Advertisment

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ମାଣ କାମ ବନ୍ଦ କରାଇଛି। ନିର୍ମାଣ କାମରେ ନିୟୋଜିତ କଣ୍ଟେନରକୁ ସିଜ୍ ସହ ଜମି ଉପରେ ନୋଟିସ୍ ଲଗାଯାଇଛି।

Disputed Lingaraj Temple Land In Bhubaneswar

Disputed Lingaraj Temple Land In Bhubaneswar

Advertisment

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ମାଣ କାମ ବନ୍ଦ କରାଇଛି। ଏହାସହ ବିବାଦୀୟ ଜମିରେ ନାଲି ପତାକା ପୋତା ଯାଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ପହଞ୍ଚି କାମ ବନ୍ଦ କରିଛନ୍ତି। ନିର୍ମାଣ କାମରେ ନିୟୋଜିତ କଣ୍ଟେନରକୁ ସିଜ୍ ସହ ଜମି ଉପରେ ନୋଟିସ୍ ଲଗାଯାଇଛି।

Advertisment

ବୋର୍ଡ ଅଫ୍ ରେଭେନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଛି।୨୦୧୬ ମସିହାରେ ଭୁଲବଶତଃ ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ଜମିକୁ ୨ ଜଣ ସାଧାରଣ ଲୋକଙ୍କ ନାଁରେ ଟ୍ରାନ୍ସଫର ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଜମିକୁ ବିକ୍ରି କରିଥିଲେ। ଏହି ଜମି ଉପରେ ଘରୋଇ ସଂସ୍ଥା ନିର୍ମାଣ କାମ କରୁଥିଲା। 

ତେବେ ପରବର୍ତ୍ତୀ ସମୟରେ ଲିଙ୍ଗରାଜଙ୍କ ଜମିକୁ ପୁଣି ଥରେ ଫେରାଇ ନେବାକୁ ରାଜସ୍ୱ ସଚିବ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ବୋର୍ଡ ଅଫ୍‌ ରେଭିନ୍ୟୁରେ ମାମଲା ବିଚାରାଧିନ ଥିବାବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାମ କରୁଥିବାରୁ ଏହାକୁ ବନ୍ଦ କରିବା ସହ କଣ୍ଟେନରକୁ ସିଲ୍‌ ଓ ନାଲି ପତାକା ପୋତି ବାଟ ବନ୍ଦ କରିଛି ପ୍ରଶାସନ।  

Advertisment

ଏହି ସରକାରରେ ଠାକୁର ବି ସୁରକ୍ଷିତ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଠାକୁରଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର। ଯଦି ଦୁର୍ନୀତି ଓ ଭ୍ରଷ୍ଟାଚାର କରି ଏହାକୁ ହଡ଼ପ କରାଯିବ ତେବେ ଏହା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଲିଙ୍ଗରାଜଙ୍କ ଜମିକୁ ଉଦ୍ଧାର କରିବାକୁ ସେ ଦାବି କରିଛନ୍ତି। ଲିଙ୍ଗରାଜଙ୍କ ଜମିରେ କୌଣସି ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା କହିଛନ୍ତି।

Lingaraj Temple Land Disputed Lingaraj Temple Land
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ