ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSLର ଟିମ ମଧ୍ଓୟ ଘଟଣାସ୍ଥଳକୁ ଯାଇଛି । ଫରେନସିକ୍ ଟିମରେ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି ।
Also Read
ଏହି ମାମଲାରେ ସିବିଆଇ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରି ୨୧ଜଣ ଅଭିଯୁକ୍ତଙ୍କ ନାମରେ ଏଫ୍ଆଇଆର ଦାୟର କରିଛି। ମାରଣାସ୍ତ୍ର ଧରି ହିଂସା କରିଥିବା ନେଇ ସେକ୍ସନ ୧୪୭, ୧୪୮ ଓ ୧୪୯ ଧାରାରେ ସିବିଆଇ ଏଫ୍ଆଇଆର ରୁଜୁ କରିଛି ।
ସୂଚନା ଅନୁସାରେ, ମାର୍ଚ୍ଚ ୨୨ରେ ରାଜନୈତିକ ହିଂସାରୁ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କୁ ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଥିଲେ । ଘଟଣା ପରେ ଏହାର ତଦନ୍ତ କରିବା ପାଇଁ ସିବିଆଇକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସପ୍ତାହେ ଭିତରେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ସିବିଆଇକୁ ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଏପ୍ରିଲ ୭କୁ ଦିନ ଧାର୍ଯ୍ୟ କରିଛନ୍ତି ।