Advertisment

ଧିକ୍‌ ଏ ସରକାରର ନିୟମ, ଆଧାରରେ ଟିପ ନେଲା ନାହିଁ ବୋଲି ୭୫ ବର୍ଷିୟା ବୃଦ୍ଧାଙ୍କ ବନ୍ଦ କରିଦେଲେ ରାସନ

ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି ।

Bhadrak

Bhadrak

Advertisment

ବାସୁଦେବପୁର(କିରୀଟି ଦାସ): ଗଣ୍ଡାଏ ଚାଉଳ ପାଇଁ ଦହଗଂଜ ହେଉଛନ୍ତି ବୃଦ୍ଧା। ବୟସାଧିକ କାରଣ ଯୋଗୁଁ ଟିପଚିହ୍ନ ଆଧାର କାର୍ଡ଼ରେ ନେଉ ନାହିଁ। ତେଣୁ ତାହାକୁ ଆଳ କରି ବୃଦ୍ଧାଙ୍କ ରାସନ ବନ୍ଦ କରିଦେଲେ ବଡ଼ ବାବୁ। ଭଦ୍ରକ ବାସୁଦେବପୁରରୁ ସାମ୍ନାକୁ ଆସିଛି ଏପରି ଚିତ୍ର। ଶନି ଜେନାଙ୍କ ବୟସ ପାଖାପାଖି ୭୫ ଛୁଇଁଲାଣି। ଆଉ ଏ ଶେଷ କାଳରେ ଗଣ୍ଡାଏ ରାସନ ପାଇଁ ବଡ ଦହଗଂଜ ହେଉଛନ୍ତି ଏହି ବୁଢ଼ୀ ମା ଜଣକ। ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ପାଇବା ଲାଗି ଗାଁ ରିଟେଲରଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେବା ପରେ ଏବେ ଏହି ଟ୍ରଲିରେ ବସି ପହଞ୍ଚିଛନ୍ତି ବ୍ଳକ ଯୋଗାଣ ନିରୀକ୍ଷକଙ୍କ ପାଖରେ। ବୟସାଧିକ କାରଣ ଯୋଗୁଁ ବାଇକରେ ତ ଆସିପାରିଲେ ନାହିଁ। ତେଣୁ ଟ୍ରଲିରେ ବସି ଅଭିଯୋଗ ପାଇଁ ଆସିଛନ୍ତି ବୁଢ଼ୀ ମାଉସୀ।

Advertisment

ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି । ତେବେ ରାସନ ଟିକକ ପାଇବା ପାଇଁ ଘରଠାରୁ ୧୪ କିଲୋମିଟର ରାସ୍ତା ଟ୍ରଲିରେ ବସି ବ୍ଲକ ଯୋଗାଣ ନିରୀକ୍ଷକଙ୍କ ନିକଟରେ ପହଞ୍ଚି ପାଖରେ ଫେରାଦ ହୋଇଛନ୍ତି । ଶନିଙ୍କ ନାଁରେ ରାସନ କାର୍ଡ ରହିଛି । କିନ୍ତୁ ସ୍ୱାମୀଙ୍କ ଦେହାନ୍ତ ପରେ ଆଉ ଶନିଙ୍କୁ ଚାଉଳ ମିଳୁନାହିଁ। ଶନିଙ୍କ ପୁଅ ଗୁରୁପ୍ରସାଦ ଟ୍ରଲି ଟାଣି ପରିବାର ଚଳାନ୍ତି । ମା’ କୁ ରେସନ ମିଳୁନଥିବା ସମ୍ପର୍କରେ ପୁଅ ଗୁରୁ ପ୍ରସାଦ ଓ ବୋହୁ ମାଳତୀ ରିଟେଲରଙ୍କୁ ଭେଟି ନିବେଦନ ମଧ୍ୟ କରିଛନ୍ତି । ଆଧାର ଦିଆଯାଇନଥିବାରୁ ରାସନ କାର୍ଡ କଟି ଯାଇଛି ବୋଲି ରିଟେଲର ବୁଝାଇ ଫେରାଇ ଦେଉଛନ୍ତି ।

ହେଲେ ଏହି ବୟସରେ ମା’ର ଆଉ ଆଧାର ହୋଇପାରୁନି କି ? ଟିପ ଚିହ୍ନ ବି’ କାମ କରୁନି। ତେଣୁ କଣ କରିବେ ସେନେଇ ଯୋଗାଣ ନିରୀକ୍ଷକଙ୍କୁ ଫେରାଦ ହୋଇଛନ୍ତି ପରିବାର। ତେବେ ଘଟଣାକୁ ନେଇ ନୂଆଗାଁ ସରପଞ୍ଚ ପଚାରିବାରୁ ସେ କହିଛନ୍ତି, ବାରମ୍ବାର ମୁଁ ଯୋଗାଣ ନିରୀକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି । ସାଇଟ ଖୋଲୁନି କହି ଯୋଗାଣ ନିରୀକ୍ଷକ ଚୁପ ବସିଛନ୍ତି ବୋଲି କହିଥିଲେ ସରପଞ୍ଚ । ସେପଟେ ନୀରିକ୍ଷଣ ବାବୁ କହିଛନ୍ତି ଆଧାର ନହେଲେ ଭୋଟ୍ କାର୍ଡ଼ ଦେଖି ଆମେ କାର୍ଡ଼ କରିଦେବୁ। ତେବେ ଦେଖିବାକୁ ବାକି ରହିଲା କେବେ ଏହି ବୃଦ୍ଧ ଜଣକ ପାଉଛନ୍ତି ରାସନ।

Advertisment
Bhadrak Food Security Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ