Advertisment

ପୋଲିସ ଆଗରେ ସତ ମାନିଲା ଅଭିଯୁକ୍ତ; କହିଲା ରୋଷଘର ଚୁଲି ଭାଙ୍ଗିଛି

ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍‌ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।

undefined

Accused disclose truth in front of police

Advertisment

ପୋଲିସ ଆଗରେ ମଧ୍ୟ ଅଭିଯୁକ୍ତ ଏକାକି ରୋଷଘର ଚୁଲି ଭାଙ୍ଗିଥିବା ମାନିଥିବା ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୋଲିସ୍ ଏସ୍‌ପି। କହିଥିଲେ ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।

Advertisment

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଅଭିଯୁକ୍ତକୁ ଗିରଫ ପରେ ଚୁଲି ଭଙ୍ଗା କାରଣ ସଂପର୍କରେ କହିବାକୁ ପୁରୀ ଏସ୍‌ପି ପ୍ରାଥମିକ ଖିୁଲାସା କରିଛନ୍ତି। ଏଥିସହ ଅଭିଯୁକ୍ତ ଗିରଫଦାରୀର ପୂରା ପ୍ରକ୍ରିୟାକୁ ଗଣମାଧ୍ୟମ ସାମ୍ନାରେ ବର୍ଣ୍ଣନା କରି ଏସ୍ପି କହିଛନ୍ତି, ଅଭିଯୁକ୍ତ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି ହେଲେ ତଦନ୍ତ ଚାଲିଥିବାରୁ ପରିଚୟକୁ ସଂପୂର୍ଣ୍ଣ ନ ଖୋଲି ସେ କହିଛନ୍ତି, ଅଭିଯୁକ୍ତର ନାଁ ଜେ. ମହାପାତ୍ର, ବୟସ ୩୦, ଘର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ସେ ଏକୁଟିଆ ହିଁ ରୋଷଘର କାଣ୍ଡ ଭିଆଇଥିବା ସ୍ପଷ୍ଟ କରି ଏସ୍‌ପି କହିଛନ୍ତି।

ଅଭିଯୁକ୍ତର ମାନସିକ ଯାଞ୍ଚ ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯିବ। ଏପଟେ ଅଭିଯୁକ୍ତର ବାପା-ମାଆଙ୍କ କହିବା କଥା ଠାକୁରଙ୍କ ନିକଟରେ କୌଣସି ପ୍ରକାର ଅପରିଷ୍କାରକୁ ପୁଅ ବରଦାସ୍ତ କରେନି। ସେ ଜଗନ୍ନାଥଙ୍କ ଭକ୍ତ, ଦଣ୍ଡ କାମରେ ଯାଇଥିଲା, ହେଲେ ଏ କାମ କେମିତି କଲା ଆମେ କିଛି ଜାଣିନୁ।

Advertisment

ସିସିଟିଭିରେ କଏଦ୍ ଭିଜୁଆଲ୍ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ ସହ ତାକୁ ଗିରଫ କରିବାକୁ ସମର୍ଥ ହୋଇଛି ପୋଲିସ୍। ହେଲେ ଜଣେ ଲୋକ କିଭଳି ଏତେ କାଣ୍ଡ କଲା? ୪୩ଟି ଚୁଲିକୁ କେମିତି, କେଉଁ ସରଞ୍ଜାମରେ ଭାଙ୍ଗିଲା? ରାତିର ଶୂନଶାନ୍ ପ୍ରହରରେ ଭଙ୍ଗାରୁଜାର ଶବ୍ଦ ସୁରକ୍ଷାକର୍ମୀଙ୍କ କାନରେ କିଭଳି ପଡ଼ିଲାନି? ସେହିପରି ଚୁଲିଭଙ୍ଗା ଖବର ଗାରଦରେ ପହଞ୍ଚି ସାରିବା ପରେ, ଜେଟିପିମାନେ ଅଭିଯୁକ୍ତ ଉପରେ ସନ୍ଦେହ ନ କରି ତାକୁ ସେତେବେଳେ ବାହାରେ ଛା଼ଡିଦେଲେ କ’ଣ ପାଇଁ? ଏସବୁକୁ ନେଇ ପ୍ରଶ୍ନ ଉଠିଛି।

ଏପଟେ ଅଭିଯୁକ୍ତ ନିଜେ ଏପରି କରିଥିବାର ସ୍ୱୀକାରୋକ୍ତି ନେଇ ପୋଲିସର ସୂଚନା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବି ବଡ଼ ପ୍ରଶ୍ନ ଉଠିଛି। ଯଦି ଜଣେ ବ୍ୟକ୍ତିକୁ ଭଲ ଲାଗିଲା ନାହିଁ ବୋଲି ସେ ରୋଷଘର ଚୁଲିକୁ ଅନାୟାସରେ ଭାଙ୍ଗି ଦେଇପାରୁଛି ତାହେଲେ ସେ ବ୍ୟକ୍ତି କିଛି ବି କରି ପାରିଥାନ୍ତା? ଇଏ କେଉଁଭଳି ସୁରକ୍ଷା ବ୍ୟବସ୍ଥା ବୋଲି ପ୍ରଶ୍ନ ଉଠିଛି। ସେବାୟତ ମଧ୍ୟ ଏଥିପାଇଁ ସିଧା ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଟାର୍ଗେଟ୍ କରି ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀମାନେ ଫୋନ୍‌ରେ ଫିଲ୍ମ ଦେଖୁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି।

Advertisment

ରୋଷଘର ଚୁଲି ଭଙ୍ଗା ଭଳି ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ଜଳ ଜଳ ଦିଶୁଥିବା ତ୍ରୁଟିରୁ କେବେ ଶିଖୁଛି ବ୍ୟବସ୍ଥା ତାକୁ ନେଇ ବି ପ୍ରଶ୍ନ ଠିଆ ହୋଇଛି। ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି।

(ରିପୋର୍ଟ: ପୁରୀରୁ ମଧୁସୂଦନ ଦାସ ଓ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ