Advertisment

କୋର୍ଟର ସମୟ ନଷ୍ଟ କରିବାରୁ ଫାଇନ୍‌ ଗଣିବେ ବର୍ଷା-ଅନୁଭବ

ଫ୍ୟାମିଲି କୋର୍ଟରେ ୫ ହଜାର ଲେଖାଏଁ ଫାଇନ୍‌ ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ।

ଅଦ୍ୟତନ ହୋଇଛି
Anubhav- Varsha Marital Discord

Anubhav- Varsha Marital Discord

Advertisment

ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଅନୁଭବ ବର୍ଷା । 

Advertisment

ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କଲେ କୋର୍ଟ । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ । ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଛି । ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷ୍ୟଗ୍ରହଣ ପାଇଁ ଆସୁନଥିଲେ ବର୍ଷା । ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ୍ ଦେଇଥିଲେ ସାଂସଦ ଅନୁଭବ ମହାନ୍ତି ।

କିଛିଦିନ ପୂର୍ବେ କଟକ ପାରିବାରିକ ଅଦାଲତରେ ସାଂସଦ ତଥା ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ସାନି ଜେରା କରିବାକୁ ବର୍ଷା ଆବେଦନ କରିଥିଲେ। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରି ଦେଇଥିଲେ।

Advertisment

ପାରିବାରିକ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଛି। 

Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ