Advertisment

ନୂଆବର୍ଷରେ ଗରିବ ଲୋକଙ୍କୁ ରେସ୍ତୋରାଁରେ ଖୁଆଇ ଚର୍ଚ୍ଚାରେ ଯୁବକ

ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରି ଚର୍ଚ୍ଚାରେ ବରଗଡ଼ ଯୁବକ, ଗରିବ ଲୋକଙ୍କୁ ରେସ୍ତୋରାଁରେ ମାଗଣାରେ ଖୁଆଇଲେ ଡିନର

ଅଦ୍ୟତନ ହୋଇଛି
Baragarh

Baragarh

Advertisment

ନୂଆବର୍ଷକୁ କିଛି ଭିନ୍ନ ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ବରଗଡ଼ର ଯୁବକ। ସ୍ଥାନୀୟ ଅଂଚଳରେ ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ ବିର୍ତ୍ତିଆ ଅସହାୟ ଗରିବଙ୍କ ସହ କେକ କାଟି ୨୦୨୨ ନବବର୍ଷ ପାଳନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା। ଆଉ ନବବର୍ଷ ଅବସରରେ ସମସ୍ତଙ୍କୁ ଏକ ରେସ୍ତୋରାଁରେ ରାତ୍ରି ଭୋଜନ ଖୁଆଇଛନ୍ତି ସୁବ୍ରତ । ପ୍ରଥମଥର ପାଇଁ ରେସ୍ତୋରାଁରେ ଖାଇବାର ସୁଯୋଗ ପାଇ ଅସହାୟ ବୃଦ୍ଧ ବୃଦ୍ଧା ବେଶ ଆତ୍ମବିଭୋର ହୋଇ ପଡ଼ିଥିଲେ ।

Advertisment

ଗୋଟିଏ ପଟେ ନୂଆବର୍ଷ ପାଳନ ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ରାସ୍ତା କଡରେ ରହୁଥିବା ଏହି ଅସହାୟ ଲୋକ ନୂଆବର୍ଷ କଣ ଜାଣନ୍ତି ନାହିଁ । ତେଣୁ ଏପରି ଲୋକଙ୍କୁ ଗୋଟିଏ ଦିନ ପାଇଁ ହେଲେ ମଧ୍ୟ ନିଜ ଖୁସିରେ ସାମିଲ କରିପାରିଥିବା ଯୋଗୁ ବେଶ ଖୁସି ଥିବା ଏବଂ ଆଗାମୀ ଦିନରେ ମଧ୍ୟ ଏପରି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ସୁବ୍ରତ । ସେ ଯାହା ବି ହେଉ ସୁବ୍ରତଙ୍କ ଏହି କାର୍ଯ୍ୟ ପାଇଁ ସାରା ରାଜ୍ୟରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।

HappNewYear2022 BaragarhYouth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ