7 more fire points reported at Similipal
ଜଳୁଛି ଶିମିଳିପାଳ । ଗତ ତିନି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି । ବିଶେଷ ଭାବେ ଶିମିଳିପାଳର ଚୋହଲା,ତାଳବନ୍ଧ ଅଞ୍ଚଳର ୭ରୁ ଅଧିକ ଜାଗାରେ ଜଳୁଛି ଜଙ୍ଗଲ । ନିଆଁର ପରିମାଣ ବଢ଼ୁଥିବାରୁ ଅଭୟାରଣ୍ୟରେ ରହୁଥିବା ଲୋକେ ଏବେ ଆତଙ୍କୀତ ହୋଇପଡ଼ିଛନ୍ତି ।
ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ଜଙ୍ଗଲର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ହେଲେ ଏହାପରେ ବି ନିଆଁ ଆବଶ୍ୟକ ପରିମାଣର ଆୟତ୍ତ ହୋଇପାରୁନି । ପ୍ରତିବର୍ଷ ଖରା ଦିନ ଆସିବା ମାତ୍ରେ ଶିମିଳିପାଳରେ ନିଆଁ ଲାଗିଥାଏ ।
ସୂଚନା ଅନୁସାରେ, ଧିରେ ଧିରେ ନିଆଁ ବ୍ୟାପୁଥିବାରୁ କେତେବେଳେ ବି ବିପଦ ସୃଷ୍ଟି ହୋଇପାରେ । ନିଆଁ ଲାଗିବା ଦ୍ୱାରା ଅନେକ ଔଷଧୀୟ ଓ ମୂଲବାନ ଗଛ ପୋଡ଼ି ଯାଇଛି । ଗରମ ବଢ଼ିବା ସହ ନିଆଁର ପରିମାଣ ବଢ଼ିବା ବି ଆଶଙ୍କା ରହିଛି ।
ସେହିପରି ନବରଙ୍ଗପୁର ଜିଲ୍ଲାର ନୀଳଗିରି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ନବରଂଗପୁର ସହର ନିକଟ ନୀଳଗିରି ଜଂଗଲରେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା ଚାରିଆଡେ ପୁରା ଧୂଆଁମୟ ହୋଇଯାଇଥିଲା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଗାଡି ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁ ଲିଭାଇଥିଲେ । ଆଜି ସକାଳେ ତାହା ଆୟତ୍ତକୁ ଆସିଛି । ପାଖରେ ଜନବସତି ଓ କାରଖାନାର କାଠଗୁଣ୍ଡ ଥିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି ।
ଅନ୍ୟପକ୍ଷେ, ଗତକାଲି ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିଲା । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648530382.jpg)