Advertisment

ମହିଳାଙ୍କ ମୁହଁ ସାରା ଦାଢି;‍ ତଥାପି ପୁରୁଷ ଆକୃଷ୍ଟ

ଶରୀରରୁ ଅବାଞ୍ଛିତ କେଶକୁ ବାହାର କରିବା ପାଇଁ ମହିଳାମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ଅନେକ ଉପାୟ ମଧ୍ୟ ରହିଛି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି, ତାଙ୍କ ମୁହଁରେ ଅନେକ କେଶ ଥିଲେ ମଧ୍ୟ ତାଙ୍କୁ କୌଣସି ଫରକ୍ ପଡୁନି। ଏହି ମହିଳାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି ଅଛି। ଏହାକୁ ନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ବେଳେ ସେ ଗର୍ବର ସହିତ ଏହାକୁ ସୋସିଆଲ ମିଡିଆରେ ପ୍ରଦର୍ଶନ କରୁଛନ୍ତି। ପୁରୁଷମାନେ ମଧ୍ୟ ତାଙ୍କ ବୋଲ୍ଡ ଫଟୋ ଦେଖି ଆକୃଷ୍ଟ ହେଉଛନ୍ତି।

Bearded woman inundated by male

Bearded woman inundated by male

Advertisment

ଶରୀରରୁ ଅବାଞ୍ଛିତ କେଶକୁ ବାହାର କରିବା ପାଇଁ ମହିଳାମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ଅନେକ ଉପାୟ ମଧ୍ୟ ରହିଛି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି, ତାଙ୍କ ମୁହଁରେ ଅନେକ କେଶ ଥିଲେ ମଧ୍ୟ ତାଙ୍କୁ କୌଣସି ଫରକ୍ ପଡୁନି। ଆମେରିକାରେ (ଯୁକ୍ତରାଷ୍ଟ୍ର) ରହୁଥିବା ଏହି ମହିଳାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି ଅଛି। ଏହାକୁ ନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ବେଳେ ସେ ଗର୍ବର ସହିତ ଏହାକୁ ସୋସିଆଲ ମିଡିଆରେ ପ୍ରଦର୍ଶନ କରୁଛନ୍ତି।

Advertisment
Bearded woman inundated by maleମହିଳାଙ୍କ ମୁହଁ ସାରା ଦାଢି;‍ ତଥାପି ପୁରୁଷ ଆକୃଷ୍ଟ

ଏହି ମହିଳା ସୋସିଆଲ ମିଡିଆରେ PeekabooPumpkin ନାମରେ ଅଛନ୍ତି। ତାଙ୍କ ମୁହଁରେ ସ୍ୱାଭାବିକ ଭାବରେ ବଢୁଛି ଦାଢି। ସେ ଏହାକୁ ମଧ୍ୟ ଈଶ୍ୱରଦତ୍ତ ଭାବି ଖୁସିରେ ଗ୍ରହଣ କରି ନେଇଛନ୍ତି। ସେ ତାଙ୍କର ଏହି ଦାଢି ମୁହଁକୁ ଲୁଚେଇ ନ ରଖି ଦୁନିଆକୁ ଗର୍ବର ସହିତ ଦେଖେଇବା ଆରମ୍ଭ କରିଛନ୍ତି। ଏହି ମହିଳା ପ୍ରାୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସକ୍ରିୟ ଅଛନ୍ତି। ତାଙ୍କର ବହୁତ ସଂଖ୍ୟକ ଅନୁଗାମୀ ମଧ୍ୟ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୋଲ୍ଡ ଫଟୋଗ୍ରାଫ୍ ବିକ୍ରି କରୁଥିବା ଏକ ଆଡଲ୍ଟ ସାଇଟ୍ OnlyFans ରେ ମଧ୍ୟ ଏହି ମହିଳା ଅଛନ୍ତି। ପୁରୁଷମାନେ ମଧ୍ୟ ତାଙ୍କ ଫଟୋଗ୍ରାଫ୍ ପାଇଁ ବହୁତ ଆଗ୍ରହ ଦେଖାଉଥିବା ଜଣାଯାଏ।

ଏହି ମହିଳାଙ୍କର ବୟସ ହେଉଛି ୩୬। ସେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ନିଜର ପ୍ରେରଣାଦାୟକ ଭିଡିଓ ପୋଷ୍ଟ କରନ୍ତି। ଟିକ୍‌ଟକ୍‌ରେ ତାଙ୍କର୫୧ ହଜାର ଅନୁସରଣକାରୀ ଅଛନ୍ତି। ତାଙ୍କ ଭିଡିଓ ୪ ଲକ୍ଷ ୭୪ ହଜାରରୁ ଅଧିକ ଲାଇକ୍ ପାଇଥାଏ। ଆଡଲ୍ଟ ସାଇଟ୍ OnlyFansରେ ତାଙ୍କର ଏକ ଆକାଉଣ୍ଟ୍ ଅଛି ଯାହା "hairy bearded BBW" ନାମରେ ଅଛି ଏବଂ ଏଥିରେ ଏହି ମହିଳା ନିଜର ବୋଲ୍ଡ ଫଟୋ ବିକ୍ରି କରି ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଦାଢି ଥିବା ମହିଳା ପୂର୍ବରୁ ବାହା ହୋଇଥିଲେ ବି ଜଣେ ଉପଭୋକ୍ତା ତାଙ୍କୁ ଥରେ ଡେଟ୍ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

Advertisment
Bearded woman inundated by maleମହିଳାଙ୍କ ମୁହଁରେ ଦାଢି ଥିଲେ ବି ସେ ଗର୍ବର ସହ ପ୍ରଦର୍ଶନ କରୁଛନ୍ତି

ତେବେ ଏହି ମହିଳାଙ୍କ ଭିଡିଓରେ ତାଙ୍କର ଆତ୍ମବିଶ୍ୱାସ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ସାଧାରଣତଃ ଅବାଞ୍ଛିତ ମୁଖ କେଶ ସୌନ୍ଦର୍ଯ୍ୟରେ ବାଧା ବୋଲି ବିବେଚନା କରାଯାଏ। କିନ୍ତୁ ଏହି ମହିଳା କୁହନ୍ତି ଯେ କଠିନ ପରିଶ୍ରମ କରିବା ପରେ ସେ ବର୍ତ୍ତମାନ ନିଜକୁ ଗ୍ରହଣ କରିବାକୁ ଯଥେଷ୍ଟ ଆତ୍ମବିଶ୍ୱାସ ସଂଗ୍ରହ କରିଛନ୍ତି। ଏହାପରେ ସେ ବହୁତ ଆରାମ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। କିଛି ଲୋକ ତାଙ୍କୁ ଟ୍ରୋଲ୍ କରୁଥିଲେ ମଧ୍ୟ ଅନେକ ପୁରୁଷମାନଙ୍କ ଠାରୁ ସେ ବହୁତ ସମର୍ଥନ ପାଆନ୍ତି। ଏହି ମହିଳା ସେମାନଙ୍କ ସହ ଆରାମରେ କଥାବାର୍ତ୍ତା ମଧ୍ୟ ହୁଅନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଜାର ହଜାର ଅନୁଗାମୀ ମଧ୍ୟ ଅଛନ୍ତି, ଯେଉଁମାନେ ତାଙ୍କୁ ସମର୍ଥନ କରନ୍ତି।

Special Story Beard Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ