Advertisment

୫୦ ବର୍ଷ ବିତିଗଲାଣି...ପାକିସ୍ତାନ ସହ ଯୁଦ୍ଧ କରୁ କରୁ ନିଖୋଜ ହୋଇଗଲେ ଯେ ଏଯାଏଁ ଫେରିଲେନି

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

ଅଦ୍ୟତନ ହୋଇଛି
Army Jawan yet to return from Pakistan

Army Jawan yet to return from Pakistan

Advertisment

୧୯୬୫ ମସିହା...ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ଯୁଦ୍ଧ । ଯୁଦ୍ଧରେ ଯୋଦ୍ଧା ଭାବରେ ଯୋଗ ଦେଇଥିଲେ ଭଦ୍ରକର ବୀର ଯବାନ ଆନନ୍ଦ ପତ୍ରୀ । ଯୁଦ୍ଧରେ ଯୋଗ ଦେବା ଲାଗି ଘରୁ ଯାଇଥିଲେ ସତ ହେଲେ ଆଉ ସେବେଠୁ ଏଯାଏଁ ଫେରିଲେ ନାହିଁ । ଏହାରି ଭିତରେ ୫୦ ବର୍ଷ ବିତିଗଲାଣି କିନ୍ତୁ ତାଙ୍କର ଖୋଜଖବର ମିଳୁନି । କିନ୍ତୁ ଏବେବି ଆନନ୍ଦଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପରିବାର ।

Advertisment

ଯୁଦ୍ଧ ପରେ ୨୦୦୩ରେ ଖବର କାଗଜରେ ତାଙ୍କର ଫଟୋ ବାହାରିଥିଲା...ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ ବି କରାଗଲା । ଆଣିବା ଲାଗି ୱାଘା ବର୍ଡର ବି ତାଙ୍କ ପରିବାର ଲୋକେ ଗଲେ । କିନ୍ତୁ ତାଙ୍କୁ ଫେରାଇ ଆଣି ପାରିଲେନି । ଏମିତିକି ଆନନ୍ଦ ଜୀବିତ କି ମୃତ ତାହା ବି କାହାକୁ ଜଣାନାହିଁ । ହେଲେ ତାଙ୍କୁ ପାକିସ୍ତାନରୁ ମୁକୁଳାଇବା ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।

ଭଦ୍ରକ ଧାମନଗର କଲ୍ୟାଣୀ ଗାଁର ଆନନ୍ଦ ପତ୍ରୀ । ୩୧ ବେଙ୍ଗଲ ଇଂଜିନିୟରିଂ ରେଜିମେଣ୍ଟ ଜି କମ୍ପାନୀ, କଂଚରପଡ଼ା, ଉତ୍ତର ୨୪ ପ୍ରଗଣା ତଥା ପଶ୍ଚିମବଙ୍ଗରେ ଭାରତୀୟ ସେନାରେ ଯବାନ ଥିଲେ ଆନନ୍ଦ । ୧୯୬୨ରେ ଇଣ୍ଡୋ ଚାଇନା ଯୁଦ୍ଧ ବି ଲଢିଥିଲେ । ଯୁଦ୍ଧ ଲଢିବା ପରେ ଘରକୁ ଫେରିଥିଲେ ଆନନ୍ଦ । ହେଲେ ପୁଣି ଥରେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢିଥିଲେ ଆନନ୍ଦ । ବାସ୍‌ ଯୁଦ୍ଧ ପରେ ଘରକୁ ଚିଠି ଆସିଥିଲା କି ଆନନ୍ଦ ନିଖୋଜ ଅଛନ୍ତି ବୋଲି ।

Advertisment

୨୦୦୩ ମସିହାରେ ହଠାତ୍‌ ଓଡ଼ିଆ ଖବର କାଗଜରେ ନସିମ ଗୋପାଳ ନାମରେ ଆନନ୍ଦ ପତ୍ରୀଙ୍କ ଫଟୋ ପ୍ରକାଶ ପାଇଥିଲା । ଯେଉଁଥିରେ ଲେଖାଥିଲା ଯେ ଏ ହେଉଛନ୍ତି 178 D ନମ୍ବରର ଫଟୋ। ମାନସିକ ବିକୃତି ପାଇଁ ନିଜ ପରିଚୟ ସ୍ପଷ୍ଟ କହି ପାରୁନାହାନ୍ତି । ପାକିସ୍ଥାନ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କ ନାମ ନସିମ ଗୋପାଳ । ଖବର କାଗଜରେ ପ୍ରକାଶିତ ଫଟୋ ଦେଖି ଚିହ୍ନଟ କରିଥିଲେ ଆନନ୍ଦଙ୍କ ସ୍ତ୍ରୀ, ଭଉଣୀ ଓ ଗାଁ ଲୋକେ ।

ଆନନ୍ଦଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ପ୍ରଧାନମନ୍ତ୍ରୀ...ଏମିତିକି ରାଷ୍ଟ୍ରପତିଙ୍କୁ ବି ନିବେଦନ କରାଯାଇଛି । ୨୦୦୬ ମସିହା ଡିସେମ୍ବର ୨୨ରେ ପାକିସ୍ତାନ ଜେଲରୁ ଆନନ୍ଦ ମୁକୁଳିବେ ବୋଲି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ୱାଘା ବର୍ଡରକୁ ପରିବାର ଲୋକେ ଯାଇଥିଲେ । ହେଲେ ଆନନ୍ଦ ଫେରିନଥିଲେ । ତେବେ ଏହାରି ଭିତରେ ୧୭ ବର୍ଷ ବିତିଗଲା ପଛେ ଆନନ୍ଦର କୌଣସି ପତ୍ତା ମିଳିଲା ନାହିଁ । କିନ୍ତୁ ପରିବାର ଲୋକ ବିଶ୍ୱାସ ରଖିଛନ୍ତି ଆନନ୍ଦ ଜୀବିତ ଅଛନ୍ତି । ଘରକୁ ନିଶ୍ଚୟ ଫେରିବେ ବୋଲି..ଏବେ ବି ପରିବାର ଲୋକ ଭଦ୍ରକ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କୁ ଆନନ୍ଦଙ୍କ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ତେବେ ସମୟ କହିବ କେବେ ପାକିସ୍ତାନ ଜେଲରୁ ଫେରୁଛନ୍ତି ଆନନ୍ଦ ।

Advertisment

India Army Jawan India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ