Advertisment

Viral Video: ହୁ… ହୁ… ଜଳୁଛି ନିଆଁ, ଉପରେ ବସିଛନ୍ତି ବାବା, ଟାଣୁଛନ୍ତି ବିଡି

ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।

ଅଦ୍ୟତନ ହୋଇଛି
Babas video on the stove goes viral

Babas video on the stove goes viral

Advertisment

ଆପଣ ନିଶ୍ଚୟ ସମସ୍ତ ଅନେକ ବାବାଙ୍କ ବିଷୟରେ ଶୁଣିଥିବେ। ଏହା ସହିତ ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ଭିଡିଓ ମଧ୍ୟ ଦେଖିଥିବେ, ଯେଉଁମାନେ ସେମାନଙ୍କର କାରନାମାରେ ଆପଣଙ୍କୁ ପ୍ରାୟତଃ ଆଶ୍ଚର୍ଯ୍ୟ କରିଥିବେ। କେହି କେହି ଅଜବ ପୋଷାକ ଦ୍ୱାରା ଆଶ୍ଚର୍ଯ୍ୟ କରନ୍ତି ତ ଆଉ କେହି ବିଭିନ୍ନ ରୋଗକୁ ଭଲ କରିଦେବା ନେଇ ଦାବି କରନ୍ତି।

Advertisment

ସେହିପରି ଆଉ କିଛି ଲୋକ ଅଛନ୍ତି ଯେଉଁମାନ ମାସ ମାସ ଧରି ଗୋଟିଏ ଗୋଡରେ ଠିଆ ହୋଇ ତ ଆଉ କିଏ ଆଦୌ ନ ଶୋଇ ସମସ୍ତଙ୍କୁ ଚକିତ କରିଦିଅନ୍ତି। ଏହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡି ହୋଇଯାଇଛି। ଟ୍ୱିଟର୍‌ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବାବା ଏକ ଚୁଲା ଉପରେ ଜଳୁଥିବା ନିଆଁ ଉପରେ ବସିଥିବାର ଦେଖାଯାଇଛି।

ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏଥିରେ ବାବା ଏକ ଲମ୍ବା ଲୁହାର ଚୁଲା ଉପରେ ବସିଛନ୍ତି ଏବଂ ତଳେ ହୁ ହୁ ହୋଇ ନିଆଁ ଜଳୁଛି। ଏହି ଲୁହାରେ ରୁଟି ପଡିବା ମାତ୍ରେ ସେକି ହେଇଯିବ। କିନ୍ତୁ ବାବା ଏହି ନିଆଁ ଉପରେ ବସିଥିଲେ ମଧ୍ୟ ତାଙ୍କୁ କୌଣସି ଫରକ ପଡୁନି।

Advertisment

ତାଙ୍କ ନିକଟରେ ଅନେକ ଲୋକଙ୍କୁ ଦେଖିବାକୁ ମିଳେ। ସମସ୍ତ ଭକ୍ତ ମଧ୍ୟ ତାଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଏ। ଭିଡିଓରେ ଆପଣ ଦେଖିପାରିବେ ଯେ ବାବା ଧୋତି ପିନ୍ଧି ବିଡି ଟାଣୁଛନ୍ତି ଏବଂ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ଅନେକ ଲୋକ ତାଙ୍କୁ ଭେଟିବାକୁ ମଧ୍ୟ ଆସୁଛନ୍ତି।

ଏହି ଭିଡିଓ @ Liberal_India1 ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଶେୟାର କରାଯାଇଛି। ସୂଚନା ଅନୁଯାୟୀ, ଏହି ଭିଡିଓଟି ମହାରାଷ୍ଟ୍ରତ ଅକୋଲାର। କ୍ଲିପ୍‌ଟି ଶେୟାର କରି ବ୍ୟକ୍ତି ଜଣକ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଚୁଲିରେ ମଟନ୍, ଆଇସ୍‌କ୍ରିମ୍ ପରେ, ବର୍ତ୍ତମାନ ଚୁଲିରେ ବାବା ବଜାରକୁ ଆସିଛନ୍ତି'। ଅଦ୍ୟାବଧି ଏହି ଭିଡିଓକୁ ୮୬ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ସେହିପରି ପ୍ରାୟ ଦୁଇ ହଜାର ଲୋକଙ୍କ ପସନ୍ଦ କରିଥିବା ବେଳେ ପ୍ରାୟ ୩୦୦ ଲୋକ ସେମାନଙ୍କ ମତ ଦେଇଛନ୍ତି।

Advertisment

ଲୋକମାନେ ଭିଡିଓରେ ଜବରଦସ୍ତ ପ୍ରତିକ୍ରିୟା କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ଆମ ଅକୋଲା ଜିଲ୍ଲାରେ, ଗତ ୪-୫ ବର୍ଷ ଧରି ଗୁଣବନ୍ତ ନାମକ ଜଣେ ବାବା ଲୋକମାନଙ୍କ ପାଖକୁ ଆସୁଛନ୍ତି। ତାଙ୍କ ଦରବାର ସବୁବେଳେ ପୂର୍ଣ୍ଣ ହୋଇରହେ। ଲୋକମାନେ ଏହି ପ୍ରତିଭାଙ୍କୁ ପାଇ ପାଗଳ।”

ସୂଚନାନୁସାରେ, ଲୋକମାନେ ବାବାଙ୍କୁ ଭେଟିବା ପାଇଁ ବହୁ ଦୂରଦୂରାନ୍ତରୁ ଆସୁଛନ୍ତି। ଏଠାକୁ ଆସି ବାବାଙ୍କୁ ଦାନ ଦକ୍ଷିଣା ଦେଇ ଫେରୁଥିବା ଦେଖାଯାଏ। ପ୍ରତିବର୍ଷ କିଛି ଦିନ ପାଇଁ ଏହି ବାବା ଗାଁକୁ ଆସି ଲୋକମାନଙ୍କୁ ଭେଟନ୍ତି।

Social Media Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ