Advertisment

ହୁସିଆର ଅପରାଧୀ ! ଏଣିକି ଅପରାଧ କରି ଆଉ ଖସି ପାରିବେନି, ମାଡ଼ି ବସିବ ଏହି ବିଦେଶୀ କୁକୁର...

ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।

ଅଦ୍ୟତନ ହୋଇଛି
Belgian Malinois Inducted In Odisha Police' K9 Squad

Belgian Malinois Inducted In Odisha Police' K9 Squad

Advertisment

ଏଣିକି ଅପରାଧ କରି ଖସିବା ହୋଇଯିବ ମୁସ୍କିଲ। ତେଣୁ ଅପରାଧୀ ସାବଧାନ। ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ବିଶେଷ କରି ଚୋରି, ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ଅପରାଧକୁ ରୋକିବା ଦିଗରେ ଏମାନେ ବେଶ୍‌ ସହାୟକ ହେବ। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।

Advertisment

ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁରଙ୍କୁ ନେଇ କଟକ ବକ୍ସି ବଜାର ପୋଲିସ୍‌ ପଡ଼ିଆରେ ଏକ ମକ୍ ଡ୍ରିଲ୍ ହୋଇଥିଲା। ମକ୍‌ ଡ୍ରିଲ୍‌ରେ ଦେଖିବାକୁ ମିଳିଥିଲା, ଜଣେ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁଛନ୍ତି। ହଠାତ୍‌ ତାଙ୍କୁ ଆକ୍ରମଣ କରି କେହି ଜଣେ ମୋବାଇଲ ଛଡାଇ ଦୌଡି ପଳାଉଛି। ଏନେଇ ଖବର ପାଇବା ପରେ ତଦନ୍ତ ପାଇଁ  ଓଡ଼ିଶା ପୋଲିସର ଡଗ୍ ସ୍କ୍ୱାଡ୍ ବା K9 ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଡଗ୍ ସ୍କ୍ୱାଡ୍‌କୁ ଧରି ପୋଲିସ ଅଧିକାରୀମାନେ ତଦନ୍ତ ଆରମ୍ଭ କରି ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କ ପାଖରେ ଏହି ଡଗ୍ ସ୍କ୍ୱାଡ୍ ପହଞ୍ଚି ଯାଇଥିଲେ। ଆଉ ଚୋରି ମୋବାଇଲକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ପୋଲିସ୍‌ ଚିହ୍ନଟ କରିଥିଲା। କେବଳ ଏହି ସନ୍ଧାନୀ କୁକୁରଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଲା। ଏହି ଡଗ୍ ସ୍କ୍ୱାଡ୍‌ରେ ବେଲଜିଆନ୍ ମାଲିନଏସ ପ୍ରଜାତିର କୁକୁର ଅଛନ୍ତି। ଏଭଳି ସନ୍ଧାନୀ କୁକୁରଙ୍କ କୌଶଳ ପ୍ରଦର୍ଶନୀ କାର୍ଯ୍ୟକ୍ରମ ବେଳେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା, ଆଇ.ଜି କ୍ରାଇମ୍‌ବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନାଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। 

ପ୍ରଥମ ଥର ଓଡ଼ିଶା ପୋଲିସରେ ୫ଟି ବେଲଜିଆନ୍ ମାଲିନଏସ୍‌ ସନ୍ଧାନୀ କୁକୁର ସାମିଲ ହୋଇଛନ୍ତି। ଆଗକୁ ଆହୁରି ୧୩ଟି ଏଭଳି ସନ୍ଧାନୀ କୁକୁରଙ୍କୁ K9 ସ୍କ୍ୱାଡ୍‌ରେ ସାମିଲ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି। ଏହି ପ୍ରଜାତିର ସନ୍ଧାନୀ କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ସୁରକ୍ଷା ବଳ ବା SSBରେ ୯ ମାସ ତାଲିମ ପ୍ରଦାନ ପରେ କଟକ ଅଣାଯାଇଛି। ଏହି ବେଲଜିଆନ୍‌ ମାଲିନଏସ କୁକୁର ବିଶେଷ କରି ଚୋରି, ହତ୍ୟାକାଣ୍ଡ, ରାହାଜାନୀ,ଡକାୟତିରେ ଜଡ଼ିତ ଅପରାଧୀଙ୍କୁ ଧରିବାରେ ବେଶ୍‌ ସହାୟକ ହେବ ବୋଲି ଟ୍ରେନର କହିଛନ୍ତି। ତେବେ ଏହି କୁକୁରର ଘ୍ରାଣ ଶକ୍ତି ଏତେ ଅଧିକ ଯେକୌଣସି ପରିସ୍ଥିତିରେ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇପାରିବ। 

Advertisment

ଏହି ପ୍ରଜାତିର ସନ୍ଧାନୀ କୁକୁରମାନଙ୍କୁ ସେନା ବାହିନୀ, ନୌବାହିନୀ, ଆଇଟିବିପି ଓ ବିଏସ୍ଏଫରେ ନିୟୋଜିତ କରଯାଇଥାଏ। ତାଲିମ ନେଇ ଆସିଥିବା ଏହି ସନ୍ଧାନୀ କୁକୁରଙ୍କ ଶରୀରରେ ମାଇକ୍ରୋ ଚିପ୍‌ ବ୍ୟବହାର ହୋଇଥିବା K9 ସ୍କ୍ୱାଡ୍ ଇନଚାର୍ଜ କହିଛନ୍ତି। ସବୁଠାରୁ ବଡ଼ କଥା, ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ଓସମା ବିନ୍ ଲାଡେନ୍‌କୁ ଧରିବାରେ ଆମେରିକା ଏହି ବେଲଜିଆନ୍ ମାଲିନଏସ୍ ସନ୍ଧାନୀ କୁକୁର ବ୍ୟବହାର କରିଥିଲା। 

Belgian Malinois Dog Odisha Police K9 Squad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ