଦୁତ ସାଜି ଜୀବଦାନ ଦେଇଥିବା ନାଉରିଆ ଦୁର୍ଯ୍ୟୋଧନ ମାଝିଙ୍କ ସାହସିକତାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

Advertisment

ଭୋର ପ୍ରାୟ ୪ ଟା । ଅନ୍ଦାର ରାତିକୁ ଘନ କୁହୁଡି । ଚାରିଆଡେ ଶୁନଶାନ ଥିବା ବେଳେ ଖରସ୍ରୋତା ନଦୀର ଗଭୀର ଜଳରେ ଜଣେ ମହିଳା ବୁଡି ଯାଉଥିଲେ। ବଂଚିବା ଲାଗି ବିକଳରେ ଡାକ ଛାଡୁଥିଲେ ମୋତେ ବଂଚାଅ ବଂଚାଅ । ଆଉ ଏହି ଡାକ ମାଛ ଧରିବା ଲାଗି ବାହାରିଥିବା ନାଉରିଆର କାନରେ ପଡ଼ିଥିଲା। ଆଉ ଏହି ଡାକ ନାଉରିଆ କାନରେ ପଡ଼ିବା ପରେ ଏହି ଭଙ୍ଗା ଡଙ୍ଗାକୁ ନେଇ ବୁଦ୍ଧାଙ୍କୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ ନାଉରିଆ। କିନ୍ତୁ ଡାକ୍ତ ଶୁଭିବା ସ୍ଥାନରେ ପହଞ୍ଚିବା ବେଳକୁ କାହାକୁ ଦେଖିନଥିଲେ। କିନ୍ତୁ ଡାକ ଶୁଣିଥିବାରୁ କାତ ମାରିଥିଲେ ଆଉ ସେହି କାତ ବାଜିଥିଲା ଏହି ବୃଦ୍ଧାଙ୍କ ଦେହରେ। ପାଣି ଭିତରେ ଜୀବନ ବଂଚାଇବାକୁ ଉଦ୍ୟମ କରୁଥିବା ମହିଳା ଜଣକ କାତଟିକୁ ଧରିପକାଇଲେ ଆଉ ନାଉରିଆ ତାଙ୍କୁ କୂଳକୁ ନେଇ ଆସିଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଣେ ବୃଦ୍ଧାଙ୍କ ଜୀବନ ବଂଚାଇଥିବା ଏହି ନାଉରିଆ ଜଣକ ଯାଜପୁର ବ୍ଲକ ଜହଳ ଗ୍ରାମର ଦୁର୍ଯ୍ୟୋଧନ ମାଝୀ ।ଅନ୍ଧକାର ରାତି ସାଙ୍ଗକୁ ଘନ କୁହୁଡିରେ ଭଙ୍ଗା ଡଙ୍ଗାରେ ଗଭୀର ପାଣିରୁ ରୁପଲତା ବିଶ୍ୱାଳଙ୍କୁ ବଂଚାଇପାରିଥିବାରୁ ସେ ନିଜକୁ ଧନ୍ୟମଣି ଥିବା କହିଛନ୍ତି ।

ତେବେ ଉଦ୍ଧାର ହୋଇଥିବା ମହିଳା ଜଣକ ହେଲେ ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତ ବରହମପୁର ଗ୍ରାମର ରୁପଲତା ବିଶ୍ୱାଳ । ନିଜ ନାତୁଣୀ ମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପାଣିରେ ବୁଡିଯ।ଇଥିଲେ। ବଂଚିବା ଲାଗି ଆକୁଳ ଚିତ୍କାର କରୁଥିବା ବେଳେ ନାଉରିଆ ଜଣକ ତାଙ୍କର ଜୀବନ ବଂଚାଇଥିଲେ କହିବା ସହ ପୂର୍ବ ଜନ୍ମରେ ତାଙ୍କର ସମ୍ପର୍କ ଥିବା କଥା ମଧ୍ୟ କହିଥିଲେ। ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ଦୁର୍ଯ୍ୟୋଧନ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ କାହାର ଜୀବନ ବଂଚାଇପାରିଥିବାରୁ ତାଙ୍କ ସାହସିକତାକୁ ସମ୍ମାନ ଜଣାଇ ଏବେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଛି।

Advertisment

ଯାଜପୁରରୁ ସଂଜୀବ୍ ନାୟକଙ୍କ ରିପୋର୍ଟ 

Boat Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ