Advertisment

୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ, ମିସ ଓଡିଶା ତାଜ୍ ପିନ୍ଧିଲେ ଭଦ୍ରକ ଝିଅ ଦିଗଦର୍ଶୀ

ଭଦ୍ରକ ବ୍ଲକର ଆର ଏନ ବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ଦିଗଦର୍ଶୀ ମିଶ୍ର । ବାପା ସ୍ଥାନୀୟ ଅଞ୍ଚଳରେ LIC ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି, ମା ଜଣେ ଗୃହିଣୀ । ପିଲାମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ଏବେ ଭଦ୍ରକ ସହରର ମଠସାହିରେ ଏକ ଭଡା ଘରେ ପରିବାର ସହ ରହନ୍ତି ।

ଅଦ୍ୟତନ ହୋଇଛି
miss odisha

miss odisha

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ) : ପିଲାଟି ଦିନରୁ ମଡେଲିଂ ପ୍ରତି ରୁଚି ରଖିଥିବା ଜଣେ ଛାତ୍ରୀ ଆଜି ମିସ ଓଡିଶା ଟାଇଟଲର ବିଜେତା ହୋଇଛନ୍ତି । ଦୃଢ଼ ବିଶ୍ୱାସ ଓ ପ୍ରବଳ ଇଚ୍ଛା ଶକ୍ତି ଯୋଗୁଁ ଯୁକ୍ତ ୩ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଆଜି ଟାଇଟଲକୁ ନିଜ ନାମରେ କରିପାରିଛନ୍ତି । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଦିଗଦର୍ଶୀ ମିଶ୍ର ଓଡିଶାର ୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଝିଅ ମିସ୍ ଓଡ଼ିଶା ଟାଇଟଲ ଜିତିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମିସ ଓଡିଶା ଟାଇଟଲ ହାସଲ କରି ଦିଗଦର୍ଶୀ ଖୁସିରେ ଅଧୀର ହୋଇ ପଡ଼ିଥିବା ବେଳେ ଆଗାମୀ ଦିନରେ ମିସ ଇଣ୍ଡିଆ ଟାଇଟଲର ତାଜ ପିନ୍ଧିବାକୁ ଲକ୍ଷ ରଖିଛନ୍ତି । ମିସ ଓଡିଶା ଟାଇଟଲ ହାସଲ କରିବାର ଯାତ୍ରା କିପରି ଥିଲା ତାଙ୍କ ଠାରୁ ଶୁଣିବା ।

Advertisment

ଭଦ୍ରକ ବ୍ଲକର ଆର ଏନ ବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ଦିଗଦର୍ଶୀ ମିଶ୍ର । ବାପା ସ୍ଥାନୀୟ ଅଞ୍ଚଳରେ LIC ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି, ମା ଜଣେ ଗୃହିଣୀ । ପିଲାମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ଏବେ ଭଦ୍ରକ ସହରର ମଠସାହିରେ ଏକ ଭଡା ଘରେ ପରିବାର ସହ ରହନ୍ତି । ପିଲାଟି ଦିନରୁ କଳାପ୍ରତି ଦୁର୍ବଳତା ରଖିଥିବା ଦିଗଦର୍ଶୀ ପିଲାବେଳୁ ଏକକ ଅଭିନ, ନୃତ୍ୟ ପ୍ରତିଯୋଗିତା ପରି କାର୍ଯ୍ୟକ୍ରମ ମାନଙ୍କରେ ନିଜର କଳା ପ୍ରଦର୍ଶନ କରି ସଫଳତା ହାସଲ କରିଥିବା ବେଳେ ଜଣେ ପ୍ରଶିକ୍ଷିତ ଓଡିଶୀ ନୃତ୍ୟଶିଳ୍ପୀ । ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜର କଳା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିବା ଦିଗଦର୍ଶୀ ଆଉ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ମିଶ ଓଡିଶା ମୁକୁଟ ବିଜେତା ଭାବେ ।

ଚଳିତ ମାସ ୧୯ ତାରିଖ ଭୁବନେଶ୍ୱରର ଜିଞ୍ଜର ହୋଟେଲ ଠାରେ LA LOTUS(ଲା ଲୋଟସ)ପକ୍ଷରୁ ଆୟୋଜିତ ୨୧ବର୍ଷରୁ କମ ପ୍ରତିଯୋଗୀଙ୍କ ମଧ୍ୟରେ ଫେସନ ଏବଂ ମିସ୍ ଓଡିଶା ପ୍ରତିଯୋଗିତାରେ ୨୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଜିତିଥିଲେ ମିସ୍ ଓଡିଶା ଟାଇଟଲ । ପ୍ରଥମରୁ ୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ୨୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ ଓଡିଶା ତାଜ ପିନ୍ଧିଛନ୍ତି ଦିଗଦର୍ଶୀ । ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ବାଲେଶ୍ୱର ଠାରେ ପ୍ରଥମେ ପ୍ରତିଯୋଗିତା ହୋଇଥିଲା । ସେଠାରେ ସେ କୃତକାର୍ଯ୍ୟ ହୋଇ ଭୁବନେଶ୍ୱରରେ ଫାଇନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Advertisment

ଝିଅର ଏଭଳି କୃତିତ୍ୱ ଯୋଗୁଁ ବାପା ମାଆ ଖୁସି ହେବା ସହ ଆଗାମୀ ଦିନରେ ମିସ ଇଣ୍ଡିଆ ଟାଇଟଲ ହାସଲ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଦିଗଦର୍ଶୀଙ୍କ ବାପା ଓ ମାଆ କହିଛନ୍ତି । ଗତ ଫେବୃୟାରୀ ମାସରେ ଏ ନେଇ ସେ ଅନଲାଇନ ରେଜିଷ୍ଟ୍ରେସନ କରିଥିଲେ । ଫେବୃୟାରୀରେ ମଧ୍ୟ ବାଲେଶ୍ୱରରେ ଅଡିସନ ହୋଇଥିଲା । ସେ ସିଲେକସନ ହୋଇଥିଲେ । ଏହାରେ ତାଙ୍କୁ ଅନଲାଇନ ମାଧ୍ୟମରେ ଟ୍ରେନିଂ ଦିଆଯାଇଥିଲା । ହ୍ୱାଟସଆପ୍ ଓ ଜୁମ ମିଟିଂରେ କେମିତି ଚାଲିବ, କଣ ଖାଇବ କେମିତି ନିଜର ଶାରିରୀକ ଗଠନକୁ ପରିବର୍ତ୍ତନ କରିବ ସେ ନେଇ ଟ୍ରେନିଂ ଦିଆଯାଇଥିଲା ।

ପୂର୍ବରୁ ମଧ୍ୟ ଦିଲ୍ଲୀଠାରେ ଆୟୋଜିତ ସର୍ବସ୍ତରୀୟ ସ୍ତରରେ ପିଜିଥ୍ରୀ ଏଣ୍ଟରଟେନମେଣ୍ଟ ଦ୍ୱାରା ଆୟୋଜିତ ନେକ୍ସଟ ଟପ ମଡେଲ ସିଜିନ ୩ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ବାପାଙ୍କର ସ୍ୱଳ୍ପ ଆୟ ସହିତ ବାପା, ମାଆ ଓ ମାଉସୀଙ୍କ ଦ୍ୱାରା ଉତ୍ସାହିତ ହୋଇ ସେ ଆଜି ଏହି ସଫଳତା ପାଇଛନ୍ତି ବୋଲି ଦିଗଦର୍ଶୀ କହିଛନ୍ତି । ଏହାସହ ଆଗକୁ ଟ୍ରେନିଂ ନେଇ ମିସ୍ ଇଣ୍ଡିଆ ପାଇଁ ନିଜକୁ ପ୍ରସ୍ତୁତ କରିବା ଆଶା ରଖିଛନ୍ତି ଦିଗଦର୍ଶୀ । ସମସ୍ତଙ୍କ ଆଶୀର୍ବାଦ ଓ ସହଯୋଗ ଯୋଗୁଁ ଆଜି ଏହି ଝିଅର ଏଭଳି ସଫଳତାକୁ ନେଇ ଗର୍ବିତ ହୋଇଛନ୍ତି ବାପା ।

Advertisment

ତେବେ ଝିଅର ସ୍ୱପ୍ନକୁ ସାକାର କରିବାରେ ଯଥା ସମ୍ଭବ ସହଯୋଗ କରିବେ ବୋଲି କହିଛନ୍ତି ତାଙ୍କ ବାପା । ଅନ୍ୟପଟେ ଛାତ୍ରୀ ଜଣଙ୍କର ଏଭଳି କୃତିତ୍ୱକୁ ଦେଖି ଜିଲ୍ଲାବାସୀ ମଧ୍ୟ ଗର୍ବ ଅନୁଭବ କରିଛନ୍ତି । ଆଗକୁ ଝିଅଟି ଦେଶ ବିଦେଶରେ ନାଁ ରଖୁ ସମସ୍ତେ ଆଶା ରଖିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ନିଜ ମଡେଲିଂ କ୍ୟାରିୟର ପାଇଁ ଦିଗଦର୍ଶୀ ବହୁ ପରିଶ୍ରମ କରିଥାନ୍ତି, ତାଙ୍କର କଠିନ ପରିଶ୍ରମର ଫଳ ଆଜି ମିଳିଛି । ଆଉ ଏଥିପାଇଁ ସେ ମିସ ଓଡିଶା ଟାଇଟଲର ଅଧିକାରୀ ହୋଇପାରିଥିବା ବେଳେ ଆଗକୁ ଅନ୍ୟ ବଡ଼ ବଡ଼ ଇଭେଣ୍ଟରେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ନୃତ୍ୟ ଶିକ୍ଷୟତ୍ରୀ କହିଛନ୍ତି ।

ଭଦ୍ରକ ଭଳି ଛୋଟ ସହରରୁ ବଢିଥିବା ଛାତ୍ରୀ ଜଣଙ୍କ ମିସ ଓଡିଶା ଟାଇଟଲ ହାସଲ କରିବା କମ କଥା ନୁହେଁ, ନିଜର ଅଧ୍ୟବସାୟ ଯୋଗୁଁ ଛାତ୍ରୀ ଜଣକ ଏହି ଟାଇଟଲର ଅଧିକାରୀ ହୋଇପାରିଛନ୍ତି ।

Miss Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ