Advertisment

କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛି ସ୍ତ୍ରୀ : ତିନି ଦିନ ହେଲା ନକ୍ସଲ ଦ୍ୱାରା ଅପହୃତ ହୋଇଛନ୍ତି ଇଂଜିନିୟର ଅଜୟ

ସ୍ୱାମୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ । ଘନ ଜଙ୍ଗଲ ଓ ବଣୁଆ ଜନ୍ତୁ ଭୟକୁ ଖାତିର ନକରି ଜଣେ ମହିଳା ସ୍ୱାମୀକୁ ଖୋଜିବା ଖୋଜୁଛନ୍ତି ।

ଅଦ୍ୟତନ ହୋଇଛି
husband kidnapped

husband kidnapped

Advertisment

ମାଲକାନଗିରି(ଜିତେନ୍ଦ୍ର ବେହୁରା) : ଜୀବନ ପ୍ରତି ଭୟ ନାହିଁ, କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ । ନକ୍ସଲ ଦ୍ୱାରା ଅପହୃତ ଇଂଜିନିୟର ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ସ୍ତ୍ରୀ ଅର୍ପିତା । ଯେପରି ହେଲେ ସ୍ୱାମୀକୁ ଫେରାଇ ଆଣିବେ ବୋଲି ମନସ୍ଥ କରିଛନ୍ତି । ଲାଲବାହିନୀଙ୍କ ବର୍ବରତାକୁ ଖାତିର ନକରି କୁନି ପୁଅକୁ ଧରି ଜଙ୍ଗଲ ଭିତରେ ବୁଲୁଛନ୍ତି ଇଂଜିନିୟରଙ୍କ ପତ୍ନୀ । ଏହାସହ ସ୍ୱାମୀକୁ ଯେଉଁ ମାନେ ଅପହରଣ କରିଛନ୍ତି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଛନ୍ତି ।

Advertisment

ଛତିଶଗଡ଼ ବିଜାପୁରର ଜନୈକ ଇଂଜିନିୟର ଅଜୟ ରୋଷନଙ୍କୁ ମାଓବାଦୀମାନେ ଅପହରଣ କରିଥିବା ଅଭିଯୋଗ ରହିଛି । ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ସଡକ ଯୋଜନାର କାମ ତଦାରଖ କରିବା ପାଇଁ ଇଂଜନିୟର ଅଜୟ ରୋଷନ ପିଅନ୍ ସହ ବିଜାପୁର ଜିଲ୍ଲାର କୁରନା ଏବଂ ମକେଲିକୁ ଯାଇଥିଲେ । ହେଲେ ଘଟଣାସ୍ଥଳରୁ ସେ ଆଉ ଫେରି ନାହାନ୍ତି । ପିଅନ ସହ ସେ ନକ୍ସଲ ଦ୍ୱାରା ଅପହୃତ ହୋଇଥିବା କୁହାଯାଉଛି । ସ୍ୱାମୀ ଅପହୃତ ହୋଇଥିବା କଥା ଶୁଣିବା ପରେ ମନକୁ ଦୃଢ଼ କରି ନକ୍ସଲଙ୍କ ସାମ୍ନା କରିବାକୁ ବାହାରି ଯାଇଛନ୍ତି ତାଙ୍କ ସ୍ତ୍ରୀ ।

ଘଞ୍ଚ ଜଙ୍ଗଲ ଭିତରେ ନିଜ ପୁଅକୁ ନେଇ ସ୍ୱାମୀଙ୍କୁ ଖୋଜିବାରେ ଲାଗିଛନ୍ତି । ସ୍ୱାମୀଙ୍କୁ ନକ୍ସଲ କବଳରୁ ଫେରାଇ ଆଣିବାକୁ ସେ ନକ୍ସଲ ନିକଟରେ ନେହୁରା ହୋଇଛନ୍ତି । ତାଙ୍କ ସ୍ୱାମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର କୌଣସି ଭୁଲ ନଥିବା କହିଛନ୍ତି । ତେବେ ଗତକାଲି ସକାଳୁ ସ୍ୱାମୀଙ୍କୁ ଜଙ୍ଗଲରେ ଖୋଜି ବୁଲୁଥିବା ଦେଖିବାକୁ ମିଳିଛି। ସ୍ୱାମୀ ନିର୍ଦ୍ଦୋଷ ବୋଲି ସେ କାକୁତି ମିନତି ହେଉଛନ୍ତି ।

Advertisment

ସ୍ୱାମୀଙ୍କୁ ନେଇ ହିଁ ଘରକୁ ଫେରିବା ବୋଲି ଜିଦ ଧରିଛନ୍ତି। ଅନ୍ୟଦିଗରେ ପୁଲିସ ଏନେଇ ତଦନ୍ତ କରୁଥିବା ବେଳେ ପୁଲିସର କାମକୁ ନେଇ ଅସନ୍ତୋଷ ଜାହିର କରାଯାଇଛି । ନିକଟସ୍ଥ ଗ୍ରାମବାସୀ ମଧ୍ୟ ଇଂଜିନିୟରଙ୍କୁ ଛାଡିଦେବା ପାଇଁ ନିବେଦନ କରିଛନ୍ତି ।

Husband Kidnapped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ