ଶିକ୍ଷକତା କରି ଜ୍ଞାନ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ ଦମ୍ପତି

ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ ।

blind Couple

ରାଉରକେଲା: ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଆସନ୍ତୁ ଜାଣିବା ରାଉରକେଲାର ସହରର ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ।

ଭଗବାନ ଦୃଷ୍ଟି ଶକ୍ତି ଦେଇନାହାନ୍ତି ସତ ହେଲେ ଅନ୍ୟଙ୍କ ତୁଳନାରେ କୌଣସି ଗୁଣରେ କମ୍ ରଖିନାହାନ୍ତି । ଖାଲି ସୁମଧୁର କଣ୍ଠସ୍ବର ନୁହେଁ ବରଂ ଜଣେ ଦକ୍ଷ ଶିକ୍ଷକ ଦିବ୍ୟ ସୁନ୍ଦର ପରିଡା । ରାଉରକେଲା ସେର ୧୬ ଏନଏସଟିଏସଟି ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ଦିବ୍ୟ ସିନା ଆଲୋକ କଣ ଜାଣିନାହାନ୍ତି ହେଲେ ସାରା ଦୁନିଆକୁ ଜ୍ଞାନ ରୂପକ ଆଲୋକରେ ଆଲୋକିତ କରୁଛନ୍ତି । ବିନା ସାହାଯ୍ୟରେ ବିନା ଦ୍ୱନ୍ଦ୍ୱରେ ଘରୁ ସ୍କୁଲକୁ ଆସିବା ହେଉ ଅବା କ୍ଲାସ ରୁମ୍ ଯିବା, ପିଲାଙ୍କୁ ପଢାଇବା, ଅନାୟାସରେ କରିପାରନ୍ତି ଦିବ୍ୟ । ଏଥିପାଇଁ ତ ପିଲା ହୁଅନ୍ତୁ ଅବା ସହଯୋଗୀ ସମସ୍ତଙ୍କ ମୁହଁରେ ଦିବ୍ୟ ସାରଙ୍କ ପ୍ରଶଂସା ରହିଥାଏ ।

 

କେବଳ ଦିବ୍ୟ ନୁହଁନ୍ତି ଦିବ୍ୟଙ୍କ ପତ୍ନୀ ଅପରାଜିତା ସାମଲ ମଧ୍ୟ ଦେଖିପାରନ୍ତି ନାହିଁ । କିନ୍ତୁ ଦିବ୍ୟଙ୍କ ଭଳି ସେ ବି ଜଣେ ଶିକ୍ଷକ । ରାଉରକେଲା ସେକ୍ଟର ୩ ଅଞ୍ଚଳରେ ଥିବା ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରନ୍ତି ଅପରାଜିତା । ଆଉ ପୁଅଟିଏ ହେବା ପରେ ବେଶ ହସଖୁସିରେ ଚଳୁଛନ୍ତି ଦିବ୍ୟଙ୍କ ପରିବାର । ଦେଖିନପାରିଲେ ବି ଘରର ସବୁ କାମ କରନ୍ତି ଅପରାଜିତା । କଲେଜରେ ଅଧ୍ୟାପିକା ଆଉ ଘରକୁ ଆସିଲେ ଖାଣ୍ଟି ଗୃହିଣୀ ପାଲଟିଯାଆନ୍ତି ଅପରାଜିତା ।