Advertisment

ଭାରତରେ ଅଛି ଏମିତି ଗାଁ, ଯେଉଁଠି ପୁଅ ଯାଏ ଶଶୁର ଘର

ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
A village in india where not girls but boys go to their in laws after marriage

A village in india where not girls but boys go to their in laws after marriage

Advertisment

ସେ ଭାରତ ହେଉ କି ଅନ୍ୟ ଦେଶ ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୁ ଘରକୁ ଯାଆନ୍ତି ଏବଂ ବାକି ଜୀବନ ସେଠାରେ ବିତାଇଥା’ନ୍ତି। କିନ୍ତୁ ଏହି ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ଏହି ପ୍ରଚଳିତ ପରମ୍ପରାରେ ବ୍ୟତୀକ୍ରମ ଦେଖାଯାଏ।

Advertisment

ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଏହି ‘ଘରଜ୍ୱାଇଁ’ କଥା ଉଠିଲେ ପ୍ରାୟ ସମସ୍ତେ ନାକ ଟେକନ୍ତି ଆଉ ଏହାକୁ ଗ୍ରହଣ କରନ୍ତି ନାହିଁ।

ଉତ୍ତରପ୍ରଦେଶର କୌଶମ୍ବୀରେ କିନ୍ତୁ ଏମିତି ଏକ ଗାଁ ଅଛି ଯାହାର ନା’ ହିଙ୍ଗୁଲପୁର। ଏଠାରେ ଝିଅମାନେ ବିବାହ ପରେ କନିଆଁ ସାଜି ନିଜ ଶାଶୁ ଘରକୁ ଯାଆନ୍ତି ନାହିଁ, ବରଂ ପୁଅ ଘରଜ୍ୱାଇଁ ହୋଇ ଝିଅ ଘରକୁ ଆସନ୍ତି ଆଉ ସାରା ଜୀବନ ସେଇଠି କାଟନ୍ତି। ଏନେଇ ଏହି ଗାଁ ‘ଜ୍ୱାଇଁ ଗାଁ’ ଭାବରେ ପରିଚିତ। ଏବେ ଆସନ୍ତୁ ଏହି ଗାଁ ବିଷୟରେ ଜାଣିନେବା।

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଏତେ ବଡ଼ ଘର, ଲମ୍ବିଛି ତେଲେଙ୍ଗାନାରୁ ମହାରାଷ୍ଟ୍ର

କାହିଁକି ଏମିତି ପରମ୍ପରା:

ଦଶନ୍ଧି ଦଶନ୍ଧି ପୂର୍ବରୁ ଗାଁର ପୂର୍ବଜମାନେ ଝିଅଟିକୁ ବିବାହ କରିବା ପରେ ତାଙ୍କ ବାପାମାଆମାନେ ତାଙ୍କୁ ନିଜ ଘରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ୟୁପିରେ ବଢି ଚାଲିଥିବା କନ୍ୟା ଭ୍ରୁଣହତ୍ୟା ଏବଂ ଯୌତୁକ ମୃତ୍ୟୁର ଅପରାଧକୁ ରୋକିବା ପାଇଁ ଏହି ଅନନ୍ୟ ପଦକ୍ଷେପ ନିଆଯାଇଥିଲା। କନ୍ୟା ଭ୍ରୁଣହତ୍ୟା ଏବଂ ଯୌତୁକ ନିର୍ଯାତନାର ଶୀର୍ଷରେ ଥିବା ୟୁପିର ଏହି ଗାଁ ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ଏହି ନିଆରା ପଦ୍ଧତି ଗ୍ରହଣ କରିଥିଲା।

ଜ୍ୱାଇଁଙ୍କ ରୋଜଗାର ବ୍ୟବସ୍ଥା:

ହିଙ୍ଗୁଲପୁର ଗାଁର ଝିଅମାନେ ବିବାହ ପାଇଁ ଯୋଗ୍ୟ ହେବା ମାତ୍ରେ ସେମାନଙ୍କ ବିବାହ ବିଷୟରେ କଥା ହେବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖାଯାଏ। ଗାଁର ଲୋକମାନେ ଏକାଠି ହୋଇ ଜ୍ୱାଇଁ ଝିଅଘର ଗାଁରେ ରହିବାକୁ ବ୍ୟବସ୍ଥା କରନ୍ତି, ଯାହାଦ୍ୱାରା ରୋଜଗାରରେ କୌଣସି ଅସୁବିଧା ନହୁଏ। ହିଙ୍ଗୁଲପୁର ଗାଁର ଆଖପାଖ ଜିଲ୍ଲା ଯେପରିକି କାନପୁର, ଫତେହପୁର, ପ୍ରତାପଗଡ, ଆହ୍ଲାବାଦ ଏବଂ ବାନ୍ଦାରେ ଏହି ଘର ଜ୍ୱାଇଁର ବ୍ୟବସ୍ଥା ଅଛି।

Advertisment

ପିଢି ପିଢିର ଘର ଜ୍ୱାଇଁ ପରମ୍ପରା:

ଏହି ଗାଁରେ ୧୮ରୁ ଆରମ୍ଭ କରି ୭୦ ବର୍ଷ ବୟସର ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ସହିତ ବସବାସ କରନ୍ତି। ଏଥିରୁ ସ୍ପଷ୍ଟ ଯେ ଏଠାକାର ଏହି ଘର ଜ୍ୱାଇଁ ପରମ୍ପରା ଅନେକ ପିଢିରୁ ଆରମ୍ଭ ହୋଇଛି। ଗାଁରେ ରହୁଥିବା ମୁସଲ୍‌ମାନ ବହୁଳ ଲୋକଙ୍କ ମଧ୍ୟରୁ କିଛି ମଧ୍ୟ ଏହି ପରମ୍ପରାକୁ ଆପଣେଇ ନେଇଛନ୍ତି। ନିଜ ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଗାଁର ଲୋକମାନେ ଏଭଳି ନିଷ୍ପତ୍ତି ନେଇ ଝିଅମାନଙ୍କୁ ସେମାନଙ୍କ ଘରେ ରଖୁଛନ୍ତି।

ଝିଅମାନେ କାହା ଉପରେ ନିର୍ଭରଶୀଳ ନୁହନ୍ତି:

ଏହି ଗାଁର ଏକ ବିଶେଷତ୍ୱ ​​ହେଉଛି ଏଠାକାର ଝିଅମାନଙ୍କୁ ଏପରି ଗୁଣ ଶିକ୍ଷା ଦିଆଯାଏ ଯେ ସେମାନେ କାହା ଉପରେ ନିର୍ଭରଶୀଳ ହୁଅନ୍ତି ନାହିଁ। ଜ୍ୱାଇଁ ଶଶୁର ଘରେ ରହୁଥିବା ହେତୁ ଝିଅ ଯଦି ଅବିବାହିତ ହୋଇଯିବ ଏବଂ କାଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ, ଏଥିରୁ ରକ୍ଷା ପାଇବା ପାଇଁ ଝିଅମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ପାଠପଢା ପରେ, ସେମାନଙ୍କୁ ସିଲେଇ ଏବଂ ବୁଣାବୁଣି ଭଳି କିଛି କୌଶଳ ମଧ୍ୟ ଶିକ୍ଷା ଦିଆଯାଏ ଯାହା ଦ୍ୱାରା ସେମାନେ ଆର୍ଥିକ ଦୃଷ୍ଟିରୁ କାହା ଉପରେ ନିର୍ଭର କରନ୍ତି ନାହିଁ।

ମଧ୍ୟପ୍ରଦେଶରେ ବି ରହିଛି ଏମିତି ଗାଁ:

ଆମ ଦେଶ ଭାରତର ହିଙ୍ଗୁଲପୁର କେବଳ ଏକମାତ୍ର ଏପରି ଗାଁ ନୁହେଁ। ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ମୁଖ୍ୟାଳୟ ନିକଟରେ ଏପରି ଏକ ଗାଁ ଅଛି, ଯେଉଁଠାରେ ପୁଅ ଘରଜ୍ୱାଇଁ ହୋଇ ରୁହନ୍ତି। ଏଠାରେ ଥିବା ବିତ୍‌ଲି ନାମକ ଏକ ଗାଁ ଯାହା ‘ଜ୍ୱାଇଁ ଗାଁ’ ଭାବରେ ପ୍ରସିଦ୍ଧ।

ଭାରତରେ ବିବାହକୁ ଏକ ପବିତ୍ରା ଓ ଏକ ବଡ ଗୁରୁତ୍ୱପୂର୍ଣ୍ଣ ବନ୍ଧନ ଭାବରେ ବିବେଚନା କରାଯାଏ। ତେବେ ଏଭଳି ପରିସ୍ଥିତିରେ ଝିଅମାନେ ସୁରକ୍ଷିତ ରହିବା ପାଇଁ ଏଭଳି ପଦକ୍ଷେପ ନେବା ଏକ ବଡ କଥା।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ