Advertisment

ମହଙ୍ଗା ମାଡ଼ରେ ଆକ୍ତାମାକ୍ତ ଖାଉଟି, ଆଖିରେ ପାଣି ଆଣୁଛି ପିଆଜ ଦର

ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି।

Onion Price

Onion Price

Advertisment

ଭୁବନେଶ୍ୱର: ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି। କେଉଁଠି ବ୍ୟବସାୟୀ ସଂଘ ମହାରାଷ୍ଟ୍ରରେ ପ୍ରବଳ ବର୍ଷାକୁ ଦାୟୀ କରୁଥିବାବେଳେ ଆଉ କେଉଁଠି ମୁନାଫାଖୋର ବଡ଼ ବ୍ୟବସାୟୀଙ୍କ ହୋଡିଂ କାରସାଦିକୁ ଦୋଷ ଦେଉଛନ୍ତି। ତେଣେ ରୋଷେଇ ଗ୍ୟାସ ଏ ମାସରେ ଧଡ଼ କିନା ଆଉ ୧୫ଟଙ୍କା ବଢି ୯୨୬ଟଙ୍କା ହେଲାଣି। ଗ୍ରାହକଙ୍କଠୁ ଗୃହିଣୀ, ମହଙ୍ଗା ମାଡ଼ରେ ସମସ୍ତେ ଯେମିତି ତ୍ରାହି ତ୍ରାହି ଡାକିଲେଣି।

Advertisment

ମହଙ୍ଗା ବଜାରରେ ଖାଉଟିଙ୍କୁ ଷଣ୍ଢୁଆସି ଆକ୍ରମଣ। କଲବଲ କରୁଛି ସେଞ୍ଚୁରୀ ଡିଆଁ ପେଟ୍ରୋଲ। ରୋଷେଇ ଘରର ବଜେଟ୍ ପୂରା ବିଗିଡ଼ିଗଲାଣି। ୫୦ ଛୁଆଁ ପିଆଜ ସାଙ୍ଗକୁ ହଜାରେ ମୁହାଁ ଏଲପିଜି। ଅକ୍ଟୋବର ଆରମ୍ଭରୁ ପିଆଜ କିଲୋ ପିଛା ୨୫ରୁ ୩୦ ଟଙ୍କା ଥିଲା, ହେଲେ ଏବେ ୪୫ରୁ ୫୦। ସିଧା ୨୦ଟଙ୍କା ମହଙ୍ଗା। ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ସୂଚନା ଅନୁସାରେ ପିଆଜ ଦର ରହିଛି-ବଲାଙ୍ଗିରେ ୫୦, ଭୁବନେଶ୍ୱରରେ ୪୫ରୁ ୫୦, ବ୍ରହ୍ମପୁରରେ ୪୫ ଓ ବାଲେଶ୍ୱରରେ ୪୦। ବଡ଼ କଥା ହେଲା କଟକ ଛତ୍ରବଜାରରେ ବି କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି। ତେଣେ ଗ୍ରାହକ କହୁଛନ୍ତି ଅତି ଦରକାରୀ ଖାଦ୍ୟ ସାମଗ୍ରୀର ଏମିତି ରେଟ୍ ବଢିଲେ ଆମେ ଖାଇବୁ କଣ ? ସରକାର ତୁରନ୍ତ ପଦକ୍ଷେପ ନେଇ ଲଗାମ କଷନ୍ତୁ। ଖୁଚୁରା ବ୍ୟବସାୟୀ କହୁଛନ୍ତି, ଅଧିକ ରେଟରେ ଗୋଦାମରୁ ପିଆଜ କିଣୁଛୁ ଯେତେବେଳେ ଚଢ଼ା ଦରରେ ବିକିବାକୁ ବାଧ୍ୟ।

Advertisment

କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସୂଚନା ଅନୁସାରେ, ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଯୋଗୁଁ ନାସିକ ପିଆଜର ଅହେତୁକ ଦର ବୃଦ୍ଧି ଘଟିଛି। ଛତ୍ରବଜାରରେ ଏବେ ନାସିକ୍ ପିଆଜର ହୋଲସେଲିଂ ଦର ୩୫ରୁ ୩୮ ଟଙ୍କା ଥିବାବେଳେ ବେଙ୍ଗଳୁରୁ ପିଆଜର ହୋଲସେଲିଂ ରେଟ୍ ୩୨ରୁ ୩୫ ଟଙ୍କା ରହିଛି। ତେଣୁ ଖୁଚୁରା ବ୍ୟବସାୟୀ ୪୦ ଉପରେ ବିକିବା ଛଡ଼ା ଉପାୟ ନାହିଁ। ତେଣେ ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, ବର୍ଷା କେବଳ ଏକ ବାହାନା। କିଛି ମୁଷ୍ଟିମେୟ ବ୍ୟବସାୟୀ ଓ କର୍ପୋରେଟ୍ ସଂସ୍ଥା ପିଆଜ ହୋର୍ଡିଂ କରି ରଖୁଥିବାରୁ ଏଭଳି ସ୍ଥିତି। ସରକାର ତୁରନ୍ତ ପଦକ୍ଷେନ ନନେଲେ କରୋନା କାଳରେ ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟିଙ୍କ ଅଣ୍ଟା ଭାଙ୍ଗିଯିବ।

ମହଙ୍ଗା, ପିଆଜ, ଗ୍ୟାସ ସବୁ ମହଙ୍ଗା। ସାଧାରଣ ଜନତାଙ୍କ ଉପରେ ଯେମିତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ହଜାରେ ଟଙ୍କା ମୁହାଁ ଏଲପିଜି। ୧୪ କିଲୋ ବିଶିଷ୍ଟ ସବସିଡିଯୁକ୍ତ ସିଲିଣ୍ଡର ପିଛା ଏଇ ମାସରେ ହଠାତ୍ ଆଉ ୧୫ ଟଙ୍କା ବଢ଼ିଯିବା ପରେ ଦର ୯୨୬ ଟଙ୍କାରେ ପହଞ୍ଚିଛି। ତଥ୍ୟ ଅନୁସାରେ, ଗଲା ଜାନୁଆରୀରୁ ଅକ୍ଟୋବର ଭିତରେ ସିଲିଣ୍ଡର ପିଛା ପ୍ରାୟ ୨ଶହ ଟଙ୍କା ବଢ଼ି ସାରିଲାଣି। ଏଭଳି ସ୍ଥିତିରେ ଗ୍ରାହକଙ୍କଠୁ ଗୃହିଣୀ, ସମସ୍ତଙ୍କ ପ୍ରଶ୍ନ ଘର ଚଳିବ କେମିତି ?

Advertisment
Odisha Onion Rate Hike Petrol Rate Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ