Advertisment

ସ୍ୱାର୍ଥପର ମଣିଷ: କାମ ସରିଗଲା ପରେ ଘୋଡ଼ାକୁ ରାସ୍ତାକଡ଼ରେ ଛାଡ଼ି ଦେଲା ମାଲିକ

ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ।

ଅଦ୍ୟତନ ହୋଇଛି
Ailing Horse Abandoned By Owner On Roadside In Mayurbhanj

Ailing Horse Abandoned By Owner On Roadside In Mayurbhanj

Advertisment

ସ୍ୱାର୍ଥପର ମଣିଷ, କାମ ସରିଗଲେ ହାତ ଛାଡ଼ି ଦିଏ। ଦିନେ ତା’ ପିଠିରେ ବସି ସାରା ଦୁନିଆ ବୁଲିଲା, କିନ୍ତୁ ଆଜି ସ୍ୱାର୍ଥ ସରିଗଲା ପରେ ତାକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଲିକ। ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଘୋଡ଼ା ଏବଂ ତା’ ମାଲିକଙ୍କ କାହାଣୀକୁ ନେଇ ଏବେ ଚର୍ଚ୍ଚା। 

Advertisment

ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ଗଡ଼ଦେଉଳିଆ ପାଖ ପଡ଼ିଆରେ ଘୋଡ଼ାଟି ବନ୍ଧା ଯାଇଛି। ଘୋଡ଼ାଟିକୁ କେହି ନନେବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ କହିବା ଅନୁସାରେ, ଜଣେ ଅପରିଚିତ ବ୍ୟକ୍ତି ଘୋଡ଼ା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଘୋଡ଼ାକୁ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା। 

ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ। ହୁଏତଃ ଏଥିପାଇଁ ତା’ ମାଲିକ ତାକୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଘୋଡ଼ା ସମ୍ପର୍କରେ ଜଙ୍ଗଲ ବିଭାଗଠୁ ଆରମ୍ଭ କରି ପ୍ରାଣୀ ଚିକିତ୍ସକଙ୍କ ଯାଏ ଖବର ଦେଇଥିଲେ।

Advertisment

ବନ ବିଭାଗ ଘୋଡ଼ାକୁ ଦେଖି ଏହା ତାଙ୍କ ବିଭାଗର କାର୍ଯ୍ୟ ନୁହେଁ ବରଂ ପ୍ରାଣୀ ଚିକିତ୍ସକଙ୍କର ବୋଲି କହି ଫେରି ଯାଇଥିଲେ। ବାରିପଦାରୁ ପ୍ରାଣୀ ଚିକିତ୍ସକ ପହଞ୍ଚି ଘୋଡ଼ାକୁ ଔଷଧପତ୍ର ଦେଇଛନ୍ତି। ଏହାସହ ଘୋଡ଼ାର ଯେଉଁ ଗୋଡ଼ରେ ଘା’ ହୋଇଛି, ତାହାକୁ କାଟିବା ଆବଶ୍ୟକ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ଘୋଡ଼ାର ଉତ୍ତମ ଚିକିତ୍ସା ପାଇଁ OUAT ହସ୍ତକ୍ଷେପ କରୁ ବୋଲି ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

Abandoned Horse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ