Advertisment

ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପୁରୁଷ ପାଣ୍ଡା ‘ଆନ୍ ଆନ୍’

୩୫ ବର୍ଷ ବୟସରେ ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପାଣ୍ଡା...

ଅଦ୍ୟତନ ହୋଇଛି
An An, world's oldest male giant panda, dies at 35

An An, world's oldest male giant panda, dies at 35

Advertisment

ବିଶ୍ୱର ବୟୋଜ୍ୟେଷ୍ଠ ପାଣ୍ଡା ଆନ୍ ଆନ୍‌ର ମୃତ୍ୟୁ । ଗତକାଲି ହଂକଂର ଓସେନ ପାର୍କରେ ଆନ୍ ଆନ୍ ନାମକ ପୁରୁଷ ପାଣ୍ଡାର ୩୫ ବର୍ଷ ବୟସରେ ମୃତ୍ୟୁ ହୋଇଛି । ପାଣ୍ଡାର ମୃତ୍ୟୁ ପରେ ଓସେନ ପାର୍କରେ ଶୋକର ଛାୟା ଖେଳିଯାଇଛି । ବହୁ ସଂଖ୍ୟରେ ପର୍ଯ୍ୟଟକ ଓସେନ ପାର୍କକୁ ଆସି ପାଣ୍ଡା ଆନ୍ ଆନ୍‌ର ସମାଧିସ୍ଥଳରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Advertisment
An An, worlds oldest male giant panda, dies at 35

ଏଠାକାର କର୍ମଚାରୀ ଓସେନ ପାର୍କରେ ଥିବା ଏହି ପାଣ୍ଡାକୁ ନିଜ ପରିବାର ସଦସ୍ୟ ଭଳି ପାଳୁଥିଲେ । କିଛି ଦିନ ତଳେ ଆନ୍ ଆନ୍ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାର ଚିକିତ୍ସା କରାଯାଉଥିଲା। ପରେ ପାଣ୍ଡା ଖାଇବା ବନ୍ଦ କରିଦେଇଥିଲା ଯାହା ପରେ ଗତକାଲି ତାର ମୃତ୍ୟୁ ହୋଇଥିବା ପାର୍କର ସଦସ୍ୟ ସୂଚନା ଦେଇଛନ୍ତି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଥିଲା ଏହି ପାଣ୍ଡା ।

ଏହା ପୂର୍ବରୁ ୨୦୧୬ ମସିହାରେ ପାଣ୍ଡା ଜିଆ-ଜିଆର ମୃତ୍ୟୁ ହୋଇଥିଲା ।

a(ପାଣ୍ଡା ଜିଆ-ଜିଆ)
 
ସେହିପରି ଗତ ଜୁଲାଇ ମାସ ୧୨ ତାରିଖରେ ରାଜା ନାମକ ରୟାଲ ବେଙ୍ଗଲ ଟାଇଗର ଭାରତର ସବୁଠୁ ବୟସ୍କ ବାଘର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା ପଶ୍ଚିମବଙ୍ଗର ଆଲିପୁରଦୁଆର ସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ସେ ପ୍ରାଣ ହରାଇଥିଲା ।
Advertisment
World's Oldest Male Giant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ