Advertisment

କମୁନି ବାହୁବଳୀ ବିଧାୟକଙ୍କ ଦୌରାତ୍ମ୍ୟ, ପୁଣି ଏକ ଧମକଭରା ଭିଡିଓ ଭାଇରାଲ୍

ଭାଇରାଲ ହୋଇଥିବା ଭିଡିଓରେ ପ୍ରଶାନ୍ତ ଜଗଦେବ କହୁଛନ୍ତି, ବିଧାୟକ ଭାବେ କ୍ଲବ ଘରକୁ ବୁଲି ଆସିଥିଲି । ହେଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କର କାଣ୍ଡଜ୍ଞାନ ନାହିଁ ବୋଲି କହିଥିଲେ । ସେ ତାଙ୍କ ଜ୍ଞାନର ଉତ୍ତର ଦେବେ, ନହେଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି କହି ବିଧାୟକ ଧମକ ଦେବାର ଭିଡିଓରେ ଦେଖାଯାଇଛି

Prashant Jagdev

Prashant Jagdev

Advertisment

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଏକ ଧମକ ଭିଡିଓ ଭାଇରାଲ । ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ଏକ କ୍ଲବ ଘରକୁ ବିଧାୟକ ପରିଦର୍ଶନରେ ଯାଇଥିବା ସମୟରେ ଏପରି ଘଟଣା ଘଟିଛି । ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଯାହା କହିଛନ୍ତି, ସେଥିପାଇଁ ସେ ଭୁଲ ନମାଗିବା ଯାଏଁ ଘରକୁ ଛଡାଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ପ୍ରଶାନ୍ତ ଜଗଦେବ କହୁଛନ୍ତି, ବିଧାୟକ ଭାବେ କ୍ଲବ ଘରକୁ ବୁଲି ଆସିଥିଲି । ହେଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କର କାଣ୍ଡଜ୍ଞାନ ନାହିଁ ବୋଲି କହିଥିଲେ ।

Advertisment

ସେ ତାଙ୍କ ଜ୍ଞାନର ଉତ୍ତର ଦେବେ, ନହେଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି ବିଧାୟକ ଧମକ ଦେବାର ଭିଡିଓରେ ଦେଖାଯାଇଛି । ଭୁଲ ନମାଗିବା ପର୍ଯ୍ୟନ୍ତ ଘରକୁ ଯାଇପାରିବେ ନାହିଁ ବୋଲି ବିଧାୟକ ଧମକାଇବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏଘଟଣା ଅତ୍ୟଧିକ ଆଗେଇବା ପରେ ବାଣପୁର ପୋଲିସ ସେଠାକୁ ଯାଇ ବୁଝାସୁଝା କରିଥିଲେ । ତେବେ ଏସମ୍ପର୍କରେ ପ୍ରଶାନ୍ତ ଜଗଦେବଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ । ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ବିଧାୟକଙ୍କ ବିରୋଧରେ ଲାଗିଥିଲା ଏସସି-ଏସଟି ଉତ୍ପୀଡ଼ନ କେଶ୍ । ବିଧାୟକଙ୍କ ଦାଦାଗିରି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

Advertisment

ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ପ୍ରଶାନ୍ତ ଜଗଦେବଙ୍ଗ ବିରୋଧରେ ।  

Threatening Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ