Astrospeak
  • Live TV
  • Read In English

ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ : SI ତଅପୋଇ ନାୟକ ନିଲମ୍ବିତ

ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ । ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା

balanga Police Station Blast
ବଳଙ୍ଗା ଥାନାରେ ବିସ୍ଫୋରଣ ପରର ଦୃଶ୍ୟ

News Summary

ବଳଙ୍ଗା ଥାନା SI ତଅପୋଇ ନାୟକ ନିଲମ୍ବିତ

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କଲେ ପୁରୀ ଏସପି

ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ

ବଳଙ୍ଗା : ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ । ହେଲେ ଥାନାର ମାଲଖାନାରେ ବିସ୍ଫୋରକ ପଦାର୍ଥ ଥିବାନେଇ ସେ ନୂଆ ଅଧିକାରୀଙ୍କୁ ଜଣାଇନଥିଲେ।  ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା । କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଥିଲା ।

ତେବେ ଥାନା ଭିତରେ କେଉଁ ପରିସ୍ଥିତିରେ ଏତେ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ରଖାଯାଇଥିଲା ? ଯଦି ଜବତ କରାଯାଇ ଅଣାଯାଇଥିଲା, ତାକୁ କାହିଁକି ଅକାମୀ କରାଯାଇ ନଥିଲା ? ବିସ୍ଫୋରଣ କ୍ଷୟକ୍ଷତି ପାଇଁ କାହାକୁ ଦାୟୀ କରାଯିବ ? ଏପରି ଅନେକ ପ୍ରଶ୍ନ ଉଠିଥିଲା ।

ଦୁଇ ଦିନ ପୂର୍ବରୁ ରାତି ପ୍ରାୟ ୧୨ଟା ୦୫ ହଠାତ୍ ବଳଙ୍ଗା ଥାନା ପରିସରରେ ହୋଇଥିଲା ଶକ୍ତିଶାଳୀ ବିସ୍ଫୋରଣ ।  ଛାତ ଓ କାନ୍ଥ ଇତଃସ୍ତତ ହୋଇ ପଡ଼ି ରହିଥିଲା । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ଆଖପାଖ ଅଞ୍ଚଳ । ଲୋକେ ପହଞ୍ଚିଥିଲେ, ହେଲେ ଥାନା ଜାଣି ପାଖ ମାଡ଼ିନଥିଲେ । ତେବେ ସୌଭାଗ୍ୟବଶତଃ ମାଲଖାନା ଡ୍ୟୁଟିରେ ଥିବା ସେଣ୍ଟ୍ରି ଜଣକ ସୁରକ୍ଷିତ ଥିଲେ ।

ତେବେ ଥାନାର ବିସ୍ଫୋରଣ ନେଇ ଜନତା ଜବାବ ମାଗିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି କହିଥିଲେ-ଯେଉଁ ଅଧିକାରୀ ବିସ୍ଫୋରକ ଦ୍ରବ୍ୟ ରଖିଥିଲେ, ତାକୁ ନେଇ ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ ଆକ୍ସନ ହେବ । ଆଉ ଆଜି ଗୋଟିଏ ଦିନ ପରେ ତୁରନ୍ତ ମାଲଖାନା ଦାୟିତ୍ୱରେ ଥିବା ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।