Advertisment

ଭିକ ମାଗି ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି ମହିଳା, ହେଲେ କେମିତି ?

ଏପରି ଏକ ଭିକାରୀ ମଧ୍ୟ ଅଛି, ଯାହାର ମାସିକ ରୋଜଗାର ପ୍ରାୟ ୪୦ ହଜାର । ମହିଳାଙ୍କର ଏକ ଡାଏରୀ ଅଛି, ଯେଉଁଥିରେ ସେ ନିଜର ଦୈନନ୍ଦିନ ରୋଜଗାରର ହିସାବ ରଖନ୍ତି । ଧନୀ ଲୋକଙ୍କ ଅପେକ୍ଷା ଏହି ଭିକାରୀ ଅଧିକ ରୋଜଗାରକ୍ଷମ ।

beggar earns 40 thousand rupees monthly with notebook to keep track of her income

beggar earns 40 thousand rupees monthly with notebook to keep track of her income

Advertisment

ରାସ୍ତା କଡ଼ରେ ଭିକ ମାଗିବା ହେଉଛି ଏକ ପ୍ରକାରର ବାଧ୍ୟତାମୂଳକ କାର୍ଯ୍ୟ । ମଣିଷ ଯେତେବେଳେ କୌଣସି ରୋଜଗାରର ପନ୍ଥା ନ ପାଏ, ଶେଷରେ ସେ ବାଧ୍ୟ ହୋଇ ଭିକ ମାଗିବା ଆରମ୍ଭ କରିଥାଏ । ଏମିତିକି ଅନେକ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଜୀବନର ସବୁଠାରୁ ଖରାପ ପର୍ଯ୍ୟାୟରେ ଭିକ ମାଗିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏପରି ଏକ ଭିକାରୀ ମଧ୍ୟ ଅଛି, ଯାହାର ମାସିକ ରୋଜଗାର ପ୍ରାୟ ୪୦ ହଜାର । ଆଜ୍ଞା ହଁ, ହୁଏତ କଥାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗପାରେ ହେଲେ ଏହା ଏକଦମ୍‌ ସତ ।

Advertisment

ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି କି, ଜଣେ ଭିକାରୀ ଭିକ ମାଗି କିପରି ଏତେ ଟଙ୍କା ରୋଜଗାର କରିପାରିବ ?  ସୋସିଆଲ୍‌ ମିଡିଆରେ ଏବେ ଏକ ପୋଷ୍ଟ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି । ପୋଷ୍ଟରେ ଜଣେ ମହିଳା ଜଣକ ରାସ୍ତା କଡ଼ରେ ବସି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ଏହାସହ ମହିଳାଙ୍କର ଏକ ଡାଏରୀ ଅଛି, ଯେଉଁଥିରେ ସେ ନିଜର ଦୈନନ୍ଦିନ ରୋଜଗାରର ହିସାବ ରଖନ୍ତି ।

ସୂଚନା ଅନୁସାରେ, ଫେସବୁକରେ ସେପଙ୍ଗ ଭାଇରାଲ (Sepang Viral) ନାମକ ଏକ ପେଜ୍‌ରେ ମାଲେସିଆର ସେରେମ୍ବନରେ ମହିଳା ଜଣକ ଭିକ ମାଗୁଥିବା ସହ ତାଙ୍କ ଡାଏରୀର ଫଟୋ ସେୟାର ହୋଇଛି । ଏହାସହ ଏହି ପୋଷ୍ଟରେ ଲେଖାଯାଇଛି ଯେ, ଏହି ମହିଳାଙ୍କ ମାସିକ ଆୟ ପ୍ରାୟ ଚାଳିଶ ହଜାର ଟଙ୍କା । ମହିଳାଙ୍କ ପାଖରେ ଥିବା ଏକ ଛୋଟ ଡାଏରୀରୁ ୪୦ ହଜାର ରୋଜଗାର ବିଷୟରେ ସୂଚନା ମିଳିଛି ​​। କେବଳ ଏତିକି ନୁହେଁ ମହିଳା ତାଙ୍କ ସହିତ ଏକ ରେଜିଷ୍ଟର ମଧ୍ୟ ରଖିଛନ୍ତି । ଯେଉଁଥିରେ ସେ ନିଜର ଆଗାମୀ ରୋଜଗାର ବିଷୟରେ ଲେଖି ହିସାବକିତାବ କରିଥାନ୍ତି ।

Advertisment
beggar earns 40 thousand rupees monthly with notebook to keep track of her income

ମହିଳା ଜଣକ ବୁର୍ଖା ପିନ୍ଧିଥିବାରୁ ସେ ଜଣେ ବିଦେଶୀ ମହିଳା ହୋଇଥିବାର ଅନୁମାନ କରାଯାଉଛି । ଲେକମାନେ ଯେତେବେଳେ ତାଙ୍କୁ ପଚାରିଲେ ସେ ମୁସଲମାନ କି ନାହିଁ ସେ କେବଳ ମୁଣ୍ଡ ହଲାଇ ‘ହଁ’ର ଉତ୍ତର ଦେଇଛନ୍ତି । ତାଙ୍କପାଖରେ ଥିବା ନୋଟବୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଯେଉଁଥିରେ ୨୦୨୧ ୨୦୨୨ର ରୋଜଗାର ପୂରା ପ୍ରଣାଳୀ ଥିଲା ।

ସେସିଆଲ୍‌ମିଡିଆରେ ଏହି ନୋଟ୍‌ବୁକ୍‌ ଭାଇରାଲ୍‌ ହେବାପରେ , ଲୋକେ ଏହାକୁ ଦେଖି ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ଫେସବୁକରେ ସେୟାର ଥିବା ଏହି ପୋଷ୍ଟର କମେଣ୍ଟ ବକ୍ସରେ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏହା ହେଉଛି ଏହାର ଗୋଟିଏ ଦିନର ରୋଜଗାର କିମ୍ବା ଏପର୍ଯ୍ୟନ୍ତ ମୋଟ ରୋଜଗାର? ଏଥି ସହିତ, ଅନେକ ଲୋକ ଗଣନାରେ ଭୁଲ୍ ହୋଇଥିବା ବିଷୟ ମଧ୍ୟ ଉଲ୍ଲେଖ କରିଛନ୍ତି ।

Advertisment

ଯଦି ଏହି ଖବର ନିଶ୍ଚିତ ଥିବ ତେବେ ମହିଳା ଏକ ମାସରେ ପ୍ରାୟ ଚାଳିଶ ହଜାର ରୋଜଗାର କରନ୍ତି । ଅର୍ଥାତ୍ ମାଲେସିଆର ଅନେକ ବଡ କମ୍ପାନୀରେ କାମ କରୁଥିବା ଧନୀ ଲୋକଙ୍କ ଅପେକ୍ଷା ଏହି ଭିକାରୀ ମହିଳା ଜଣକ ଅଧିକ ରୋଜଗାରକ୍ଷମ ଅଟନ୍ତି । 

ବାସ୍ତବରେ, ମାଲେସିଆର ଲୋକମାନେ ଦୁଃଖି ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ଆଗେଇ ଆସିଥାନ୍ତି । ଏହିପରି ଅନେକ ଲୋକ ଯେଉଁମାନେ ଏହାର ଫାଇଦା ଉଠାଇଥାନ୍ତି । ଫଳରେ ଅନେକ ଲୋକ ପରିଶ୍ରମ ନ କରି ନିଜ କାମ ଧନ୍ଦା ଛାଡି ରାସ୍ତା କଡ଼ରେ ଭିକ ମାଗି ବିନା ପରିଶ୍ରମରେ ରୋଜଗାର କରିବା ପନ୍ଥାକୁ ଆପଣାଇଥାନ୍ତି । ଏବଂ ପରେ ସେମାନେ ସେହି ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରିଥାନ୍ତି ।

Beggar Earns 40 Thousand Rupees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ