Advertisment

ବୌଦ୍ଧ DFOଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।

Allegation Against Boudh Divisional Forest Officer

Allegation Against Boudh Divisional Forest Officer

Advertisment

ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ଫଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।  ବୌଦ୍ଧ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଅରୁଣ ମେଣ୍ଡୁଳିଙ୍କୁ ମାସକୁ ୯ହଜାର ୪ଶହ ୫୦ ଟଙ୍କା ହିସାବରେ ଦରମା ଦିଆଯଉଛି।  ଏକ ଆଉଟ୍ ସୋର୍ସିଂ ସଂସ୍ଥା ଅଧୀନରେ ମେଣ୍ଡିଲିଙ୍କ ନାଁରେ ଦରମା ହେଉଛି।

Advertisment

ସରକାରୀ ନିୟମ ଅନୁସାରେ, ବନ୍ୟପ୍ରାଣୀ ଅପରାଧ ରୋକିବା ଏବଂ ଗୁଇନ୍ଦା ଖବର ସଂଗ୍ରହ କରିବାକୁ ୨ ବର୍ଷ ଲେଖାଏ ଅବୈତନିକ ତତ୍ତ୍ୱବଧାରକ ନିଯୁକ୍ତି କରାଯାଏ। ପଦବୀକୁ ଆଇନ ଅନୁସାରେ ଡିଏଫଓଙ୍କ ସମସ୍କନ୍ଦ ବୋଲି ମଧ୍ୟ ଧରାଯାଏ।  ଏଥିପାଇଁ କୌଣସି ଦରମା ପ୍ରଦାନ ନକରିବାକୁ ବନ୍ୟପ୍ରାଣୀ ସରଂକ୍ଷଣ ଆଇନରେ ଉଲ୍ଲେଖ ରହିଛି।

ମାତ୍ର ବୌଦ୍ଧ ବନଖଣ୍ଡର ସବୁ ନିୟମକୁ ଜଳାଞ୍ଜଳି ଦେଇଦେଇଛନ୍ତି ଡିଏଫଓ। ଯାହାକୁ ନେଇ ପିସିସିଏଫ ପାଖରେ ଖୋର୍ଦ୍ଧାର ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ, ଡିଏଫଓ ଏବଂ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

୨୦୨୧ରୁ ସେ ନିଯୁକ୍ତ ହୋଇଥିବା ବେଳେ, କୌଣସି ଦରମା ନେଇନଥିବା ବନ୍ୟପ୍ରାଣୀ ତତ୍ତ୍ୱବଧାରକ କହିଛନ୍ତି।  ସେହିପରି DFO ମଧ୍ୟ କୌଣସି ଦରମା ଦିଆଯାଇନଥିବା ସ୍ପଷ୍ଟ କରିଛନ୍ତି।  ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଜମା ବିଲ୍‌ ବାତିଲ କରାଯାଇଥିବା ସେ କହିଛନ୍ତି। 

Allegation Against DFO Boudh Divisional Forest Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ