Binge-watch True Crime Documentaries For 24 Hours Straight & Take Home Rs 1.8 Lakh, Here's How
ଡକ୍ୟୁମେଣ୍ଟାରୀ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମାତ୍ର ୨୪ ଘଣ୍ଟାରେ ରୋଜଗାର କରିପାରିବେ ହଜାର ହଜାର ଟଙ୍କା ।
MagellanTV ନାମକ ଏକ ଷ୍ଟ୍ରିମିଂ ପ୍ଲାଟଫର୍ମ ଏକ ଅଫର ଆଣିଛି । ଯେଉଁଥିରେ କେବଳ ୨୪ ଘଂଟାର ଏକ ଡକ୍ୟୁମେଣ୍ଟାରୀ ଦେଖି ନିଜ ଅନୁଭୂତି ସେୟାର କଲେ ସେହି ବ୍ୟକ୍ତିଙ୍କୁ ୨,୪୦୦ ଡଲାର(୧.୮ଲକ୍ଷ ଟଙ୍କା) ପ୍ରଦାନ କରାଯିବ ।
ସୂଚନା ଅନୁସାରେ, କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଷ୍ଟ୍ରମିଂ ସାଇଟ୍ ଏହି ଅଫର ଆଣିଛି । ଏହାସହ ଚୟନ କରାଯାଇଥିବା ବ୍ୟକ୍ତି ପୁରା ଦିନ କେବଳ ଅପରାଧ ବିଷୟବସ୍ତୁ ଉପରେ ଥିବା ଏହି ଡକ୍ୟୁମେଣ୍ଟାରୀ ଦେଖନ୍ତୁ ବୋଲି ସେମାନେ ଆଶା କରିଛନ୍ତି ।
କେବଳ ଟଙ୍କା ନୁହେଁ ପ୍ରାର୍ଥୀଙ୍କୁ MagellanTV ପକ୍ଷରୁ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ସବସ୍କ୍ରିପ୍ସନ୍ ଧ୍ୟ ଦିଆଯିବ ।
ଏହି ଷ୍ଟ୍ରିମିଂ ସର୍ଭିସ ପକ୍ଷରୁ ବେବ୍ସାଇଟ୍ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ଆମେ ଚୟନ କରିବା ପ୍ରାର୍ଥୀ ପ୍ରକୃତ ଅପରାଧ ପାଇଁ ବଂଚିବେ । ସେମାନେ ବିପଦପୂର୍ଣ୍ଣ ସିରିଏଲ୍ କିଲର ଆଦି ଡକ୍ୟୁମେଣ୍ଟାରୀର ତଥ୍ୟ ପରିଚାଳନା କରିପାରିବେ ।
ମନୋନୀତ ପ୍ରାର୍ଥୀ ସୋସିଆଲ ମିଡିଆରେ ସେମାନଙ୍କ ଅପରାଧ ତଥା ଅପରାଧ ବିଷୟରେ ବିଭିନ୍ନ ରହସ୍ୟକୁ ନେଇ ସୋସିଆଲ୍ ମିଡିଆରେ ଡକ୍ୟୁମେଣ୍ଟ ଦେବେ । ବିଜେତା ମୋଟ ୩୨ଟି ଚଳଚିତ୍ର ଦେଖିବେ । ଯେଉଁଥିରେ ବିଭିନ୍ନ ଅପରାଧ ସମ୍ପର୍କିତ ଚଳଚିତ୍ର ରହିଛି ।
ତେବେ ଏଥିପାଇଁ ଆବେଦନକାରୀମାନଙ୍କୁ ଆସନ୍ତା ଏପ୍ରିଲ ମାସ ୧୮ ତାରିଖ ସୁଦ୍ଧା ନିଜ ଜୀବନରେ ଘଟିଥିବା କିଛି ପ୍ରକୃତ ଅପରାଧ ବିଷୟରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ।
ମ୍ୟାଗେଲାନ ଟିଭି ହେଉଛି ଏକ ଡକ୍ୟୁମେଣ୍ଟାରୀ ଷ୍ଟ୍ରିଂମି ସର୍ଭିସ ଯାହା ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ପରିଚାଳିତ । ପ୍ରକୃତ ଅପରାଧ ତଥା ଅପରାଧ ଜଡିତ ରହସ୍ୟର ବିଷୟବସ୍ତୁ ଜାଣିବା ଏହାର ଲକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649745579.jpg)