Advertisment

ବରଗଡ଼ ସିଡିଏମ୍‌‌ଓଙ୍କ ଅଭିଯୋଗ...‘ ଜିଲ୍ଲାପାଳ ବାରମ୍ବାର ଖରାପ ବ୍ୟବହାର କରୁଛନ୍ତି, ଗାଳିଗୁଲଜ କରୁଛନ୍ତି '

୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍‌ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ

ଅଦ୍ୟତନ ହୋଇଛି
Baragarh CDMO

Baragarh CDMO

Advertisment

ମାନ୍ୟବର ସ୍ୱାସ୍ଥ୍ୟ ସଚିବ...ମୁଁ ବରଗଡର ସିଡିଏମଓ କହୁଛି....ଆପଣଙ୍କୁ ଦରଖାସ୍ତ ଦେବାରର କାରଣ ଏହି କିଯେ ୨୧.୦୨.୨୦୨୨ ରିଖ ଦିନ ୧୨ଟା ବେଳେ ଭୀମ ଭୋଇ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନରେ ଯାଉଥିବା ସମୟରେ ବର୍ତ୍ତମାନର କାର୍ଯ୍ୟରତ ଜିଲ୍ଲାପାଳଙ୍କଠାରୁ ଫୋନ୍‌ ପାଇଲି। ସେ କହିଲେ ଜିଲ୍ଲାପାଳ କଥା ହେବେ, ମୁଁ ଗାଡି ଅଟକାଇ କଥା ହେଲି। ମୁଁ ନମସ୍କାର ଜଣାଇଲି। ମତେ ସେ ଏକ ପ୍ରୋଜେକ୍ଟ ବିଷୟରେ ପଚାରିଲେ। ମୁଁ ଏଠାରେ ନୂଆ ଆସିଥିବାରୁ କହିଲି,ମ୍ୟାଡମ ମୁଁ ଡିପିଏମଙ୍କୁ ପଚାରି କହୁଛି। ମ୍ୟାଡମ୍‌ ସାଙ୍ଗେ ସାଙ୍ଗେ ରାଗିକି କହିଲେ ତୁମେ ବାରମ୍ବାର କହୁଛ ମୁଁ ନୂଆ ଆସିଛି , ବୁଝିକି କହୁଛି...ଜାଣିନି...ଯଦି କିଛି ଜାଣିନାହଁ ତେବେ ସେ ଚେୟାରରେ କାହିଁକି ବସିଛ? ମ୍ୟାଡମଙ୍କୁ ମୁଁ ଉତ୍ତର ଦେଇ କହିଲି ମୋ ନିଜ ଇଚ୍ଛାରେ ଆସିନି ବରଂ ସରକାରଙ୍କ ଅନୁମୋଦନ ପରେ ଆସିଛି । ସେ କହିଲେ କିଛି ଜାଣିନାହଁ ଯେଉଁଟା କହୁଛ, ସେଇଟା ଲେଖିଦିଅ। ମୁଁ କହିଲି ମ୍ୟାଡମ ମୁଁ ଲେଖିବି ନାହିଁ ଆପଣ ଲେଖି ଦିଅନ୍ତୁ...ମତେ ଭାରି ଖରାପ ଲାଗିଲା...

Advertisment

କିଛି ଏମିତି ଦରଖାସ୍ତ ଲେଖି ସ୍ୱାସ୍ଥ୍ୟ ସଚିବଙ୍କୁ ଦେଇଛନ୍ତି ବରଗଡ ସିଡିଏମଓ ଡ. ଚାରୁବାଳା ରଥ। ଖାଲି ଦରଖାସ୍ତ ଲେଖିଛନ୍ତି ତାହା ନୁହେଁ ବରଂ ଖୋଦ୍‌ ଜିଲ୍ଲାପାଳଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ବରଗଡ଼ ଜିଲ୍ଲାପାଳ କଥା କଥାକେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ନୂଆକରି ଯୋଗଦେଇଥିବା ବରଗଡ଼ ସିଡିଏମଓ ଡ଼ ଚାରୁବାଲା ରଥଙ୍କୁ ବିନା ଦୋଷରେ ଜିଲ୍ଲାପାଳ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍‌ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ ? ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ । ଖାଲି ଅଭିଯୋଗ ଆଣିଛନ୍ତି ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ସଚିବଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।

Advertisment

ସିଡିଏମଙ୍କ ଅଭିଯୋଗ ନେଇ ବରଗଡ଼ ଜିଲ୍ଲାପାଳଙ୍କ ସହ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ତେବେ ସିଏ କହିଛନ୍ତି, ସମସ୍ତଙ୍କର କହିବାର ଅଧିକାର ରହିଛି। ଏନେଇ ମୁଁ କୌଣସି ପ୍ରତିକ୍ରିୟା ଦେବି ନାହିଁ...।

ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଏବଂ ପ୍ରଶାସନିକ ମୁଖିଆଙ୍କ ମଧ୍ୟରେ ତୁ ତୁ ମେଁ ମେଁକୁ ନେଇ ପୂରା ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଦରଖାସ୍ତର କି ଉତ୍ତର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା...

Advertisment

(ରିପୋର୍ଟ- ଦୀପକ ଶର୍ମା, ବରଗଡ଼)

Bargarh CDMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ