Advertisment

କିଏ ଥିଲେ ଆଦି ଶଙ୍କରାଚାର୍ଯ୍ୟ

ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ। ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ ଖୁବ୍ କମ୍ ବୟସରେ ବେଦ ଉପରେ ଜ୍ଞାନ ଆହରଣ କରିଥିଲେ। ସେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ।

ଅଦ୍ୟତନ ହୋଇଛି
Adi Shankaracharya spread Sanatan Dharma

Adi Shankaracharya spread Sanatan Dharma

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆଦି ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କୁ ସନାତନ ଧର୍ମର ପ୍ରଥମ ଧାର୍ମିକ ସଂସ୍କାରକ ବୋଲି କୁହାଯାଏ। କେବଳ ୩୨ ବର୍ଷର ସାଂସାରିକ ଜୀବନରେ ଆଦି ଶଙ୍କରାଚାର୍ଯ୍ୟ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ। ତାଙ୍କର ଏହି କାର୍ଯ୍ୟ ହେତୁ ସନାତନ ଧର୍ମ ବୌଦ୍ଧଧର୍ମର ପ୍ରଭାବ ହ୍ରାସ କରି ପୁନଃ ପ୍ରତିଷ୍ଠିତ ହୋଇଥିଲା। ତେବେ ଆସନ୍ତୁ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଅନ୍ୟ କିଛି ତଥ୍ୟ ଜାଣିନେବା।

Advertisment
Modi Inagurate Shankaracharya Image in Kedarnathଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ନରେନ୍ଦ୍ର ମୋଦୀ

ଶଙ୍କରାଚାର୍ଯ୍ୟଙ୍କ ଜନ୍ମ:

ଆଦି ଶଙ୍କରାଚାର୍ଯ୍ୟ ୭୮୮ ମସିହାରେ କେରଳର ଏକ ଗାଁ କଲାଡିରେ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ୩୨ ବର୍ଷ ବୟସରେ ଅର୍ଥାତ ୮୨୦ ମସିହାରେ ଦେବଲୋକ ଗମନ କରିଥିଲେ। ସେ ମାତ୍ର ୩୨ ବର୍ଷ ଏ ସଂସାର ସହିତ ବିତାଇଲେ। ଏକ ଛୋଟ କାହାଣୀ ଅନୁଯାୟୀ, ଆଦି ଶଙ୍କରାଚାର୍ଯ୍ୟଙ୍କ ପିତାମାତା ଦୀର୍ଘ ସମୟ ଧରି ସନ୍ତାନହୀନ ଥିଲେ। କଠୋର ତପ ବଳରେ ସେମାନେ ସନ୍ତାନ ସୁଖ ପାଇଲେ। ଏହି କାହାଣୀ ଅନୁଯାୟୀ, ଆଦି ଶଙ୍କରାଚାର୍ଯ୍ୟଙ୍କ ମାତା ଆର୍ଯ୍ୟମ୍ବା ତାଙ୍କ ସ୍ୱପ୍ନରେ ଭଗବାନ ଶିବଙ୍କ ଦର୍ଶନ ପାଇଥିଲେ ଏବଂ ସେ ତାଙ୍କୁ କହିଥିଲେ ଯେ ନିଜେ ତାଙ୍କର ପ୍ରଥମ ପୁତ୍ର ଭାବରେ ଅବତାର ନେବେ।

Advertisment

କଲାଡିରୁ ଓମ୍‌କାରେଶ୍ୱର:

ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ଗାଁ କଲାଡିରୁ ଯାତ୍ରା କରି ପ୍ରଥମେ ଓମ୍‌କାରେଶ୍ୱରକୁ ଯାଆନ୍ତି। ସେଠାରେ ନର୍ମଦା କୂଳରେ ସେ ତାଙ୍କର ଗୁରୁ ଗୋବିନ୍ଦ ଭଗବତପଡାଙ୍କ ସାନିଧ୍ୟ ପାଆନ୍ତି। ଏଠାରେ ଗୁରୁ ଗୋବିନ୍ଦ ଶଙ୍କରାଚାର୍ଯ୍ୟଙ୍କୁ ବେଦ ସୂତ୍ର ଏବଂ ବ୍ରାହ୍ମଣମାନଙ୍କ ବିଷୟରେ ଜ୍ଞାନ ଦେଇଥିଲେ। ଗୁରୁ ଗୋବିନ୍ଦ ହିଁ ଶଙ୍କରାଚାର୍ଯ୍ୟଙ୍କୁ ବେଦର ଜ୍ଞାନ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେ ବାରାଣାସୀକୁ ଆସିଥିଲେ।

Advertisment

ବାରାଣାସୀରୁ ବଦ୍ରିନାଥ

ଶଙ୍କରାଚାର୍ଯ୍ୟ ଏକ କଠିନ ଯାତ୍ରା ପରେ ବଦ୍ରିନାଥରେ ପହଞ୍ଚିଥିଲେ। ଏଠାରେ ସେ ବେଦର ଅନେକ ସୂତ୍ର ରଚନା କରିଥିଲେ। ଏଠାରେ ଉପନିଷଦ ଲେଖାଯାଇଥିଲା। ବଦ୍ରିନାଥରୁ ହିଁ ଶଙ୍କରାଚାର୍ଯ୍ୟ ଧର୍ମର ଜ୍ଞାନକୁ ସମଗ୍ର ଭାରତରେ ବିସ୍ତାର କରିବାକୁ ବାହାରିଲେ। ଏହା ପରେ ସେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଧାର୍ମିକ ଜ୍ଞାନ ଉପରେ ବିତର୍କରେ ଭାଗ ନେଇଥିଲେ।

କେଦାରନାଥରେ ଶରୀର ପରିତ୍ୟାଗ:

ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ।

ସନାତନ ଧର୍ମର ପୁନରୁଦ୍ଧାର:

ଶଙ୍କରାଚାର୍ଯ୍ୟ ବେଦ ଓ ଉପନିଷଦର ପୁନରୁଦ୍ଧାରକ ତଥା ଅଦ୍ୱୈତ ବ୍ରହ୍ମର ପ୍ରବର୍ତ୍ତକ ଭାବରେ ଜଣାଶୁଣା। ବିଶେଷକରି ଦେଶରେ ସନାତନ ଧର୍ମର ବିସ୍ତାର ପାଇଁ ତାଙ୍କର ଅବଦାନ ସ୍ମରଣୀୟ। ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ଦେଖି ଆଦି ଶଙ୍କରାଚାର୍ଯ୍ୟ ସପ୍ତମ-ଅଷ୍ଟମ ଶତାବ୍ଦୀରେ ସନାତନ ଧର୍ମର ପୁନରୁଦ୍ଧାରରେ ଏକ ବଡ଼ ଅବଦାନ ଦେଇଥିଲେ। ଏଥିପାଇଁ ସେ ଦେଶର ଚାରି କୋଣରେ ଚାରୋଟି ପୀଠ ବା ମଠ ସ୍ଥାପନ କରିଥିଲେ। ଏହି ପୀଠଗୁଡ଼ିକ ହେଉଛି - ଦକ୍ଷିଣ – ଶୃଙ୍ଗେରୀ (ରାମେଶ୍ୱରମ୍) ତାମିଲନାଡୁ, ଉତ୍ତର - ଜ୍ୟୋତିର୍ମଠ (ବଦ୍ରିନାଥ) ଉତ୍ତରାଖଣ୍ଡ, ପୂର୍ବ - ଗୋବର୍ଦ୍ଧନ (ଜଗନ୍ନାଥ ପୁରୀ) ଓଡିଶା, ପଶ୍ଚିମ - ଶାରଦା ମଠ (ଦ୍ୱାରକା), ଗୁଜୁରାଟ।

Statue of Shankaracharyaଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି

ଆରମ୍ଭରୁ ଭିନ୍ନ ଥିଲେ ଶଙ୍କରାଚାର୍ଯ୍ୟ:

ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ ଖୁବ୍ କମ୍ ବୟସରେ ବେଦ ଉପରେ ଜ୍ଞାନ ଆହରଣ କରିଥିଲେ। ସେ ବେଦ ଓ ବେଦାନ୍ତର ଏହି ଜ୍ଞାନକୁ ଦେଶର ଚାରି କୋଣକୁ ନେଇଗଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ‌ଈଶ୍ୱରଙ୍କ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଅଦ୍ୱୈତ ପ୍ରବାଦ ଅନୁଯାୟୀ ସେ 'ବ୍ରହ୍ମ ସର୍ବଜ୍ଞ ବା ସ୍ୱ ବ୍ରହ୍ମ' ସିଦ୍ଧାନ୍ତ ଦେଇଛନ୍ତି। ଆଦି ଶଙ୍କରାଚାର୍ଯ୍ୟ କୌଣସି ଦେବତାଙ୍କର ମହତ୍ତ୍ୱକୁ କେବେ ବି ହ୍ରାସ କରି ନାହାଁନ୍ତି।

ବୈରାଗ୍ୟ ଜାଗ୍ରତ:

କୁହାଯାଏ, ​​କେବଳ ୮ ବର୍ଷ ବୟସରେ ଶଙ୍କରାଚାର୍ଯ୍ୟଙ୍କ ମନରେ ବୈରାଗ୍ୟ ଜାଗ୍ରତ ହୋଇଥିଲା। କିନ୍ତୁ ତାଙ୍କ ମା’ ଏଥିପାଇଁ ଆଦୌ ରାଜି ନ ଥିଲେ। ତା’ପରେ ଏକ ଦୁର୍ଘଟଣା ଘଟିଗଲା। ଏକ ପର୍ବ ଅବସରରେ ଶଙ୍କରାଚାର୍ଯ୍ୟ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଗିଳିଥିଲା। ଏହା ପରେ ତାଙ୍କ ମା’ ପୁଅକୁ ବଞ୍ଚାଇବା ପାଇଁ ପ୍ରାର୍ଥନା କରିବା ଆରମ୍ଭ କଲେ। ତା’ପରେ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ମା! ଯଦି ତୁମେ ମୋତେ ଭଗବାନ ଶିବଙ୍କୁ ଅର୍ପଣ କର, ତେବେ ମୋର ଜୀବନ ରକ୍ଷା ହୋଇପାରିବ।

ଏହା ପରେ ଶଙ୍କରାଚାର୍ଯ୍ୟ ତାଙ୍କ ମାତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯେକୌଣସି ସ୍ଥାନରେ ବି ଥାଆନ୍ତୁ କିନ୍ତୁ ମା’ର ଶେଷ ମୁହୂର୍ତ୍ତରେ ସେ ତାଙ୍କ ସହିତ ରହିବେ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ