Best teacher award winner coaching tutor plays Khesari Lal Bhojpuri song in class
ଯେକୌଣସି ସମାଜ ହେଉନା କାହିଁକି ଗୁରୁଙ୍କର ସ୍ଥାନ ସବୁବେଳେ ଉପରେ। ସେଥିପାଇଁ ତ କୁହାଯାଏ “ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର”। ପିଲାମାନଙ୍କର ଭବିଷ୍ୟତକୁ ହିଁ ଜଣେ ଶିକ୍ଷକ ତିଆରି କରନ୍ତି। ଯଦି ଶିକ୍ଷକ ଭଲ ନ ନୁହଁନ୍ତି, ତେବେ ପିଲାଟିକୁ ଭବିଷ୍ୟତର ଗର୍ତ୍ତ ଭିତରକୁ ଯିବାକୁ କେହି ରକ୍ଷା କରିପାରିବେ ନାହିଁ। ଜଣେ ଶିକ୍ଷକ ପିଲାମାନଙ୍କ ନିଜ ପାଖରେ ଥିବା ସମସ୍ତ ଜ୍ଞାନକୁ ଦେବା ନେଇ ପ୍ରସ୍ତୁତ ଥାଆନ୍ତି।
ଯଦି ଜଣେ ଶିକ୍ଷକ ଶିକ୍ଷାକୁ କେବଳ ଟାଇମ୍ ପାସ୍ ଭାବି ନିଅନ୍ତି ତେବେ ଏହା ନିଶ୍ଚିତ ଯେ ପିଲାଟିର ଭାଗ୍ୟ ଭଗବାନଙ୍କ ହାତରେ। ଆଜିକାଲି ଫେସ୍ବୁକ୍ରେ ଏଭଳି ଜଣେ ଶିକ୍ଷକଙ୍କ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହା ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓ ଏକ କୋଚିଂ ସେଣ୍ଟରର ବୋଲି ଜଣାଯାଇଛି। କିନ୍ତୁ ଏହା କେଉଁ କୋଚିଂ ସେଣ୍ଟରର ଭିଡିଓ ବୋଲି ଜଣା ପଡିନାହିଁ। ଏହି ଭିଡିଓରେ ଅନେକ ପିଲା ତଳେ ବସି ପାଠ ପଢୁଥିବା ଦେଖିବାକୁ ମିଳେ। ଏକ ଘରର ଗୋଟିଏ କୋଠରୀରେ ଏହି କ୍ଲାସ୍ ଚାଲିଛି। ଏହା ସହିତ ହ୍ୱାଇଟ୍ ବୋର୍ଡ ପାଖରେ ଏକ ଟିଭି ମଧ୍ୟ ନଜର ଆସୁଛି। କ୍ଲାସ୍ ସମୟରେ ଟିଭିରେ ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଗୀତ ବାଜୁଥିବା ଦେଖାଯାଏ। ପିଲାମାନେ ଅଧ୍ୟୟନ ଛାଡି ଗୀତଟିକୁ ଉପଭୋଗ କରୁଥିବା ନଜର ଆସିଛନ୍ତି।
ଏହି ଭିଡିଓରେ ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଗୀତ 'ସରସୋ କେ ସାଗିଆ' ବାଜୁଛି। ଏହା ହେଉଛି ତାଙ୍କ ଚଳଚ୍ଚିତ୍ର ‘ମେହେନ୍ଦି ଲଗା କେ ରଖ’ନା’ର ଗୀତ। ଯେତେବେଳେ ଏହି କୋଚିଂ ସେଣ୍ଟରର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଲା, ଲୋକମାନେ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ। କାହିଁକିବା ହେବେ ନାହିଁ? ଯେଉଁଠାରେ ପିଲାମାନେ ସେମାନଙ୍କର ଭବିଷ୍ୟତ ଗଠନ କରନ୍ତି ସେଠି ଯଦି ଏଭଳି ଯଦି ଏଭଳି ଭୋଜପୁରୀ ଗୀତ ବାଜେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ।
କୁନ୍ଦନ କୁମାର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସ୍ବୁକ୍ରେ ଶେୟାର କରିଛନ୍ତି। ଭିଡିଓର କ୍ୟାପ୍ସନ୍ରେ ଏହି ଶିକ୍ଷକଙ୍କୁ ବର୍ଷର ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହା ପରେ ଲୋକମାନେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଥଟ୍ଟା କରି ଲେଖିଛନ୍ତି ଯେ ତାଙ୍କୁ ମଧ୍ୟ ଏହି କୋଚିଂ ସେଣ୍ଟରରେ ଅଧ୍ୟୟନ କରିବାକୁ ପଡିବ। ସେହିପରି ଆଉ ଜଣେ ଲେଖିଛନ୍ତି ଯେ ବୋଧହୁଏ ଗୁରୁଜୀ ଅର୍ଦ୍ଧଲଗ୍ନ ଭାସ୍ତ୍ରମ ଅଳଙ୍କାର ଶିଖାଉଛନ୍ତି। ତେବେ ଅଧିକାଂଶ ଲୋକ ଏହି ଭିଡିଓକୁ ବେଶ ଭଲ ଭାବେ ଉପଭୋଗ କରୁଥିବା ଦେଖାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638448504.jpg)