Advertisment

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମାଟି ପରୀକ୍ଷଣ, ବିମାନବନ୍ଦରରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।

ଅଦ୍ୟତନ ହୋଇଛି
Metro Rail Project

Metro Rail Project

Advertisment

ଖୁବ୍ ଶୀଘ୍ର ସାକାର ହେବ ମେଟ୍ରୋ ଟ୍ରେନ୍ ସ୍ୱପ୍ନ । ବିମାନବନ୍ଦରରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ । କିଛି ଦିନର ବିରତି ପରେ ମେଟ୍ରୋ ପ୍ରକଳ୍ପ ନେଇ ପୁଣି 
ଆରମ୍ଭ ହୋଇଛି ମାଟି ପରୀକ୍ଷଣ । ବିଭିନ୍ନ ଯାନ୍ତ୍ରିକ ଉପକରଣ ଲଗାଇ ଭୂଗର୍ଭର ୪୦ ମିଟର ଯାଏ ମାଟି ପରୀକ୍ଷଣ କରାଯାଉଛି । ୧୨ ଜଣ କର୍ମଚାରୀ ଗତ ସାତ ଦିନ ହେବ ଏହି ପରୀକ୍ଷଣ କାମରେ ଲାଗିଛନ୍ତି । ଆସନ୍ତା ୩ମାସ ମଧ୍ୟରେ ଏୟାରପୋର୍ଟ ଛକରୁ ତ୍ରିଶୁଳିଆ ଯାଏ ପ୍ରତି ଶହେ ମିଟର ଦୂରତାରେ ମାଟି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଛି । ଏବେ ଫରେଷ୍ଟ ପାର୍କ ସମେତ ବାଣୀବିହାରରେ ମଧ୍ୟ ମାଟିର ପରୀକ୍ଷଣ ଚାଲୁ ରହିଛି ।   

Advertisment

ଭୁବନେଶ୍ୱର ଫରେଷ୍ଟ ପାର୍କ ମଧ୍ୟରେ ମେଟ୍ରୋ ଲାଇନ୍ ପାଇଁ ମାଟିର ଟେଷ୍ଟିଂକୁ ବିରୋଧ କରିଛି ଫରେଷ୍ଟ ପାର୍କ ଆସୋସିଏସନ୍ । ପାର୍କ ମଧ୍ୟ ଦେଇ ମେଟ୍ରୋ ପ୍ରକଳ୍ପ ହେଲେ ପାର୍କରେ ଥିବା ପ୍ରାୟ ୪ଶହ ଗଛ ବଳି ପଡିବ । ଏଥିପାଇଁ ୪ଶହ ଗଛରେ ନମ୍ବରିଂ ବି ଶେଷ ହୋଇଛି। ଯାହାକୁ ଜୋରଦାର ବିରୋଧ କରିଛି ଫରେଷ୍ଟ ପାର୍କ ଆସୋସିଏସନ ।

ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦର ସମେତ କିଛି ସ୍ଥାନରେ ହୋଇଥିଲା ମାଟି ପରୀକ୍ଷଣ । ମାଟି ପରୀକ୍ଷଣ ଦ୍ୱାରା ମାଟି ଦୃଢତା ସହ ଜଳର ମାନ ମଧ୍ୟ ଜଣାପଡିଥାଏ ବୋଲି ବିଶେଷଜ୍ଞ । 

Advertisment

Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ