Advertisment

ଟମାଟୋ ଫ୍ଲୁ ନେଇ କେରଳରେ ଚିନ୍ତା, ଓଡ଼ିଶାରେ କ’ଣ ସ୍ଥିତି

ଟମାଟୋ ଫ୍ଲୁକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ।

ଅଦ୍ୟତନ ହୋଇଛି
82 Cases Of Tomato Flue Detected In Kerala

82 Cases Of Tomato Flue Detected In Kerala

Advertisment

କେରଳରେ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁର ୮୨ଟି କେସ୍ ଚିହ୍ନଟ ହୋଇସାରିଲାଣି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଶ୍ୱାସନା ଦେଇଛନ୍ତି। 

Advertisment

ଟମାଟୋ  ଫ୍ଲୁ ପ୍ରସଙ୍ଗରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ମତ, ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ। ଏହା ଗ୍ରୀଷ୍ମଦିନରେ ହିଁ ହୁଏ। ଏହାର ଲକ୍ଷଣ ହେଉଛି- ପିଲା ଖାଇବେ ନାହିଁ, ବାନ୍ତି ହେବ, ଦେହ ଯାକ ଫଳି ଯିବ, ନାଲି ପଡିଯିବ ଏବଂ ଜ୍ୱର ହେବ।

ଓଡ଼ିଶାରେ କେତେ କେସ୍ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଥିଲା। RMRC ଏହି ଭାଇରାଲ ଭାଇରସର ଡିଟେକ୍ସନ ସହ ନମୁନା ସଂଗ୍ରହ କରି ପଠାଇବେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

Advertisment
Tomato Flue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ