BJB College girl student death case: Parents continue with protest seeking justice
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ତାଙ୍କ ପରିବାର ଲୋକ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା ବିଦ୍ୟୁତ ଲତା ମହାନ୍ତି ଏହି ଧାରଣାରେ ବସିଛନ୍ତି । ଗତକାଲି ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା ।
ଅନ୍ୟପକ୍ଷେ, ନ୍ୟାୟ ବଦଳରେ ଅସହାୟ ମାଆର ସ୍ୱର ଚାପି ଦେଇଥିବା ଅଭିଯୋଗ । ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମାକୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍ ହୃଦୟବିଦାରକ ଥିଲା। ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା । ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡି ଭର୍ତ୍ତି କରିଥିଲେ ପୋଲିସ ।
ତେବେ ରୁଚିକାଙ୍କ ମାଆଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନିନ୍ଦା ଏବଂ ରୁଚିକାଙ୍କୁ ନ୍ୟାୟ ଦାବିରେ ଗତକାଲି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲା ଏବିଭିପି । ବିଧାନସଭା ଆଡକୁ ଯିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ଅଟକାଇବାରୁ ଛାତ୍ରଛାତ୍ରୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657607106.jpg)