Advertisment

ପକ୍ଷୀମାନଙ୍କୁ ମା’ ପରି ଖୁଆଉଛି ଏହି କୁନି ପିଲାଟି

ଏହି ଭିଡିଓକୁ ଦେଖିଲା ପରେ ଆପଣଙ୍କ ମନରେ ମଧ୍ୟ ଦୟାଭାବ ଆସିବ। ଏହି କୁନି ପିଲାଟି ଠାରୁ ଆପଣକୁ ଶିକ୍ଷା ମିଳିବ ଯେ ଭୋକିଲା ପଶୁ-ପକ୍ଷୀଙ୍କୁ ଖାଇବାକୁ ଦେବା ଜରୁରୀ। ଏହା ଛଡା ଭିଡିଓଟିକୁ ଦେଖିଲା ପରେ ଆପଣକୁ ଲାଗିବ ଯେ ଛୋଟ ପିଲା ପ୍ରକୃତରେ ଭଗବାନଙ୍କ ରୂପ।

Bird was hungry, child took food in the pot

Bird was hungry, child took food in the pot

Advertisment

କୁହାଯାଏ ପିଲାମାନେ ହେଉଛନ୍ତି ଈଶ୍ୱରଙ୍କ ରୂପ। ସାଧାରଣତଃ ପିଲାମାନେ ବହୁତ ଦୟାଳୁ ହୋଇଥାନ୍ତି। ଆମେ ଅନେକ ସମୟରେ ଦେଖିଛେ ଯେ ପିଲାମାନେ ଅସହାୟମାନଙ୍କୁ ସାହାଯ୍ୟ କରିବାର। ଏହି ସମୟରେ ସତେ ଯେପରି ଲାଗେ ସ୍ୱୟଂ ଭଗବାନ ସାହାଯ୍ୟ କରିବାକୁ ଚାଲି ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୋଟ ପିଲା ଏକାଥରକେ ଅନେକ ପକ୍ଷୀଙ୍କୁ ଖାଇବାକୁ ଦେଉଥିବାର ଦେଖାଯାଏ।

Advertisment

ଏହି ଭିଡିଓ ଦେଖିବାକୁ ବହୁତ ଚମତ୍କାର ମଧ୍ୟ। ଏହି ଭିଡିଓଟି ଦେଖିବା ପରେ, ଆମ ସମସ୍ତେ ଏହି ପିଲାଙ୍କଠାରୁ ଏକ ଶିକ୍ଷା ପାଇବା ଯେ ଆମେ ଭୋକିଲା ପଶୁ, ଏବଂ ପକ୍ଷୀମାନଙ୍କୁ ମଧ୍ୟ ଖାଇବାକୁ ଦେବା ଉଚିତ। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଥିବା ମଧ୍ୟ ଦେଖାଯାଉଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଧିକାରୀ ସୁଜନ୍ତା ନନ୍ଦା ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି – ଦୟା, ପିଲାମାନଙ୍କୁ ଦୟାଳୁ ହେବାକୁ ଶିଖାନ୍ତୁ। ଦୁନିଆରେ ରହିବା ନେଇ ସେମାନଙ୍କୁ ଏକ ଭିନ୍ନ ସ୍ଥାନ ମିଳିବ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଏକ ଛୋଟ ପିଲା ଏକ ପାତ୍ରରେ ଖାଦ୍ୟ ଧରି ବସିଛି ଏବଂ ତା’ ଚାରିପାଖରେ ୪ଟି ପକ୍ଷୀ ଘେରି ରହିଛନ୍ତି। ପିଲାଟି ଏକ କାଠି ଦ୍ୱାରା ଗୋଟିଏ ପରେ ଗୋଟିଏ ପକ୍ଷୀଙ୍କୁ ଖାଇବାକୁ ଦେଉଛି। ପକ୍ଷୀଗୁଡିକ ପିଲାଟି ହାତରୁ ଖାଇବା ନେଇ ଯେଉଁଭଳି ଭାବେ ରଙ୍କ ଭଳି ହେଉଛନ୍ତି ଆଉ ପାଟି ଖୋଲି ଖାଉଛନ୍ତି ତାହା ଦେଖିଲେ ଲାଗୁଛି ସେମାନେ ସମସ୍ତେ ଭୋକିଲା ଅଛନ୍ତି। ପିଲାଟି ମଧ୍ୟ ଏତେ ସ୍ନେହ ଓ ଶ୍ରଦ୍ଧାରେ ସେମାନଙ୍କୁ ଖାଇବାକୁ ଦେଉଛି ଯେ ଦେଖିଲେ ଲାଗୁଛି ସତେ ଯେମିତି ଗୋଟିଏ ମା’ ତା’ର ପିଲାମାନକୁ ଖାଇବାକୁ ଦେଉଛି।

Advertisment

ଏହି ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ଏହି ଭିଡିଓଟି ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୨୯ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୨ ହଜାରରୁ ଅଧିକ ରିଟୁଇଟ୍ ହୋଇଛି ଆଉ ୧୨ହଜାରରୁ ଅଧିକ ଲୋକ ଏହକୁ ପସନ୍ଦ କରିଛନ୍ତି। ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ଜଣେ ଉପଭୋକ୍ତା ଲେଖିଛନ୍ତି - ପିଲାମାନେ ପ୍ରକୃତରେ ଭଗବାନଙ୍କ ରୂପ। ଅନ୍ୟ ଜଣେ ଲେଖିଛନ୍ତି - ପଶୁ ଓ ପକ୍ଷୀମାନେ ଏ ଦୁନିଆର ବନ୍ଧୁ, ଆପଣଙ୍କୁ କେବଳ ଭଲ ପାଇବାକୁ ପଡିବ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ