Advertisment

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ: ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ

ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା। ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍‌ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଅଦ୍ୟତନ ହୋଇଛି
No Road To Village

No Road To Village

Advertisment

ରେଢ଼ାଖୋଲ: ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା, ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍‌ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କମଳାନାଳି ଗାଁରେ  ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ଗାଁର ଅର୍ଜୁନ ଦେହୁରୀଙ୍କ ୫ ବର୍ଷ ବୟସର ଝିଅ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁ କୁନି ଝିଅଟି କୂଅରେ ପଡ଼ି ଯାଇଥିଲା। ଖୋଜାଖୋଜି ପରେ ତାକୁ କୂଅରୁ ଉଦ୍ଧାର କରି ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇ ଥିଲେ। ହେଲେ ଗାଁକୁ ଆମ୍ବୁଲାନ୍ସ ଯିବା ବେଳେ ଏକ ନାଳ ପଡ଼ିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ସେହିଠାରେ ହିଁ ଅଟକି ରହିଥିଲା। 

ଶେଷରେ ଉପାୟ ଶୂନ୍ୟ ହୋଇ ଝିଅର ଜୀବନ ବଞ୍ଚାଇବା ପାଇଁ ଅର୍ଜୁନ ଝିଅକୁ ୨ କି.ମି. କାନ୍ଧେଇ ନାଳ ପାର୍‌ ହୋଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ହେଲେ ମେଡିକାଲରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ।  ଏପରି ଅଭାବନୀୟ ଘଟଣାର ଭିଡିଓ ସାମ୍ନାକୁ ଏବେ ସାମ୍ନାକୁ ଆସିଛି। 

Advertisment

ରୋଗୀ ଯେମିତି ସୁବିଧାରେ ହସ୍ପିଟାଲରେ ପହଞ୍ଚି ପାରିବେ, ସେଥିପାଇଁ ସରକାର ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ହେଲେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ। କେଉଁଠି ଗାଁକୁ ଯିବା ପାଇଁ ରାସ୍ତା ନାହିଁ ତ ଆଉ କେଉଁଠି ଅସୁବିଧା ରହିଛି। ଫଳରେ ଠିକ୍‌ ସମୟରେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ମେଡିକାଲ୍‌ରେ ପହଞ୍ଚାଇ ନପାରିବାରୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅନେକ ଘଟଣା ସାମ୍ନାକୁ ଆସିଛି। 

Advertisment
No Road To Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ