‘ଆମେ ଅସୁସ୍ଥ, ଆମକୁ ଉଦ୍ଧାର କର‘ ! ଭିଡିଓ ରିଲିଜ୍ କରି ସହାୟତା ମାଗିଲେ ସୁମିତଙ୍କ ଜେଜେ ମା

ଗତକାଲି ଗ୍ରୀଲ୍‌ ଭାଙ୍ଗି ଘରେ ପଶିବା ପରେ ସୁମିତଙ୍କ ଜେଜେ ମା’ ମଧ୍ୟ ଏବେ ଏକ ଭିଡିଓ ରିଲିଜ୍ କରିଛନ୍ତି । ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

ଆମକୁ ତାଲା ପକାଇ ରଖିଛନ୍ତି, ଆମେ ସମସ୍ତେ ଅସୁସ୍ଥ ହୋଇପଡ଼ିଛୁ

News Summary

ଡାକ୍ତର ସୁମିତଙ୍କ ଘରକୁ କାଲି ଧସେଇ ପଶିବା ଘଟଣା

ଭିଡିଓ ରିଲିଜ୍ କରି ପ୍ରତିକ୍ରିୟା ଜଣାଇଲେ ସୁମିତଙ୍କ ଜେଜେ ମା

ତପସ୍ୱିନୀ, ପ୍ରମିଳା ତ୍ରିପାଠୀ କାଲି ଆମ ଘରେ ଧସେଇ ପଶିଛନ୍ତି

ଆମକୁ ତାଲା ପକାଇ ରଖିଛନ୍ତି, ଆମେ ସମସ୍ତେ ଅସୁସ୍ଥ ହୋଇପଡ଼ିଛୁ

ବ୍ରହ୍ମପୁର : ଗ୍ରୀଲ ଭାଙ୍ଗି ଘରେ ପଶିବା ପରେ ଭୟରେ ସୁମିତଙ୍କ ଜେଜେ ମା’ । ଆଜି ଏକ ଭିଡିଓ ରିଲିଜ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ତପସ୍ୱିନୀ, ପ୍ରମିଳା ତ୍ରିପାଠୀ କାଲି ଘରେ ଧସେଇ ପଶିଛନ୍ତି । ଅନେକ ମହିଳା ତାଙ୍କ ସହ ହୋହାଲ୍ଲା କରି ଘରେ ପଶିଥିଲେ । ଏପରିକି ସେମାନେ ତାଲା ପକେଇ ରଖିଛନ୍ତି । ଘର ପ୍ରତି ଘୋର ବିପଦ ରହିଛି । ନିଜ ଘରେ ରହିବା ପାଇଁ ଭାରି ଭୟ ଲାଗୁଛି । ନିଜର ସ୍ୱାସ୍ଥ୍ୟାବସ୍ଥା ଭଲନଥିବା ବେଳେ ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି କଲେକ୍ଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ତାଙ୍କ ଜେଜେମା’ ।

ସେପଟେ ଡାକ୍ତର ସୁମିତ ସାହୁଙ୍କ ଘର ଗ୍ରିଲ୍ ଭାଙ୍ଗିବା ଘଟଣାରେ ଥାନାରେ ଏତଲା ଦେଇଛନ୍ତି ବାପା । ଥାନାରେ ଏତଲା କରିଛନ୍ତି ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ଏହି ସମସ୍ତଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା କରାଯାଇଛି । କାଲି ସୁମିତଙ୍କ ବ୍ରହ୍ମାନଗର ଘରେ ଧସେଇ ପଶିଥିଲେ ବହୁ ସଂଖ୍ୟାରେ ମହିଳା ।

ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହୋହଲ୍ଲା କରିବା ସହ ଗେଟ୍ ଭାଙ୍ଗି ଦେଇଥିଲେ । ଏହା ପରଠୁ ଘର ଗ୍ୟାରେଜ୍ ରୁମରେ ରହିଛନ୍ତି ତପସ୍ୱିନୀ । ଆଉ ତପସ୍ୱିନୀ ଙ୍କୁ ସୁରକ୍ଷା ଯୋଗାଇବା ସହ ବ୍ରହ୍ମାନଗରରେ ଆଜି ୧୪୪ ଧାରା ଜାରି କରାଯାଇଛି । ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ଧାରା ଲଗାଯାଇଛି । ଘଟଣାସ୍ଥଳରେ ଗହଳି ହେଉଥିବା କାରଣରୁ ପୋଲିସ ଏପରି ପଦକ୍ଷେପ ନେଇଛି । କେବଳ ଏତିକି ନୁହେଁ ବରଂ ତପସ୍ୱିନୀଙ୍କ ଶ୍ୱଶୁର ଘର ସାମ୍ନାରେ ୨ ସେକ୍ସନ ଫୋର୍ସ ମୁତୟନ ହୋଇଛି ।