ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍‌ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

5t School

ସ୍କୁଲ ଗେଟ୍‌ ପୂରା ଚକାଚକ୍‌ । ଶ୍ରେଣୀ ଗୃହକୁ ଦେଖିବା ପରେ ଘରୋଇ ସ୍କୁଲର ନିଶ୍ଚୟ ଭ୍ରମ ସୃଷ୍ଟି କରିବ । କମ୍ପ୍ୟୁଟର ଗୁଡିକରୁ ଠିକ୍‌ରେ ଜରି ବି ଛାଡିନି । ପିଲାଙ୍କ ଲାଗି ବଢିଆ ଟେବୁଲ ଓ ବେଂଚ୍‌ ବି ପଡିଛି । ଆରାମରେ ବସି ପିଲାଏ ପଢୁଛନ୍ତି ପାଠ । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ, ଏଥିରେ ଅସୁବିଧା କେଉଁଠି ରହିଲା?

ସବୁ ଚକ୍‌ଚକ୍‌...ହେଲେ ଗୋଟିଏ ଶ୍ରେଣୀରେ ଦୁଇ ଜଣ ଶିକ୍ଷକ ଏକା ସାଙ୍ଗରେ ପାଠ ପଢାଉଥିବାର ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ ଆପଣ । ଏମିତିକି ଆପଣ କହିବେ, କ୍ଲାସ୍‌ ଗୋଟିଏ କିନ୍ତୁ ଦୁଇଜଣ ଶିକ୍ଷକ କେମିତି ଏକା ସାଙ୍ଗରେ ସେଠାରେ ପିଲାଙ୍କୁ ପଢାଉଛନ୍ତି ପାଠ?

୫-ଟି ସ୍କୁଲରେ କେମିତି ପାଠ ପଢା ଚାଲିଛି ତାହା ଜାଣିଲେ ମୁଣ୍ଡ ଝାଇଁଝାଇଁ କରିଦେବ । କାରଣ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍‌ର ପିଲା ପଢୁଛନ୍ତି ପାଠ । ଥରେ ଚିନ୍ତା କରନ୍ତୁ ଏକା ସାଙ୍ଗରେ ଦୁଇଟି ଶ୍ରେଣୀର ପିଲା ପାଠ ପଢିଲେ କେମିତି ଚାଲିଥିବ ପାଠପଢା?

 

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍‌ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପାଠ ପଢାଇବାରେ ଅନେକ ସମସ୍ୟା ଉପୁଜୁଥିବା ନେଇ ବାରମ୍ବାର ଅଭିଯୋଗ କରିଛନ୍ତି ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ତୁରନ୍ତ ସମସ୍ୟାର ସମାଧାନ ଲାଗି ପ୍ରଶାସନକୁ ଅନୁରୋଧ କରାଯାଇଥିବା ପରେ ବି ଶ୍ରେଣୀ ଗୃହ ତିଆରି ହୋଇପାରିନି । ତେବେ ସମୟ କହିବ, କେବେ ନୂଆ ଶ୍ରେଣୀଗୃହ ନିର୍ମାଣ ହେବ ଆଉ କେବେ ଭଲରେ ପାଠ ପଢିପାରିବେ ପିଲେ ।

(ଉଦଳାରୁ ମାନସ ପାଣି)