Advertisment

ଆଧୁନିକ ନୃତ୍ୟରେ ରାମ ଓ ସୀତା ! ଭିଡିଓ ଭାଇରାଲ୍‌...

ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Artistes Dressed As Ram Sita Dance To Odia Romantic Song

Artistes Dressed As Ram Sita Dance To Odia Romantic Song

Advertisment

ବାଜୁଛି ଆଧୁନିକ ଗୀତ, ଆଉ ଗୀତର ତାଳେ ତାଳେ ଚାଲିଛି ଉଦଣ୍ଡ ନୃତ୍ୟ। ଏକ ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଏଭଳି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗଞ୍ଜାମ ଜିଲ୍ଲାର କୌଣସି ଏକ ଗାଁରେ ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ୨ କଳାକାର ହାତକୁ ହାତ ଧରି ପାଦ ମିଶାଇ ଆଧୁନିକ ଓଡ଼ିଆ ଗୀତରେ ଡ୍ୟାନ୍ସ କରୁଛନ୍ତି। ତେବେ ଭିଡିଓଟି ପ୍ରକୃତରେ କେଉଁ ଅଞ୍ଚଳର, କେତେ ଦିନ ପୂର୍ବରୁ ତାହା ଜଣାପଡ଼ିନି। ମାତ୍ର ପୌରାଣିକ ଚରିତ୍ରକୁ କଦର୍ଥ କରି ଏଭଳି ଚିତ୍ରଣ କରିବା ଘଟଣାନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Advertisment

ଭାରତୀୟ ପରମ୍ପରାରେ ଭଗବାନ ରାମଙ୍କୁ ଆଦର୍ଶ ପୁରୁଷ କହିଥାନ୍ତି। ହେଲେ ପୌରାଣିକ ଚରିତ୍ରକୁ କଦର୍ଥ କରି ଏଭଳି ଚିତ୍ରଣ କରିବା ସଭ୍ୟ ସମାଜ ପାଇଁ ଏକ ଲଜ୍ଜାକର ଘଟଣା। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ